ଲକଡାଉନରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ନେଲେଣି ୩୭ ଶିଶୁ, ପୂର୍ବତଟ ରେଳପଥ ଦେଲେ ୫୦୦୦ ଟଙ୍କା ଲେଖାଏଁ ଉପହାର

ଲକଡାଉନ ଭିତରେ ଦେଶରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ୩୭ ଜଣ ଶିଶୁ ଜନ୍ମ ନେଇଛନ୍ତି। ଗତ ଜୁନ ୫ ତାରିଖ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୩୬ ଜଣ ଶିଶୁ ଜନ୍ମ ନେଇଥିବାବେଳେ ଆଜି ଓଡିଶାରେ ଆଉ ଜଣେ ଶିଶୁ ଜନ୍ମ ନେଇଛି। ଏହାପରେ ଏବେ ସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନରେ ଓଡିଶାର ୩ ଟି ଶିଶୁ ଜନ୍ମ ନେଇଛନ୍ତି।

ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି ଓ ୩ଟି ଶିଶୁ ଜନ୍ମ ନେଇଥିବାରୁ ଅଧିକାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହା ଅତ୍ୟନ୍ତ ଶୁଭ ଖବର ବୋଲି କହିଛି ଭାରତୀୟ ରେଳବାଇ ଓ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ତିନିଟି ନବଜାତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ଉଭୟ ନବଜାତ ଶିଶୁ ଓ ସେମାନଙ୍କ ମା ମାନଙ୍କୁ ରେଳବାଇ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତର କରଯାଇଛି।

trainତିନିଟି ଶିଶୁ ମଧ୍ୟରୁ ଦୁଇଟି ଟିଟିଲାଗଡ଼ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ଗୋଟିଏ ବଲାଙ୍ଗୀର ଠାରେ ଜନ୍ମଗ୍ରହଣ କରିଛି। ସମସ୍ତ ନବଜାତ ଶିଶୁ ଓଡିଶାର ବଲାଙ୍ଗୀର ଜିଲ୍ଲାର ଅଟନ୍ତି ଓ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ଏକ ଘୋଷଣା କରି କହିଛନ୍ତି ଯେ ପୂର୍ବତଟ ରେଳପଥର ଅଧିକାରୀ ମାନେ ବ୍ୟକ୍ତିଗତ ହେଉ କିମ୍ବା ସ୍ବେଛାକୃତ ଭାବେ ରେଳପଥର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ନବଜାତକ ଶିଶୁ ମାନଙ୍କୁ ଉପହାର କୁପନ ପ୍ରଦାନ କରିବେ।

ଏକ ଅଭିନବ ମନୋଭାବ ଗ୍ରହଣ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ନିଜେ ନବଜାତ ଶିଶୁଙ୍କ ପାଖକୁ ପାଞ୍ଚ ହଜାର ଟଙ୍କାର ଉପହାର ପଠାଇଛନ୍ତି ଓ ରେଲୱେର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭବିଷ୍ୟତରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯଦି ଶିଶୁ ଜନ୍ମ ନିଅନ୍ତି ତେବେ ସ୍ବେଛାକୃତ ଭାବେ ସେମାନେ ମଧ୍ୟ ଉପହାର ପ୍ରଦାନ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.