ଦେଶରେ ଲଞ୍ଚ ହେଲା ଇଲେକଟ୍ରିକ ଡବଲ ଡେକର ବସ୍‌, ଯାହାର ଲୁକ ରହିଛି ଜବରଦସ୍ତ

ରୋଡରେ ରାଜ କରିବା ପାଇଁ ଆସିଲା ଭାରତର ପ୍ରଥମ ଇଲେକଟ୍ରିକ ଏସି ଡବଲ ଡେକର ବସ୍‌, ଏହାର ଡିଜାଇନ ତଥା ଲୁକ ସମସ୍ତଙ୍କୁ ପସନ୍ଦ ଆସିଥିବାର ଜଣାପଡ଼ିଛି। ସାଧାରଣ ଭାବେ ଆମେ ଏପରି ବସ୍‌ କୁ ଆଉଟ ଅଫ କଣ୍ଟି୍ର ରେ ଦେଖିବାକୁ ପାଇଥାଉ । କିନ୍ତୁ ଏବେ ଭାରତରେ ମଧ୍ୟ ଏହି ବସ୍‌ ଗଡ଼ିବ।

ଦେଶରେ ଲଞ୍ଚ ହୋଇଛି ପ୍ରଥମ ଡବଲ ଡେକର ଇଲେକଟ୍ରିକ ବସ୍‌। ଯେଉଁଥିରେ ଅଧିକାଂଶ ଯାତ୍ରୀ ଯାତ୍ରା କରିପାରିବେ, ସିଙ୍ଗିଲ ଡେକର ଅପେକ୍ଷା..। ଯାତ୍ରୀଙ୍କ ସୁବିଧା ସହ ପେଟ୍ରୋଲ ଓ ଡିଜେଲ ଦରକୁ ଧ୍ୟାନରେ ରଖି Switch ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଛି। ପ୍ରଦୂଷଣ ମାତ୍ରାକୁ କମାଇବା ପାଇଁ ନୂଆ ଇନୋଭେଟିଭ ଆଇଡିଆକ ୁ ନେଇ କମ୍ପାନୀ ଏହି ବସ କୁ ବାହାର କରିଛି। ଜାଣନ୍ତୁ କେଉଁଠି ହୋଇଛି ଲଞ୍ଚ…

କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗତ ଗୁରୁବାର ମୁମ୍ବାଇରେ ଭାରତର ପ୍ରଥମ ଡବଲ ଡେକର ଇଲେକଟ୍ରିକ ବସ୍‌ର ଉଦଘାଟନ କରିଛନ୍ତି। ଦେଶରେ ଜିରୋ କାର୍ବନ ଇମିସନ ଲକ୍ଷ୍ୟକୁ ଧ୍ୟାନରେ ରଖି ଏହି ଖାସ ବସ୍‌ ଉଦଘାଟନ କରାଯାଇଛି। ଗଡ଼କରୀ ଏହାକୁ ଟ୍ଵିଟର ମାଧ୍ୟମରେ ସେୟାର କରି ସୂଚନା ଦେଇଛନ୍ତି।

Switch EiV 22 ଦେଶର ଡବଲ ଡେକର ଇଲେକଟ୍ରିକ ବସ। ଏହା ଦୁନିଆର ପ୍ରଥମ ସେମି ଲୋ ଫ୍ଲୋର କଣ୍ଡିସନ ବସ। ଦେଶର ପ୍ରଥମ ଡବଲ ଡେକର ଏସି ଇଲେକଟ୍ରିକ ବସ୍‌ କ ମୁମ୍ବାଇରେ ସୋ କେସ୍‌ କରାଯାଇଛି। ସ୍ୱିଚ ମୋବିଲିଟି ଲିମିଟେଡ ଭାରତରେ ପ୍ରଥମ ଡବଲ ଡେକର ଏୟାର କଣ୍ଡିସନର ବସ Switch EiV 22 କୁ ତିଆରି କରିଛି। ସ୍ୱିଚ ମୋବିଲିଟି ଲିମିଟେଡ ଅଶୋକ ଲିଲେଣ୍ଡ ର ସବସିଡିୟରୀ।

ସ୍ୱିଚ ମୋବିଲିଟି ଲିମିଟେଡ ଇଲେକଟ୍ରିକ ବସ ଲିମିଟେଡ ଟେକ୍ନୋଲୋଜି , ଅଲଟ୍ରା ମଡର୍ଣ୍ଣ ହେବା ସହ ଏଥିରେ ସୁରକ୍ଷାର ଅନେକ ଫିଚର୍ସ ରହିଛି। ପବ୍ଲିକ ଟ୍ରାନ୍ସପୋର୍ଟେସନର ନୂଆ ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଇଛି।

ତେବେ ଏହି ବସ୍‌ ର ରିୟର ଓଭରହିଂ ଓ ରିୟର ଷ୍ଟେୟରକେସ୍‌ ର ମେନ ଡୋର ଓସାର ରଖାଯାଇଛି। ଏହି ବସ୍‌ ରେ ସିଙ୍ଗିଲ ଡେକର ବସ୍‌ ତୁଳନାରେ ଦୁଇଗୁଣା ଯାତ୍ରୀ ଗୋଟିଏ ଥର ଯାତ୍ରା କରିପାରିବେ। ଏବେ ପର୍ଯ୍ୟନ୍ତ Switch ଇଣ୍ଡିଆକୁ ୨୦୦ ଇଲେକଟ୍ରିକ ବସ୍‌ ର ଅର୍ଡର ମିଳିଯାଇଛି।

ନିତିନ ଗଡ଼କରୀଙ୍କ କହିବା ଅନୁସାରେ ଲମ୍ବା ଅବଧିକୁ ଧ୍ୟାନରେ ରଖି ଦେଶର ଟ୍ରାନ୍ସପୋର୍ଟେସନ ସିଷ୍ଟମ ରେ ବଡ଼ ପରିବର୍ତ୍ତର୍ନ କରିବା ଜରୁରୀ। ଏହାସହ ନିତିନ ଗଡ଼କରୀ Switch ଇଣ୍ଡିଆ କୁ ଏହି ନୂଆ ଟେକ୍ନୋଲୋଜିକୁ ଆଣିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.