Below header

ଜାଣିଛନ୍ତି କି, ୮ ଗ୍ଲାସ୍ ପାଣି ପିଇଲେ କଣ ହୋଇଥାଏ ଆପଣଙ୍କ ଶରୀରରେ ?

ଜଣେ ବ୍ୟକ୍ତିକୁ ପ୍ରତିଦିନ ୮ ରୁ ୯ ଗ୍ଲାସ୍ ପାଣି ପିଇବା ଉଚିତ୍ ବୋଲି କୁହନ୍ତି ଡାକ୍ତର । କିନ୍ତୁ କିଛି ଲୋକଙ୍କୁ ଏହାଠାରୁ ଅଧିକ କିମ୍ବା କମ୍ ପାଣି ଦରକାର ହୋଇଥାଏ । ତେବେ ଆପଣଙ୍କ ଶରୀରକୁ କେତେ ପାଣି ଆବଶ୍ୟକ ଏହା ଜାଣିବାର ଏକ ସହଜ ଉପାୟ ମଧ୍ୟ ରହିଛି । ପରିଶ୍ରା କରିବା ସମୟରେ ଯଦି ଆପଣଙ୍କ ପରିଶ୍ରା ପାଣି ପରି ସ୍ପଷ୍ଟ ହୋଇଥାଏ ତେବେ ଜାଣନ୍ତୁ ଆପଣ ସଠିକ୍ ମାତ୍ରାରେ ପାଣି ପିଉଛନ୍ତି । କିନ୍ତୁ ଯଦି ଆପଣଙ୍କ ପରିଶ୍ରା ହଳଦିଆ ରଙ୍ଗର ହୁଏ ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ ପାଣିର ଅଭାବ ରହିଛି । ଏବଂ ଆପଣ ହାଇଡ୍ରେସନର ଶିକାର ହୋଇଛନ୍ତି ।

ଏବେ ଜାଣନ୍ତୁ ଦୈନିକ ୮ – ୧୦ ଗ୍ଲାସ୍ ପାଣି ପିଇଲେ କେଉଁ ଲାଭ ହୋଇଥାଏ 

ବ୍ୟାୟାମରେ ସାହାଯ୍ୟ କରିଥାଏ

ସଠିକ୍ ପରିମାଣର ପାଣି ପିଇଲେ ଅନେକ ଲାଭ ହୋଇଥାଏ । ତାହା ମଧ୍ୟରୁ ଗୋଟିଏ ହେଉଛି ଏହା ଆପଣଙ୍କୁ ବ୍ୟାୟାମରେ ସାହାଯ୍ୟ କରିଥାଏ । ମାଂସପେଶୀକୁ ଠିକ୍ ଭାବରେ କାମ କରିବା ପାଇଁ ସୋଡିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମର ଉତ୍ତମ ସନ୍ତୁଳନ ରହିବା ଅବଶ୍ୟକତା ଥାଏ। ଆଉ ଉଚିତ୍ ହାଇଡ୍ରେସନ୍ ବିନା ଏହା ସମ୍ଭବ ହୋଇନଥାଏ । ତେଣୁ ବ୍ୟାୟାମ୍ ପୂର୍ବରୁ ହାଇଡ୍ରେଟେଡ୍ ରହିବା ପାଇଁ ଦୈନିକ ୮ ଗ୍ଲାସ୍ ପାଣି ପିଇବା ନିହାତି ଜରୁରୀ ।

ଏହା ସହ ପଢନ୍ତୁ : ମାଇଗ୍ରେନରୁ କେମିତି ମୁକ୍ତି ପାଇବେ ? ଜାଣନ୍ତୁ କିଛି ଘରୋଇ ଉପଚାର

ଅପରିଷ୍କାର ପଦାର୍ଥ ବାହାର କରିଥାଏ

ତରଳ ପଦାର୍ଥ ରୂପରେ କିଡନୀ ଆପଣଙ୍କ ଶରୀରରୁ ଅପରିଷ୍କାର ଖାଦ୍ୟ ପଦାର୍ଥକୁ ବାହାର କରିଥାଏ । ଆଉ ଏପରି କରିବା ପାଇଁ ହେଲେ ଶରୀରକୁ ଆବଶ୍ୟକ ପର୍ଯ୍ଯ।ପ୍ତ ପରିମାଣର ପାଣି । ଯଦି ଆପଣ ଡିହାଇଡ୍ରେସନର ଶିକାର ତେବେ କିଡନୀକୁ ନିଜ କାମ କରିବା ପାଇଁ କଷ୍ଟ ହୋଇଥାଏ ।

