ଶନିଙ୍କ ଶୁଭଦୃଷ୍ଟି ପଡ଼ିବା ପାଇଁ ମଙ୍ଗଳବାର କରନ୍ତୁ ହନୁମାନଙ୍କର ଏହି ଖାସ ଉପାୟ, ଦେଖିବେ ଜୀବନରୁ ଦୂର ହୋଇଯିବ ସବୁ ସଙ୍କଟ

ଆଜି ଶନିଦେବ କରୁଛନ୍ତି ନିଜ ରାଶି ପରିବର୍ତ୍ତନ। ଦୀର୍ଘ ୩୦ ବର୍ଷରେ ନ୍ୟାୟ ଦେବ ଶନିରାଜ ନିଜ କର୍ମକ୍ଷେତ୍ର ଗୃହକୁ ପ୍ରବେଶ କରିବେ। ଆଜ୍ଞା ହଁ ପିତା ସୂର୍ଯ୍ୟଦେବଙ୍କ ଦ୍ୱାରା ଦିଆଯାଇଥିବା ଘର ମଧ୍ୟରୁ କୁମ୍ଭ ରାଶି ହେଉଛି ଶନିଦେବଙ୍କ ନିଜ ଘର। ଆଉ ଏହିଠାରେ ଶନିଦେବ ନିଜ କାମ କରିଥାନ୍ତି। ତେଣୁ ଏହାକୁ ଶନିଙ୍କର କର୍ମଗୃହ କୁହନ୍ତି। ଏମିିତିରେ ଶନିଙ୍କ ଚଳନ ଉପରେ ଥାଏ ସମସ୍ତଙ୍କ ନଜର। ସମେସ୍ତ ଶନିଦେବଙ୍କ ଭୟ କରିଥାନ୍ତି। ଏଥର ମଧ୍ୟ ଶନିଙ୍କର ଚଳନ ଉପରେ ରହିଛି ସମସ୍ତଙ୍କ ନଜର। ଏହି ଚଳନରେ ଅନେକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। ଏହାସହିତ କିଛି ଜଣ ଶନିଙ୍କ କୋପ ଦୃଷ୍ଟିର ଶିକାର ହେବେ। ଏହିସବୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସଙ୍କଟମୋଚନ ହନୁମାନଙ୍କୁ ପୂଜା କରନ୍ତୁ। କାରଣ ହନୁମାନଙ୍କ ପୂଜାରେ ସବୁ ସମସ୍ୟା ଦୂର ହୋଇଯିବ।

ଆପଣ ଯଦି ଏବେଠୁ ହନୁମାନଙ୍କର ପୂଜା କରିବେ ତେବେ ଶନିଦେବ ଆପଣଙ୍କ ଉପରେ ଖୁସି ହେବେ। କାରଣ ଶନିଙ୍କର ଅତିପ୍ରିୟ ହେଉଛନ୍ତି ପ୍ରଭୁ ହନୁମାନ। ସଙ୍କଟମୋଚନଙ୍କୁ ପୂଜା କଲେ ଆପଣଙ୍କ ଉପରେ ସବୁବେଳେ ଶନିଙ୍କର ଶୁଭାଶିର୍ବାଦ ରହିବ। ଏବେ ଜାଣନ୍ତୁ ଶନିଙ୍କ ଚଳନ ପରେ ହନୁମାନଙ୍କ କିପରି ପୂଜା କରି ପ୍ରସନ୍ନ କରାଇବେ:-

ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳବାର ଭଗବାନ ରାମଙ୍କ ଭକ୍ତ ହନୁମାନଙ୍କର ହୋଇଥାଏ। ଆଜି ଦିନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର କଷ୍ଟ ଦୂର ହେବା ସହ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ।

ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ପ୍ରକାର ସଙ୍କଟ ଦୂରେଇ ଯିବା ସହ ସମସ୍ତ ଇଛା ପୂରଣ ହୋଇଥାଏ। ହନୁମାନ ଚାଳିଶା ପାଠ କରିବାରେ ମଧ୍ୟ କୌଣସି କଠୋର ନିୟମ ନାହିଁ। ଶୁଦ୍ଧ ଅବସ୍ଥାରେ ଆପଣ ଯେକୌଣସି ସ୍ଥାନରେ ରହି ହନୁମାନ ଚାଳିଶା ପାଠ କରିପାରିବେ।

