ସ୍ୱରର ମହାସଂଗ୍ରାମରେ ବାଜି ମାରିଲେ ସନି ହିନ୍ଦୁସ୍ତାନୀ, ହେଲେ Indian Idol 11ର ବିଜେତା

ଲୋକପ୍ରିୟ ବା ଫେମସ୍‌ ରିୟଲିଟୀ ଶୋ ‘ଇଣ୍ଡିଆନ୍‌ ଆଇଡଲ ୧୧’ର ଫିନାଲେ ଏପିସୋଡ୍‌ ବହୁତ ଧମାକାପୁର୍ଣ୍ଣ ହୋଇଛି। ସଂଗୀତର ଏହି ମହାସଂଗ୍ରାମରେ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ବାଜି ମାରିନେଲେ ସନି ହିନ୍ଦୁସ୍ତାନୀ। ବିଜୟ ମୁକୁଟ ପିନ୍ଧିଥିବା ସନି ହିନ୍ଦୁସ୍ତାନୀଙ୍କୁ ଚକମକ୍‌ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ମିଳିଲା।


ଶୋର ଫିନାଲେରେ ସନିଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ଶୋର ପ୍ରଥମ ରନରଅପ ରୋହିତ ରାଉତ ଏବଂ ଦ୍ୱିତୀୟ ରନରଅପ୍‌ ଓଙ୍କନା ମୁଖାର୍ଜୀ ହେଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ଇଣ୍ଡିଆନ୍‌ ଆଇଡଲ’ରେ ଏହି ଦୁଇ ରନରଅପଙ୍କୁ ୫-୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଦିଆଯାଇଛି।


ସ୍ୱରର ଏହି ମହାସଂଗ୍ରାମରେ ତ୍ରୁତୀୟ ଏବଂ ଚତୁର୍ଥ ସ୍ଥାନରେ ଅତିନ୍ଦ୍ର ