Below header

ପାକିସ୍ତାନରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ, ୨୭୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ସାରା ଦୁନିଆରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ଏହି ସଂକ୍ରମଣ ସଂଖ୍ୟା ୧୧ ଲକ୍ଷ ଛୁଇଁଥିବା ବେଳେ ପ୍ରାୟ ୬୦,୦୦୦ ଲୋକ ଏଥିରେ ମୃତ୍ୟୁବରଣ କରି ସାରିଲେଣି । ତେବେ ଏଥିମଧ୍ୟରୁ ମୁକ୍ତି ପାଇନି ପାକିସ୍ତାନ । ଏହି ଦେଶରେ କରୋନା ସଂଖ୍ୟା ବଢ଼ି ୨୭୦୮ ରେ ପହଁଞ୍ଚିଛି ।

 

ନେସନାଲ ହେଲଥ୍ ସର୍ଭିସେସର ରିପୋର୍ଟ ଅନୁଯାୟୀ କରୋନା ଯୋଗୁଁ ପାକିସ୍ତାନରେ ପ୍ରାୟ ୪୦ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୪୦ ଜଣ ଲୋକ ଏଥିରୁ ସୁସ୍ଥ ହୋଇସାରିଲେଣି । ତେବେ ପାକିସ୍ତାନରେ ଏହି ବେମାରିର ମୁଖ୍ୟ ସ୍ଥାନ ପାଲଟିଛି ପଞ୍ଜାବ ପ୍ରାନ୍ତର ଉଭରା ଯେଉଁଠି ସମୁଦାୟ ୧୦୭୨ ଟି ମାମଲା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.