ଯଦି ମଙ୍ଗଳ ବାର ଦିନ ସମ୍ଭବ ହୋଇପାରୁଛି ତେବେ ଅବଶ୍ୟ ହନୁମାନ ମନ୍ଦିର ଯାଆନ୍ତୁ। ଆଜିର ଦିନରେ ହନୁମାନ ମନ୍ଦିର ଯାଇ ବଜରଙ୍ଗବଲୀଙ୍କ ଆର୍ଶୀବାଦ ନେବା ଦ୍ୱାରା ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାବ୍ୟତୀତ ମଙ୍ଗଳବାର ଦିନ ଯଦି ସମ୍ଭବ ହୋଇପାରୁଛି ତେବେ ସୁନ୍ଦରାକାଣ୍ଡ ପାଠ କରନ୍ତୁ। ସୁନ୍ଦରାକାଣ୍ଡ ପାଠର ମଧ୍ୟ ଅନେକ ଲାଭ ରହିଛି। ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ଆପଣଙ୍କ ପାଖରୁ ଦୂରେଇ ଯାଇଥିବା ଆତ୍ମବିଶ୍ୱାସ ମଧ୍ୟ ପୂନର୍ବାର ଫେରିଆସିଥାଏ ଏବଂ ଅଟକି ରହିଥିବା ସମସ୍ତ କାମ ହୋଇଯାଏ।

ଭଗବାନ ହନୁମାନଙ୍କୁ ରାମଙ୍କ ନିମିତ୍ତ ସିନ୍ଦୁର ଚଢ଼ାଇବା ଉଚିତ। ଏହାଦ୍ୱାରା ସମସ୍ତ ମନୋକାମନା ଜଳଦି ପୂରା ହୋଇଥାଏ। ମଙ୍ଗଳବାର ଦିନ ମହାବୀରଙ୍କୁ ସିନ୍ଦୁର ଅର୍ପିତ କରିବା ଦ୍ୱାରା ସମସ୍ତ ଦୁଃଖ ନାସ ହୋଇଥାଏ।

ଯଦି ଆପଣ ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତାହେଲେ ସକାଳୁ ବ୍ରହ୍ମା ମୁହୂର୍ତ୍ତରେ ବରଗଛର ଏକ ପତ୍ର ନେଇ ତାକୁ ଗଙ୍ଗାଜଳରେ ଧୋଇଦିଅନ୍ତୁ। ଏହି ପତ୍ରରେ ସିନ୍ଦୁରରେ ଶ୍ରୀ ଲେଖି ହନୁମାନଙ୍କୁ ଅର୍ପିତ କରିବା ପରେ ନିଜ ପର୍ସରେ ରଖିନିଅନ୍ତୁ।

ହନୁମାନଙ୍କୁ ମିଠା ପାନ ଓ ତୁଳସୀ ଚଢ଼ାନ୍ତୁ। ଏମିତି କରିବା ପରେ ଚାକିରି ମିଳିବାର ସୁଯୋଗ ମିଳିଥାଏ।

ଯଦି ଋଣରୁ ମୁକ୍ତି ପାଇବାକୁ ପାଇବାକୁ ଚାହୁଁଛନ୍ତି ତାହେଲେ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ବସି ରାମରକ୍ଷା ସ୍ତ୍ରୋତ ପାଠ କରନ୍ତୁ। ଏହାସହିତ ଏମିତି କରିବା ଦ୍ୱାରା କୌଣସି ବି କାମରେ କିଛି ବିଘ୍ନ ଆସିନଥାଏ।

ଯଦି ଆପଣଙ୍କ ଜାତକରେ ଶିନଙ୍କର କୋପ ଦୃଷ୍ଟି ରହିଛି ତେବେ ମଙ୍ଗଳବାର ୧୦୮ ତୁଳସୀରେ ଚନ୍ଦନ ଲଗାଇ ରାମ ନାମ ଲେଖି ହନୁମାନଙ୍କୁ ଚଢ଼ାନ୍ତୁ। ଏମିତି କରିବା ଦ୍ୱାରା ମଙ୍ଗଳ, ଶନି, ରାହୁ ଗ୍ରହ ସମ୍ବନ୍ଧିତ ସମସ୍ତ ଦୋଷ ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.