Below header

କରୋନା ସଂକଟକୁ ଟାଳିବା ପାଇଁ ସାଂସଦ ପାଣ୍ଠିରୁ ମିଳିଲା 365 କୋଟି ଟଙ୍କା, ସହାୟତା ରାଶି ଜାରି କଲେ ପାର୍ଲାମେଣ୍ଟର 339 ଜଣ ସଦସ୍ୟ

କରୋନା ସଂକଟକୁ ଟାଳିବା ପାଇଁ ଏ ପର୍ଯ୍ୟନ୍ତ 339 ଜଣ ପାର୍ଲାମେଣ୍ଟ ସଦସ୍ୟ ସାଂସଦ ପାଣ୍ଠିରୁ 365 କୋଟି ଟଙ୍କାର ସହାୟତା ରାଶି ଜାରି କରିସାରିଛନ୍ତି। ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ ଶୁକ୍ରବାର କହିଥିଲେ କି, ଉଚ୍ଚ ସଦନର 74 ଜଣ ସାଂସଦ, ସାଂସଦ ପାଣ୍ଠିରୁ କେନ୍ଦ୍ରୀୟ ପୁଲରେ ସହାୟତା ରାଶି ଦେଇଛନ୍ତି।

r1

ଉଲ୍ଲେଖନୀୟ ବିଷୟ ଯେ Ministry of Statistics and Program Implementation ନିକଟରେ ସାଂସଦ ପାଣ୍ଠିର ପଇସା ରାଷ୍ଟ୍ରୀୟ ସ୍ତରରେ ଚାଲୁଥିବା ରିଲିଫ ଫଣ୍ଡକୁ ଦାନ ଦେବାକୁ ଅନୁମତି ଦେଇଛନ୍ତି। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏବଂ ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ ସଂସଦର ଦୁଇଟି ଗୃହର ସଦସ୍ୟଙ୍କୁ ସାଂସଦ ପାଣ୍ଠିରୁ ସହାୟତା ରାଶି ଦେବା ପାଇଁ ଅପିଲ କରିଛନ୍ତି।

ଲୋକସଭା ଓ ରାଜ୍ୟସଭା ସଚିବାଳୟର ତଥ୍ୟ ମୁତାବକ, ଉଚ୍ଚ ସଦନର 74 ଜଣ ସଦସ୍ୟ 1 କୋଟି ଟଙ୍କା ଏବଂ ନିମ୍ନ ସଦନର 265 ଜଣ ସଦସ୍ୟ 265 କୋଟି ଟଙ୍କା ସାଂସଦ ପାଣ୍ଠିରୁ ସହାୟତା ରାଶି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.