କରୋନା ମହାମାରୀ : ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ଦିନ ମଜୁରିଆଙ୍କ ସାହାଯ୍ୟ ପାଇଁ ନେଟଫ୍ଲିକ୍ସ ପ୍ରଦାନ କଲା ଏତିକି କୋଟି ଟଙ୍କା

ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ କରୋନା ପାଇଁ ୭.୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛି । କରୋନା ଭାଇରସ ଯୋଗୁଁ ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ୍‍ଡାଉନ ଘୋଷଣା କରାଯାଇଛି । ଏମିତିରେ ଦିନ ମଜୁରିଆ ଭାବେ କାମ କରୁଥିବା ଅନେକ ଶ୍ରମିକ କାମ ନ ପାଇଁ ବେରୋଜଗାର ହୋଇ ବସିଛନ୍ତି । ସେମାନେ ଦି ଓଳି ଦିମୁଠା ଠିକରେ ଖାଇବାକୁ ମଧ୍ୟ ପାଉନାହାନ୍ତି । କରୋନା ମହାମାରୀ ଯୋଗୁଁ ସବୁକିଛି ଠପ୍‍ ହୋଇପଡିଛି । ବଲିଉଡ ଇଣ୍ଡଷ୍ଟ୍ରୀରେ ଦିନ ମଜୁରିଆ ଭାବେ କାମ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ନେଟଫ୍ଲିକ୍ସ ୭.୫ କୋଟି ଟଙ୍କା ପ୍ରଡ୍ୟୁସର ଗିଲ୍ଡ ଅଫ୍‍ ଇଣ୍ଡିଆ ରିଲିଫ ଫଣ୍ଡକୁ ପ୍ରଦାନ କରିଛି ।

net

କରୋନା ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରୀ ମଧ୍ୟ ଠପ୍‍ ହୋଇପଡିଛି । ଏଠାରେ ଦିନ ମଜୁରିଆ ଭାବେ କାମ କରୁଥିବା ଶହଶହ ଶ୍ରମିକ ଲକଡାଉନ ଯୋଗୁଁ ନିଜର ପରିବାର ଭରଣପୋଷଣ କରିବାକୁ ହଇରାଣ ହେଉଛନ୍ତି । କିନ୍ତୁ ନେଟଫ୍ଲିକ୍ସର ଏପରି ସହାୟତା ଦ୍ୱାରା ସେମାନେ ହୁଏତ ଖାଇବାକୁ ଗଣ୍ଡେ ପାଇପାରିବେ । ଏଥିପାଇଁ ପ୍ରଡ୍ୟୁସର ଗିଲ୍ଡ ଅଫ ଇଣ୍ଡିଆର ସଭାପତି ନେଟଫ୍ଲିକ୍ସକୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.