ଲକଡାଉନ୍ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଶଙ୍କା, ୩୦ ବର୍ଷ ତଳକୁ ଖସିପାରେ ଭାରତର ବିକାଶ ଦର

ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ଫିଞ୍ଚ ରେଟିଂ ଏକ ବଡ଼ ଘୋଷଣା କରିଛି। ଶୁକ୍ରବାର ଏହି ଏଜେନ୍ସି ୨୦୨୦-୨୧ ପାଇଁ ଭାରତର ବିକାଶ ଦର ଅନୁମାନକୁ କମାଇ ୨ ପ୍ରତିଶତ କରିଦେଇଛି। ଏହି ଅନୁମାନ ଗତ ୩୦ ବର୍ଷର ସବୁଠାରୁ କମ ବୋଲି ଜଣାପଡିଛି। ରେଟିଂ ଏଜେନ୍ସି କହିଛି ଯେ କୋଭିଡ-୧୯ ମହାମାରୀ ଯୋଗୁ କରାଯାଇଥିବା ଲକଡାଉନ ଯୋଗୁ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତିକରୁଛି। ଭାରତ ମଧ୍ୟ ଏହି ମାନ୍ଦା ଅବସ୍ଥା ଦେଇ ଗତି କରିବ ବୋଲି ସେ କହିଛନ୍ତି। ଏଣୁ ୨୦୨୦-୨୧ ରେ ଭାରତର ବିକାଶକୁ କମାଇ ୨ ପ୍ରତିଶତ କରିଦିଆଯାଇଛି।

Fitch keeps India rating unchanged for 12th year in a row - The ...

ଫିଚ କହିଛନ୍ତି ଯେ ଗ୍ରାହକଙ୍କ ଦାବି କମିଛି। ଲକଡାଉନ ଯୋଗୁ ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଅଧିକ ପ୍ରଭାବିତ ହୋଇଛି। ଏହା ପୂର୍ବରୁ ସେ ମାର୍ଚ୍ଚ,୨୦୨୦ ରେ ୨୦୨୦-୨୧ ପାଇଁ ଭାରତର ବିକାଶ ଦର ଅନୁମାନକୁ କମାଇ ୫.୧ ପ୍ରତିଶତ କରିଥିଲେ।

ଅନ୍ୟପଟେ ରାଷ୍ଟ୍ରୀୟ ଲୋକ ବିତ୍ତ ଏବଂ ନୀତି ସଂସ୍ଥାନର ପ୍ରଫେସର ଏନ ଆର ଭାନୁମୂର୍ତ୍ତି କହିଛନ୍ତି ଯେ ଲକଡାଉନ ଯୋଗୁ ଭାରତର ଅର୍ଥନୀତି ପ୍ରଭାବିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଆର୍ଥିକ ସୁଧାର ପରେ ଅର୍ଥବ୍ୟବସ୍ଥା କମ ଲାଭ ପାଇବ।

Bangladesh's economy to slow down to 7.5% in FY20: Fitch | The ...

ତେବେ ଚଳିତ ବର୍ଷ ତୁଳନାରେ ଆଗାମୀ ବର୍ଷ ୨୦୨୧-୨୨ରେ ଅର୍ଥନୀତି ସୁଧୁରିବ ବୋଲି ଆଶା କରାଯାଉଛି। ଆଗାମୀ ଆର୍ଥିକ ବର୍ଷରେ ୬.୨ ପ୍ରତିଶତ ବଢ଼ିବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.