ଆପଣଙ୍କ ଉର୍ଜା ବଢାଇଥାଏ

ସଠିକ୍ ମାତ୍ରାରେ ପାଣି ପିଇଲେ ଆପଣଙ୍କ ଶରୀରର ଉର୍ଜାର ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ଆପଣଙ୍କ ଶରୀରରେ ଉର୍ଜାର ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ପାଣିର ଆବଶ୍ୟକତା ରହିଛି । ଏହା ହିଁ ହେଉଛି କାରଣ ଯେ ପ୍ରତିଦିନ ପର୍ଯ୍ଯ।ପ୍ତ ପରିମାଣର ପାଣି ପିଇଲେ ସୁସ୍ଥ ଅନୁଭବ କରିଥାନ୍ତି ।

କୋଷ୍ଠକାଠିନ୍ୟ ଦୂର କରିଥାଏ

ଯଦି ଆପଣ ଡିହାଇଡ୍ରେସନର ଶିକାର ହୁଅନ୍ତି ତେବେ ମଳାତ୍ୟାଗ କରିବାରେ ସମସ୍ୟା ହୋଇଥାଏ । ଯଦି ପର୍ଯ୍ଯ।ପ୍ତ ପରିମାଣ ପାଣି ପିଉଛନ୍ତି ତେବେ ଏହି ସମସ୍ୟା ରହିବ ନାହିଁ । ଜାଣି ଆଶ୍ଚର୍ଯ୍ଯ ହେବେ କେବଳ ପାଣି ପିଇଲେ ଅନେକ ରୋଗ ଭଲ ହୋଇଯାଇଥାଏ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରତିଦିନ ସକାଳେ ଏକ ଗ୍ଲାସ୍ ଗରମ ପାଣି ପିଇଲେ ପେଟ ସମ୍ବନ୍ଧୀୟ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ଏହା ସହ ପଢନ୍ତୁ : ମହିଳାଙ୍କ ଆଙ୍ଗୁଠି ଖୋଲିବ ଅନେକ ରାଜ୍ , ଦେଖନ୍ତୁ କଣ କହୁଛି ଆପଣଙ୍କ ଆଙ୍ଗୁଠି

ଚେହେରାରେ ଆସିଥାଏ ଚମକ

ଅନେକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପର୍ଯ୍ଯ।ପ୍ତ ପରିମାଣର ପାଣି ପିଇବା ଦ୍ବାରା ଚେହେରାରେ ଚମକ ଆସିଥାଏ । ଉଭୟ ସୌନ୍ଦର‌୍ୟ୍ୟ ଏବଂ ସ୍ବାସ୍ଥ୍ୟ ପାଇଁ ପାଇଁ ଆବଶ୍ୟକ ପାଣି । ଆପଣଙ୍କ ଚେହେରାରେ ଥିବା କୋଷ ଗୁଡିକୁ ପର୍ଯ୍ଯ।ପ୍ତ ପାଣି ନମିଳିଲେ ଏହା ଝାଉଁଳି ପଡେ । ତେଣୁ ଚେହେରାରେ ଚମକ ଆଣିବା ପାଇଁ ପର୍ଯ୍ଯ।ପ୍ତ ପାଣି ପିଅନ୍ତୁ ।

ରୋଗକୁ ଶୀଘ୍ର କରିଥାଏ ଭଲ

ପର୍ଯ୍ଯ।ପ୍ତ ପାଣି ପିଇଲେ ଆଉ ଏକ ଲାଭ ହୋଇଥାଏ ଯେ ଆପଣଙ୍କ ରୋଗ ଖୁବ୍ ଶୀଘ୍ର ଭଲ ହୋଇଥାଏ । ଏହା ହିଁ କାରଣ ଯେଉଁଥିପାଇଁ ଡାକ୍ତର ସବୁବେଳେ ତରଳ ପଦାର୍ଥ ଖାଇବା ପାଇଁ କହିଥାନ୍ତି । ରୋଗକୁ ଶରୀରର ଠାରୁ ଦୂରରେ ରଖିବା ପାଇଁ ହେଲେ ଆପଣଙ୍କ କୋଷକୁ ଅଧିକ କ୍ୟାଲୋରୀ ଏବଂ ତରଳ ପଦାର୍ଥ ଆବଶ୍ୟକ । ଏହା ବ୍ୟତୀତ ସଠିକ୍ ପରିମାଣର ପାଣି ପିଇଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.