ରେଳଯାତ୍ରୀଙ୍କୁ ଝଟକା! ଏହିସବୁ ଟ୍ରେନରୁ ହଟାଇ ଦିଆଗଲା ଜେନେରାଲ କୋଚ, ଏବେ ଜାଣନ୍ତୁ ଆପଣ କିପରି କରିବେ ଯାତ୍ରା

ରେଳ ବିଭାଗ ତରଫରୁ ଆସିଲା ବଡ଼ ଅପଡେଟ। କଣ ଆପଣ ବି ଟ୍ରେନରେ ଯାତ୍ରା କରୁଛନ୍ତି କି? ଯଦି କରୁଥାନ୍ତି ତେବେ ଏହି ଖବର ଜାଣିନିଅନ୍ତୁ। ଟ୍ରେନ ଯାତ୍ରୀଙ୍କୁ ରେଳ ବିଭାଗ ତରଫରୁ ବଡ଼ ଝଟକା। ଯଦି ଏହି ଖବର କୁ ଜାଣିବେନି ତେବେ ନିହାତି ଭାବେ ସମସ୍ୟାରେ ପଡ଼ିବେ। ରେଳ ବିଭାଗ ତରଫରୁ ଅନେକ ଟ୍ରେନରେ ଜେନେରାଲ କୋଚ ମାନେ ସାଧାରଣ ବଗିକୁ ହଟାଇ ଦିଆଯିବାର ନିଷ୍ପତ୍ତି ନିଆଯାଇଛି। ଏହା ପଛରେ କଣ କାରଣ ରହିଛି ଜାଣିନିଅନ୍ତୁ..

ଆପଣ ଟ୍ରେନରେ ଯାତ୍ରା କରିଛନ୍ତି ନା ନାହିଁ। ନିଶ୍ଚୟ ଭାବେ କରିଥିବେ କାହିଁକିନା ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ସାଧାରଣତଃ ପସନ୍ଦ କରନ୍ତି। ଆରାମଦାୟକ ଏବଂ ଲମ୍ବା ଟ୍ରାଭେଲ ପାଇଁ ଲୋକମାନେ ଟ୍ରେନ ଯାତ୍ରାକୁ ପ୍ରାଧାନ୍ୟ ଦିଅନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି। ଭାରତୀୟ ରେଳ ପୁରା ଦୁନିଆର ନିଜର ଲମ୍ବା ଚଉଡ଼ା ନେଟଓ୍ଵାର୍କ ପାଇଁ ଜଣାଯାଏ। ଡାଟା କୁ ଦେଖିଲେ ପାଖାପାଖି ୨.୫୦ କୋଟି ଲୋକ ପ୍ରତିଦିନ ଏହି ସେବାର ଲାଭ ଉଠାଇଥାନ୍ତି। ଏହାବ୍ୟତିତ ଭାରତୀୟ ରେଳ ପ୍ରତ୍ୟେକ ଦିନ ୩୩ ଲକ୍ଷ ଟନ୍‌ ର ମାଲ ନେବା ଆଣିବା କରିଥାଏ। ଏହାର ସ୍ଥାପନା ୮ ମେ ୧୮୪୫ ରେ ହୋଇଥିଲା। ଭାରତୀୟ ରେଳ ଏସିଆର ସବୁଠୁ ତଥା ଦୁନିଆର ୪ର୍ଥ ସବୁଠୁ ଲମ୍ବା ନେଟଓ୍ଵାର୍କ। ଭାରତୀୟ ରେଳ ଟ୍ରାକ ପାଖାପାଖି ୬୭,୩୬୮ କିଲୋମିଟର ଲମ୍ବା।

ପ୍ରତିଦିନ ଦିଲ୍ଲୀରୁ ୟୁପି ପର୍ଯ୍ୟନ୍ତ ଅନେକ ଟ୍ରେନ୍ ଚଳାଚଳ କରିଥାଏ, କିନ୍ତୁ ସେଥିମଧ୍ୟରୁ ଗୋରଖପୁର ଅଭିମୁଖେ ଯାଉଥିବା ଟ୍ରେନ୍ ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି। ଗୋରାଖଧାମ୍ ଏକ୍ସପ୍ରେସ ସମେତ ଅନେକ ଟ୍ରେନରେ ସାଧାରଣ କୋଚ୍ ସଂଖ୍ୟା ହ୍ରାସ କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି। ବର୍ତ୍ତମାନଠାରୁ ସାଧାରଣ କୋଚ୍ ସ୍ଥାନରେ ଏୟାର କଣ୍ଡିସନର ବଗି ଲଗାଯିବ ବୋଲି ସୂଚନାମିଳିଛି । ରେଳବାଇର ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପକେଟରେ ଉପରେ ପ୍ରଭାବ ପକାଇବ ।

ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଏହା ଏକ ଶକ୍ତ ଝଟକା ହେବ। ଦୁଇ ବର୍ଷ ପୂର୍ବେ ଗୋରଖଧାମ୍ ଏକ୍ସପ୍ରେସରେ ୯ ଟି ସାଧାରଣ ବଗି ରହିଥିଲା, କିନ୍ତୁ ଗୁରୁବାର ଠାରୁ ଏହି ଟ୍ରେନରେ କେବଳ ୩ ଟି କୋଚ୍ ବ୍ୟବହାର କରାଯିବ । ଏହି ବଗିଗୁଡ଼ିକ ବଦଳରେ ରେଳବାଇ ୭ ଟି ଶୀତତାପ ନିୟନ୍ତ୍ରିତ ବଗି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ ଅନ୍ୟାନ୍ୟ ଟ୍ରେନରେ ସାଧାରଣ ବଗି ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

ସୂଚନା ଦେଇ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ସ୍ଲୀପରରେ ଯାତ୍ରା କରୁଥିବା ଯାତ୍ରୀମାନେ ବର୍ତ୍ତମାନ ଏସି ଦ୍ୱାରା ଯାତ୍ରା କରୁଛନ୍ତି, ଯେଉଁଥିପାଇଁ ଏସିର ତାଲିକା ବୃଦ୍ଧି ପାଉଛି। ଏହାକୁ ତଦାରଖ କରାଯାଉଛି। ଯାହାର ଫଳ ସ୍ୱରୂପ ଏବେ ରେଳବାଇ ସାଧାରଣ ବଗି ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.