ଯାଜପୁର: ଜିଲ୍ଲାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ର ବଡ଼ ପଦକ୍ଷେପ,ଆଜି ରାତି ୮ଟା ଠାରୁ ୬ତାରିଖ ରାତି ୮ଟା ପର୍ଯ୍ୟନ୍ତ ରହିବ ସଟ ଡାଉନ

ଯାଜପୁର ଟାଉନ,ଯାଜପୁର (କେନ୍ୟୁଜ): ଜିଲାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲା ପ୍ରଶାସନ ର ବଡ଼ ପଦକ୍ଷେପ, ଜିଲା ର ସମସ୍ତ ବ୍ଲକ ମୁଖ୍ୟାଳୟ ଆଖ ପାଖ ଅଞ୍ଚଳ ସହିତ ପ୍ରମୁଖ ବଜାର ଗୁଡିକ ଆଜି ରାତି 8 ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସଟ ଡାଉନ ରହିବ ବୋଲି ଜିଲାପାଳ ଘୋଷଣା କରିଛନ୍ତି ।

jajpur shut down

ଏଥିସହିତ ଜିଲ୍ଲାର ପ୍ରମୁଖ ବଜାର,ବ୍ୟାସନଗର, ଚଣ୍ଡିଖୋଲ, ପାଣିକୋଇଲି ସହିତ କୋରେଇ ବ୍ଲକ ର ସାଦକପୁର,ବଡ଼ଚଣା ବ୍ଲକ ର ଚାରିନଙ୍ଗଳ, ଧର୍ମଶାଳା ବ୍ଲକ ର ନେଉଳପୁର ଅଞ୍ଚଳରେ ମଧ୍ୟ ସଟ ଡାଉନ କରିବା କୁ ନିର୍ଦେଶ ଦିଆଯାଇଛି। ଏହି ଅଞ୍ଚଳରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ ବୋଲି ସୂଚନା ମିଳିଛି।

jajpur shut down2

ଗତ କାଲି ରାତିରୁ ବ୍ରହ୍ମବରଦା ଅଞ୍ଚଳକୁ ସଟ ଡାଉନ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ନଜରବନ୍ଦୀରେ ରଖାଯାଇଥିଲା । ସୂଚନା ଅନୁସାରେ ଦିଲ୍ଲୀ ନିଜାମୁଦିନ ଧାର୍ମିକ ସମିଳନୀକୁ ଓଡିଶାରୁ ଯାଇଥିବା ଯାଜପୁରର ୩ ଜଣଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ବୋଲି ସୂଚନା ମିଳିଥିଲା । ଆଜି ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ପରେ ଏହି ସଟ ଡାଉନ ନିଷ୍ପତ୍ତି ନିଆ ଯାଇଛି।ଏହି ସମୀକ୍ଷା ବୈଠକ ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.