ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, କମ୍ପାନି ଦେଉଛି ମାଗଣା ୧୦ଜିବି ଡ଼ାଟା

ନୂଆଦିଲ୍ଳୀ : ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିକଟରେ ଏହାର ଦୁଇ ବର୍ଷ ପୂରା କରିଛି। କମ୍ପାନି ଦୁଇ ବର୍ଷ ପୂର୍ବେ ସେପ୍ଟେମ୍ବର ୫ ତାରିଖରେ ଲଞ୍ଚ ହୋଇଥିବା ବେଳେ ଏହା ଟେଲିକମ୍ ଜଗତରେ ଏକ ନୂଆ ପରିବର୍ତ୍ତନ ଆଣିଥିଲା। ଜିଓ ସହିତ କଲିଂ ରେଟ ଯାହା ପ୍ରଥମେ ପ୍ରତି ମିନିଟ ଏବଂ ପ୍ରତି ସେକେଣ୍ଡ ହିସାବରେ ରହୁଥିଲା ତାହା ସଂପୂର୍ଣ୍ଣ ମାଗଣା ହୋଇଗଲା। ଖାଲି ତାହା ନୁହଁ ଜିଓ ଏହାର ଦୁଇ ବର୍ଷ ମଧ୍ୟରେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ଆଣିଛି।

ନିକଟରେ ଜିଓ ଦୁଇ ବର୍ଷ ପୂରଣରେ ଏହାର ପ୍ରିପେଡ଼ ଗ୍ରାହକଙ୍କ ପାଇଁ ମାଗଣା ୧୦ ଜିବି ଡ଼ାଟାର ଅଫର ଆଣିଛି। ଜିଓ ସେଲିବେସନ ପ୍ଯାକ୍ ଭାବେ ଏହି ଅଫରକୁ ଲଞ୍ଚ କରାଯାଇଛି। ଏହି ଅଫର ଅନୁଯାୟୀ ଗ୍ରାହକ ଆଜିଠାରୁ ଦୈନିକ ମାଗଣା ୨ଜିବି ଡ଼ାଟା ପାଇପାରିବେ। ଏହି ପ୍ଲାନଟି ଆସନ୍ତା ୧୧ ତାରଖ ପର୍ଯ୍ଯନ୍ତ ଭାଲିଡ଼େଟି ରହିଛି। ତେବେ ଗ୍ରାହକଙ୍କ ହିସାବରେ ଏହି ଡ଼ାଟା ପ୍ଲାନ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ରହିବ।

reliance-Jio

 ଏପରି କରନ୍ତୁ ମାଗଣା ଡ଼ାଟାର ବ୍ଯବହାର :

ଜିଓର ମାଗଣା ଡ଼ାଟା ଅଫର ଚେକ୍ କରିବା ପାଇଁ ଗ୍ରାହକ ନିଜ ମୋବାଇଲରେ ମାଇ ଜିଓ ଆପକୁ ଡ଼ାଉନଲୋଡ଼ କରନ୍ତୁ। ଏଥିରେ ଲଗଇନ୍ କରନ୍ତୁ ଏବଂ ମାଇ ପ୍ଲାନକୁ ଯାଆନ୍ତୁ। ଏହାପରେ ଆପଣଙ୍କୁ ଜିଓ ମେଲିବ୍ରେସନ ପ୍ଯାକ୍ ଦେଖାଯିବ। ଏଠରେ ଗ୍ରାହକଙ୍କ ପ୍ଲାନର ଏକ୍ସପାରିଡ଼େଟ ତାରିଖ ସହ ୨ଜିବି ମାଗଣା ଡ଼ାଟା ବିଷୟରେ  ସୂଚନା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.