ଜିଓ ପୁଣି ଲଞ୍ଚ କଲା ଦୁଇଟି ନୂଆ ପ୍ଲାନ, ପ୍ରାରମ୍ଭିକ ମୂଲ୍ୟ ୪୯ ଟଙ୍କା

ରିଲାଏନ୍ସ ଜିଓ ଲଗାତାର ତା’ର ପ୍ଲାନଗୁଡିକ ଅପଡେଟ୍‌ କରିବାରେ ଲାଗିଛି। ଗତ ଡିସେମ୍ବରରେ ସବୁ ଟାରିଫ୍‌ ପ୍ଲାନକୁ ମହଙ୍ଗା କରିବା ପରେ ୨୦୨୦ ଟଙ୍କାରେ ହାପି ନ୍ୟୁ ଇଅର ଅଫର ପ୍ରଦାନ କରିଥିଲା, ଯାହାକୁ ନିକଟରେ ଜିଓ ବନ୍ଦ କରି ୨୧୨୧ ଟଙ୍କାରେ ପ୍ରିପ୍ରେଡ ପ୍ଲାନ ଲଞ୍ଚ କରିଛି। ଏବେ କିନ୍ତୁ ଜିଓ ଟୁ ଜିଓ ଫୋନ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି, ଯାହାର ଦାମ ୪୯ ଏବଂ ୬୯ ଟଙ୍କା ରହିଛି।

jio

ପୂର୍ବରୁ ଜିଓ ଫୋନ ୪୯ ଟଙ୍କାର ପ୍ଲାନ ଲଞ୍ଚ କରିଥିଲା। ଏହି ପ୍ଲାନର ବୈଧତା ୨୮ ଦିନ ରହିଥିଲା। କିନ୍ତୁ ଡିସେମ୍ବର ମାସରୁ ନୂଆ ପ୍ଲାନ ଯୋଗୁଁ ଏହି ପ୍ଲାନକୁ ବନ୍ଦ କରିଦେଇଥିଲା। ଏବେ ପୁଣି ଥରେ ସେହି ପ୍ଲାନକୁ ଲଞ୍ଚ କରିଛି କିନ୍ତୁ ଏହାର ଅବଧିକୁ କମାଇ ଦେଇଛି। ଜିଓର ଏହି ୪୯ ଟଙ୍କିଆ ପ୍ଲାନରେ ଏବେ ମାତ୍ର ୧୪ ଦିନର ବୈଧତା ରହିବ। ଏହାସହିତ ୨ ଜିବି ଡାଟା ମିଳିବ। ଏହାଛଡା ଜିଓ ଟୁ ଜିଓ ନେଟଓ୍ଵାର୍କକୁ ଅନଲିମିଟେଡ୍‌ କଲିଂ, ଅନ୍ୟ ନେଟଓ୍ଵାର୍କକୁ ୨୫୦ ମିନିଟ୍‌ ଫ୍ରି କଲିଂର ସୁବିଧା ମିଳିବ। ଏହି ପ୍ଲାନରେ ୨୫ଟି ମେସେଜ କରିବାର ସୁବିଧା ମଧ୍ୟ ମିଳିବ।

ସେହିପରି ୬୯ ଟଙ୍କିଆ ପ୍ଲାନରେ ୧୪ ଦିନର ବୈଧତା ସହ ୭ ଜିବି ଡାଟା (ପ୍ରତ୍ୟେକ ଦିନ ୫୦୦ ଏମବି ଡାଟା)ଏବଂ ଅନ୍ୟ ନେଟଓ୍ଵାର୍କକୁ ୨୫୦ ମିନିଟ ଫ୍ରି କଲିଂର ସୁବିଧା ମିଳିବ।