ରେଳ ବିଭାଗରେ ଚାକିରି ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଦୁଃଖଦ ଖବର, ସରକାର କଲେ ବଡ଼ ଘୋଷଣା

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଦୁଃଖଦ ଖବର। କରୋନା ଭାଇରସ୍‌ ଯୋଗୁ ଏବେ ରେଳ ବିଭାଗରେ ବାହାରିବାକୁ ଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିୟମ ରେଲେଓ୍ଵ ପରୀକ୍ଷାରେ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗ ତରଫରୁ କୁହାଯାଇଛି।

indian railways

 

କରୋନା ଲକ୍‌ଡାଉନ୍‌ ଯୋଗୁ ଦେଶରେ ପ୍ରାୟ ଦେଢ଼ ମାସ କାଳ ରେଳ ଚଳାଚଳ ବନ୍ଦ ଥିଲା। ଫଳରେ ରେଲେଓ୍ଵ ଏବେ କ୍ଷତି ମଧ୍ୟରେ ଗତି କରୁଛି। ଏନେଇ ଜୁନ୍‌ ୧୯ରେ ରେଲେଓ୍ଵର ବିତ୍ତୀୟ ଆୟୁକ୍ତ ତରଫରୁ ଲିଖିତ ଏକ ପତ୍ରରେ ସୂଚନା ଦିଆଯାଇଛି। ଗତ ବର୍ଷ ତୁଳନାରେ ମେ’ ମାସ ଶେଷରେ ରେଳ ବିଭାଗର ରୋଜଗାର ୫୮ ପ୍ରତିଶତ ହ୍ରାସ ପାଇଛି। ଏଣୁ ଖର୍ଚ୍ଚ କାଟ କରି ରୋଜଗାରକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ପତ୍ରରେ କୁହାଯାଇଛି।

No plan to cut jobs: Railways | Deccan Herald

ଏଥିସହ ରେଳ ବିଭାଗରେ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ରୋକ୍‌ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ପତ୍ରରେ କୁହାଯାଇଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ବାହାରିଥିବା ପଦ ଉପରେ ପୁନଃସମୀକ୍ଷା କରିବା ଉଚିତ ଓ ଯଦି ଏହି ପଦରେ ନିଯୁକ୍ତି ହୋଇନାହିଁ, ତେବେ ସମୀକ୍ଷା କରି ତାହାକୁ ରୋକା ଯାଇପାରିବ। ଏହା ବ୍ୟତୀତ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷ ବନାଇବା ଉପରେ ମଧ୍ୟ ପତ୍ରରେ ଗୁରୁତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.