Below header

ଏଲଆଇସିର ଏହି ସ୍କିମରେ ମାତ୍ର ୨୯ ଟଙ୍କା ନିବେଶ କଲେ ମିଳିବ ୪ଲକ୍ଷ ଟଙ୍କା, ଏପରି କରନ୍ତୁ ଆପ୍ଲାଏ

ଭାରତୀୟ ଜୀବନ ବୀମା ନିଗମ ଏଲଆଇସି ମହିଳା ମାନଙ୍କ ପାଇଁ ଏକ ସୁନ୍ଦର ଯୋଜନା ବାହାର କରିଛନ୍ତି। ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଏକ ଖାସ ସ୍କିମ ଆଣିଛି ଏଲଆଇସି। ଏହି ସ୍କିମରେ ମାତ୍ର ଅଳ୍ପ ଟଙ୍କା ନିବେଶ କଲାପରେ ଏକ ବଡ଼ ରକମର ଫଣ୍ଡ ମିଳିବ। ଯାହା ମହିଳାଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ।

ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ ଏଲଆଇସିର ସ୍କିମରେ ଅନେକ ଲୋକ ଇନଭେଷ୍ଟ କରିବା ପାଇଁ ପସନ୍ଦ କରନ୍ତି। ଏଲଆଇସିର ପ୍ଲାନ ସୁରକ୍ଷିତ ତଥା ସେଭିଂ ଦୃଷ୍ଟିରୁ ବହୁତ ଭଲ ହୋଇଥାଏ। ଆଜି ଆମେ ଏଲଆଇସି ର ଏମିତି ଏକ ସ୍କିମ ସମ୍ପର୍କରେ କହିବୁ ଯାହା ଏବେ ଖୁବ ଚର୍ଚ୍ଚାରେ ରହିଛି। ଯାହା ବିଶେଷ କରି ମହିଳାଙ୍କୁ ଆତ୍ମନିର୍ଭର କରିଥାଏ। ଆର୍ଥିକ ସ୍ଥିତିରେ ସୁରକ୍ଷିତ କରିବା ପାଇଁ ଏଲଆଇସି ଏହି ସ୍କିମ ବାହାର କରିଛି।

ଏହି ସ୍କିମର ନାମ ଏଲଆଇସି ରଖିଛି LIC Aadhaar Shila। ଏଲଆଇସିର ଏହି ସ୍କିମ ଅନ୍ତର୍ଗତ ୮ରୁ ୫୫ ବର୍ଷର ମହିଳା ନିବେଶ କରିପାରିବେ। ଏଲଆଇସିର ଆଧାର ସିଲା ପ୍ଲାନ ଗ୍ରାହକଙ୍କୁ ସିକ୍ୟୁରିଟି ସହ ସେଭିଙ୍ଗସ୍‌ ଦେଇଥାଏ। ଯାହାର ଫାଇଦା କେବଳ ମହିଳା ମାନେ ଉଠାଇପାରିବେ। କିନ୍ତୁ ଏଥିପାଇଁ ଦରକାର ପଡ଼ିଥାଏ ଆଧାର କାର୍ଡ। ତେଣୁ ଆଧାର କାର୍ଡ ବିନା ଏହା ସମ୍ଭବ ନୁହେଁ।

ମ୍ୟାଚୁରିଟି ପରେ ପଲିସିଧାରକ ନିଜ ଟଙ୍କା ପାଇପାରିବେ। ଏହି ପ୍ଲାନ ପଲିସିଧାରକ ଓ ମୃତ୍ୟୁକୁ କୁ ନେଇ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ଯୋଗାିଥାଏ। ଏହି ପ୍ଲାନ ଅନ୍ତର୍ଗତ ମିନିମମ୍‌ ୭୫ ହଜାର ଟଙ୍କା ଏବଂ ମାକ୍ସିମମ୍‌ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନଭେଷ୍ଟ କରାଯାଇପାରିବ। ଏହାର ମ୍ୟାଚୁରିଟି ପାଇବାର ସମୟ ହେଉଛି ୧୦ ବର୍ଷରୁ ୨୦ ବର୍ଷ। ତେବେ ବୟସକୁ ଧ୍ୟାନ ଦେଲେ ମହିଳାଙ୍କ ଅଧିକତମ ବୟସ ୭୦ ବର୍ଷ କିମ୍ବା ତା ମଧ୍ୟରେ ହୋଇଥିବା ଜରୁରୀ। ଏହାସହ ପ୍ଲାନର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୈୟିମାସିକ, ୬ମାସିକ କିମ୍ବା ବାର୍ଷିକ ଆଧାରରେ କରାଯାଏ।

ମନେ କରନ୍ତୁ ଆପଣଙ୍କ ବୟସ ୩୦ ବର୍ଷ। ଆଉ ଆପଣ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୨୯ ଟଙ୍କା ନିବେଶ କରୁଛନ୍ତି ତେବେ ପ୍ରଥମ ମାସରେ ଆପଣଙ୍କୁ ମୋଟ ୧୦,୯୫୯ ଟଙ୍କା ମିଳିବ। ଆଉ ଏଥିରେ ୪.୫% ଟାକ୍ସ ମଧ୍ୟ ମିଳିବ। ଏହିପରି ଭାବେ ନିବେଶ କରିବା ପରେ ଶେଷରେ ଆପଣ ୪ ଲକ୍ଷ ଟଙ୍କା ପାଖାପାଖି ରାଶି ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.