କମିବନି ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧହାର, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ପ୍ରତ୍ୟାହର କରି ଟ୍ଵିଟ୍ ଯୋଗେ ସୂଚନା ଦେଲେ ଅର୍ଥମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କମିବନି ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧହାର । ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ପ୍ରତ୍ୟାହର କଲେ କେନ୍ଦ୍ର ସରକାର । ସୁଧହାର ପୂର୍ବ ପରି ଅପରିବର୍ତ୍ତିତ ରହିବା ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ଲାଗୁ ହୋଇଥାନ୍ତା । ଫଳରେ ସ୍ୱଳ୍ପ ଜମା ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଝଟ୍‌କା ଲାଗିଥାନ୍ତା । ହେଲେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି ସରକାର । ଅର୍ଥମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି, ସୁଧହାର ପୂର୍ବ ପରି ଚାଲୁ ରହିବ ।

ମାର୍ଚ୍ଚ ୨୦୨୧ ଦର ଚାଲୁ ରହିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ । ପୂର୍ବ ପରି ପିପିଏଫରେ ଟଙ୍କା ଡିପୋଜିଟ କଲେ ୭ ଦଶମିକ ୧ ପ୍ରତିଶତ ସୁଧ ମିଳିବ । NCS ସୁଧହାର ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ବି ସୁଧ ପୂର୍ବ ପରି ହିଁ ରହିବ । ସୁକନ୍ୟା ସମୃଦ୍ଧି ଯୋଜନାରେ ପୂର୍ବ ପରି ସୁଧହାର ୭.ଦଶମିକ ୬ ପ୍ରତିଶତ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.