ଘରେ ଫୁଟବଲ୍ ଖେଳୁଥିବା ପିଲାଟି ଏମିତି ମାରିଲା କିକ୍, ପାଖରେ ବସିଥିବା ବାପାଙ୍କ କାନ ମୁଣ୍ଡା ପୁରା ଗରମ୍…ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଏମିତି ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଜିକାଲିର ପିଲା କେତେ ଦୁଷ୍ଟ ତାହା ପ୍ରମାଣ ପାଇଯିବେ। ଏହି ଭିଡିଓଟି ଏକ ପୁଅ ଏବଂ ବାପାଙ୍କ ସହ ଜଡିତ। ଭିଡିଓରେ କୁନି ପିଲାମାନେ ଯାହା ବି କରନ୍ତି ତାହା ଦେଖିବାକୁ ବହୁତ ମଜାଦାର ଲାଗିଥାଏ । ଯଦିଓ ଆମେ ଶିଶୁର ଏହି କାର୍ଯ୍ୟକୁ ସଂପୂର୍ଣ୍ଣ ବିରୋଧ କରୁଛୁ, କିନ୍ତୁ ଭିଡିଓରେ କ’ଣ ଘଟୁଛି , ତାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ।

foot ball

ଆଜିର ସମୟରେ ସଭିଏଁ ମୋବାଇଲ୍ ବାୟା। ଖାଇବା , ଶୋଇବା, ଉଠିବା, ପଢିବା ସବୁ କାମରେ ମୋବାଇଲ୍ ନଦେଖିଲେ ନଚଳେ। ଭିଡିଓରେ ଯାହା ଦେଖିବାକୁ ମିଳିଛି ଜଣେ ଛୋଟ ପିଲାଟି ଘର ଭିତରେ ଫୁଟବଲ୍ ଖେଳୁଛି, ଆଉ ସେହି ସମୟରେ ସେହି ସମାନ ରୁମରେ ତଳେ ବସି ପିଲାଟିର ବାପା ଖାଉଛନ୍ତି । କିନ୍ତୁ ବାପାଙ୍କ ଫୁଲ୍ ଫୋକସ୍ ଖାଇବାରେ ନଥିଲା ବରଂ ହାତରେ ଧରିଥିବା ଫୋନ୍ ଉପରେ ରହିଥିଲା । ଫୋନ୍ ରେ କିଛି ଦେଖିବା ସହିତ ସେ ଖାଦ୍ଯ ଖାଉଥିଲେ।

ହେଲେ ପିଲାଙ୍କ ସଇତାନ୍ ବୁଦ୍ଧି କଥା ବା କାହାକୁ ନଜଣା। ପିଲାଟି ଫୁଟବଲ୍ ତଳେ ରଖି ସିଧା ନିଶାନ୍ ଲଗାଇଲା ବାପାଙ୍କ କାନ ମୁଣ୍ଡିକୁ । ଆଉ ଦେଖୁ ଦେଖୁ ଫୁଲ୍ ଦମରେ ଫୁଟବଲକୁ ଦେଲା ପାହାରେ। ତାପରେ ଯାହା ହେଲା ଆପଣ ଏହି ଭିଡିଓ ଦେଖିଲେ ଠିକ୍ ଜାଣିପାରିବେ।

ଦେଖିଲେ ତ ପିଲାଟିର ଫୁଟବଲ୍ ସଟରେ ବାପାଙ୍କ କାନ ମୁଣ୍ଡି କେମିତି ପୁରା ଗରମ ହୋଇଗଲା । ପିଲାଟି ଫୁଟବଲ୍ ମାରିବା ପରେ ସଧା ସେହି ସ୍ଥାନ ଛାଡି ଦୌଡିବାକୁ ଲାଗିଲା । ଆଉ ବାପା ଖାଇବା ଥାଳିକୁ ଫୋପାଡି ସିଧା ଧାଇଁଲେ ପିଲାଟି ପଛରେ। ତେବେ ଏହି ଘଟଣାରେ ବାପା କବାଟ ସହିତ ଧକ୍କା ହୋଇଗଲେ। ଏହି ଭିଡିଓଟି ଇନଷ୍ଟାଗ୍ରାମରେ its_awesome_7 ନାମକ ଏକ ଆକାଉଣ୍ଟରେ ଅପଲୋଡ୍ ହୋଇଛି। ଭିଡିଓଟି ଲୋକଙ୍କୁ ଏତେ ମଜାଳିଆ ଲାଗୁଛି ଯେ ଏହାକୁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇ ସରିଲାଣି। ଏଥି ସହିତ ପ୍ରାୟ ସାଢେ ଚାରି ଲକ୍ଷ ଲୋକ ଏହି ଭିଡିଓକୁ ଲାଇକ୍ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.