Below header

ମାତ୍ର ୫୯୫ ଟଙ୍କା ନିବେଶ କରି ଆପଣ ହୋଇପାରିବେ ଲକ୍ଷପତି, ଜାଣନ୍ତୁ କେମିତି ଓ କେଉଁଠି ଲଗାଇବେ ଟଙ୍କା

ସବୁ ମଣିଷ ଚାହାନ୍ତି ଧନୀ ହେବାକୁ। ଏଥିପାଇଁ ଲୋକମାନେ ଅନେକ ପରିଶ୍ରମ କରନ୍ତି ଏବଂ ଚେଷ୍ଟା ମଧ୍ୟ କରନ୍ତି। ସେହିପରି କିଛି ଲୋକ ଏଥିପାଇଁ ଟଙ୍କା ସଞ୍ଚୟ କରୁଥିବାବେଳେ ଆଉ କିଛି ଲୋକ ନିବେଶ କରନ୍ତି। ତେବେ ଯଦି ଆପଣ କମ୍‌ ସମୟ ମଧ୍ୟରେ ଅଧିକ ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ୍‌ ସ୍କିମ ନେଇ ଆସିଛୁ। ଏହି ସ୍କିମ ଅନୁଯାୟୀ ଆପଣ ମାତ୍ର ୫୯୫ ଟଙ୍କା ନିବେଶ କରି ଲକ୍ଷପତି ହୋଇପାରିବେ। କିନ୍ତୁ ଆପଣ କେବେ ଲକ୍ଷପତି ହେବେ ତାହା କେବଳ ଆପଣଙ୍କ ଉପରେ ନିର୍ଭର କରିଥାଏ।
ଆମେ ଯେଉଁ ସ୍କିମ ବିଷୟରେ ଆପଣଙ୍କୁ କହୁଛୁ ତାହା ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ସେଣ୍ଟ ଲକ୍ଷପତି (Cent lakhpati) ସ୍କିମ। ବ୍ୟାଙ୍କର କହିବା କଥା ଯେ ଏବେ ଆପଣ ଯେତେବେଳେ ଚାହିଁବେ ଲକ୍ଷପତି ହୁଅନ୍ତୁ, ଏହା ଆପଣଙ୍କ ହାତରେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ଜବ ଚାହୋ ଲକ୍ଷପତି ବନୋ ଟ୍ୟାଗ ଲାଇନ’ ସେଣ୍ଟ ଲକ୍ଷପତି ସ୍କିମ ଡିସେମ୍ବର ୨୦୧୬ରେ ହୋଇଥିଲା। ଏହି ସ୍କିମ ଅନୁଯାୟୀ କଷ୍ଟମରଙ୍କୁ ପ୍ରତି ମାସ ଅତି କମରେ ୫୯୫ ଟଙ୍କା ନିବେଶ କରିବେ ଏବଂ ୧-୧୦ ବର୍ଷ ନିବେଶ କରି ଆପଣ ଲକ୍ଷପତି ହୋଇପାରିବେ।

moneyକେତେ ମିଳିବ ସୁଧ

ସେଣ୍ଟ ଲକ୍ଷପତି ସ୍କିମ ଅନୁଯାୟୀ ୨ଟି ସୁଧ ଦର ଦିଆଯାଉଛି। ଯଦି ଆପଣ ଗୋଟେ ବର୍ଷ ଭିତରେ ଲକ୍ଷପତି ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୬.୬୫ ପ୍ରତିଶତ ସୁଧ ମିଳିବ। ସେହିପରି ଯଦି ଆପଣ ଅଧିକ ସମୟ ନେବେ ତେବେ ଆପଣଙ୍କୁ ୬.୪୫ ପ୍ରତିଶତ ସୁଧ ନର ମିଳିବ।

ମାତ୍ର ୫୯୫ ଟଙ୍କା ନିବେଶ କରି ହେବେ ଲକ୍ଷପତି

ଯଦି ଆପଣ ପ୍ରତି ମାସ ୫୯୫ ଟଙ୍କା ନିବେଶ କରିବେ ତାହେଲେ ଆପଣ ୧୦ ବର୍ଷରେ ଲକ୍ଷପତି ହୋଇପାରିବେ। ଏଥିପାଇଁ ବ୍ୟାଙ୍କ୍‌ ଆପଣଙ୍କୁ ୬.୪୫ ପ୍ରତିଶତ ସୁଧ ଦେବ।

moneyଗୋଟେ ବର୍ଷରେ ହେବେ ଲକ୍ଷପତି ହେବା ପାଇଁ

ଯଦି ଆପଣ କମ୍‌ ସମୟରେ ଅର୍ଥାତ ୧ ବର୍ଷରେ ଲକ୍ଷପତି ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତି ମାସ ୮୦୪୦ ଟଙ୍କା ନିବେଶ କରିବାକୁ ହେବ। ଏହି ନିବେଶରେ ଆପଣଙ୍କୁ ୬.୬୫ ପ୍ରତିଶତ ସୁଧ ମିଳିବ। ସେହିପରି ଏକ ବର୍ଷ ପରେ ବ୍ୟାଙ୍କ ଆପଣଙ୍କୁ ୧ ଲକ୍ଷ ଟଙ୍କା ଦେବ।

୫ ବର୍ଷରେ ଯଦି ହେବେ ଲକ୍ଷପତି

ଯଦି ଆପଣ ବହୁତ ଜଲଦିରେ ନୁହେଁ ୫ ବର୍ଷ ଭିତରେ ଲକ୍ଷପତି ହେବାକୁ ଚାହୁଁଛନ୍ତି ତେବେ ୧,୪୧୧ ଟଙ୍କା ମାସକୁ ନିବେଶ କରି ଆପଣ ଲକ୍ଷପତି ହୋଇପାରିବେ। ଏଥିପାଇଁ ମଧ୍ୟ ଆପଣଙ୍କୁ ୬.୪୫ ପ୍ରତିଶତ ସୁଧ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.