ନିରବ ମୋଦୀଙ୍କ ପତ୍ନୀ ଆମିଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି, ଶିଘ୍ର ଖୋଜି ଗିରଫ କରିବାକୁ ବିଭିନ୍ନ ଦେଶର ପୋଲିସଙ୍କୁ ଅନୁରୋଧ କଲା ଇଣ୍ଟରପୋଲ୍

ନୂଆଦିଲ୍ଲୀ: ଆମି ମୋଦୀଙ୍କ ବିରୋଧରେ ଇଣ୍ଟରପୋଲ୍ ରେଡ କର୍ଣ୍ଣର ନୋଟିସ ଜାରି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ପତ୍ନୀ ହେଉଛନ୍ତି ଆମି ମୋଦୀ। ଭାରତରେ ଆମି ମୋଦୀଙ୍କ ବିରୋଧରେ ହୋଇଥିବା ମନି ଲଣ୍ଡରିଂ ମାମଲା ପାଇଁ ଏହି ଗିରଫ ନୋଟିସ୍ ଜାରି ହୋଇଛି।

ସୂଚନା ଥାଉକି, ଇଣ୍ଟରପୋଲର ଏହି ନୋଟିସରେ ଆମିକୁ ଠାବ କରି ଗିରଫ କରିବା ପାଇଁ ବିଭିନ୍ନ ଦେଶର ପୋଲିସ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜାଲିଆତି ଘଟଣାର ମାମଲା ସାମ୍ନାକୁ ଆସିବା ପରେ ନିରବଙ୍କ ସମେତ ପତ୍ନୀ ଆମି ଓ ପରିବାରର ଅନ୍ୟ ସଦସ୍ଯ ମାନେ ଦେଶଛାଡି ଫେରାର ହୋଇଯାଇଛନ୍ତି। ତେବେ ଆମି ଏବେ ବି ଫେରାର ଥିବାବେଳେ, ଗତବର୍ଷ ଲଣ୍ଡନ ପୋଲିସ ନିରବଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.