ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ଏବେ ଯାତ୍ରୀମାନେ ଅନ୍ୟ ସୂଚନା ସହ ନିଜ ଘର ନମ୍ବର ବି ଦେବାକୁ ବାଧ୍ୟ

କରୋନା ସଂକଟର ବଢ଼ୁଥିବା ମାମଲା ମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ମଧ୍ୟରେ ରେଳ ଚଳାଚଳକୁ ଗ୍ରୀନ ସିଗନାଲ ପ୍ରଦାନ କରିଛନ୍ତି। ତେବେ ପୂର୍ବରୁ ଏଥିପାଇଁ କେବଳ ଟିକେଟ ବୁକିଂ କନଫର୍ମ ହେଲେ ହିଁ ଯାତ୍ରା କରିହେବ ନିୟମ ରହିଥିଲା। ମାତ୍ର ଏବେ ଏଥିରେ କେତେକ ପରିବର୍ତ୍ତନ କରିଛି ରେଳ ବିଭାଗ। ଏବେ ଯାତ୍ରୀଙ୍କୁ ଠିକଣା ସମେତ ଘର ନମ୍ବର, ଗଳି, କଲୋନୀ, ସହର, ତହସିଲ ଓ ଜିଲ୍ଲାର ମଧ୍ୟ ସୂଚନା ଦେବାକୁ ପଡ଼ିବ। ଯାତ୍ରୀଙ୍କୁ ଯିବାକୁ ଥିବା ଷ୍ଟେସନ ସହ ଜଡ଼ିତ ସୂଚନା ମଧ୍ୟ କାଉଣ୍ଟରରେ ବସିଥିବା କ୍ଲର୍କଙ୍କୁ ଦେବାକୁ ପଡ଼ିବ। ଏହି ନୂଆ ସୂଚନା ଦେବା ପାଇଁ ରିଜର୍ଭେସନ କାଉଣ୍ଟର(PRS) ସହ ସଂଲଗ୍ନ ସଫ୍ଟୱେୟାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

Railways cancels trains on 16th March | ixigo Travel Stories

ରେଲୱେ ସୂଚନା ମୁତାବକ ଯାତ୍ରୀ ଷ୍ଟେସନ କାଉଣ୍ଟରରୁ ଟିକେଟ ବୁକ କରନ୍ତୁ କିମ୍ବା IRCTC ୱେବସାଇଟରୁ କିମ୍ବା ଆପରୁ, ସବୁଥିରେ ଏସବୁ ସୂଚନା ଦେବା ବାଧ୍ୟତାମୂଳକ। କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବିଭାଗ ତରଫରୁ ଏସବୁ ପଦକ୍ଷେପ ନିଆଯାଉଛି। ରେଳ ବିଭାଗର ସୂଚନାନୁସାରେ ଯାତ୍ରୀଙ୍କୁ ଏହି ସୂଚନା ଦେବାକୁ ମାତ୍ର ୭୦ ସେକେଣ୍ଡ ଲାଗିବ।

railway-station

ଜୁନ ୧ରୁ ରେଳ ବିଭାଗ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ରେଳ ଚଳାଚଳ ଆରମ୍ଭ କରିଛି। ଏଣୁ ହଜାର ହଜାର ଶ୍ରମିକ ଘରକୁ ଫେରୁଛନ୍ତି। ସେମାନଙ୍କ ମଧ୍ୟରେ କେତେକ କରୋନା ସଂକ୍ରମିତ ମଧ୍ୟ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରିବାକୁ ରେଳ ବିଭାଗ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.