ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ ଖାତାଦେଖା ବନ୍ଦ

ଭୁବନେଶ୍ବର : ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ମାଟ୍ରିକ ଖାତା ଦେଖା ବନ୍ଦ ରହିଛି । ତେବେ  ସଟ୍‌ଡାଉନ୍‌ ବେଳେ ଜୁନ୍‌ ମାସର ସବୁ ଶନିବାର ରବିବାର ଦୁଇ ଦିନ ଧରି ଖାତାଦେଖା ବନ୍ଦ ରହିବା ନେଇ ସୂଚନା ମିଳିଛି । ଏହି ଦୁଇ ଦିନ ପରେ ସୋମବାରରୁ ପୁଣି ମୂଲ୍ୟାୟନ ଆରମ୍ଭ ହେବ । ସଟଡାଉନ ସମୟରେ ଯାତାୟାତ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯିବା ଓଷ୍ଟା ପକ୍ଷରୁ ଦାବି ହୋଇଥିଲା ।

ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ କରାଯାଉଛି । ସେହିପରି ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକ ବନ୍ଦ କରାଯିବ ନାହିଁ । ଗତବର୍ଷ ଯେଉଁ ସବୁ ସ୍କୁଲରେ ନାମ ଲେଖା ହୋଇଥିଲା ଚଳିତ ବର୍ଷ ସେସବୁ ସ୍କୁଲରେ ଆଡମିସନ କରାଯିବ । ଆସନ୍ତା ସୋମବାରରୁ ଜୁଲାଇ ୧୫ ତାରିଖ ଯାଏ ନାମ ଲେଖା ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.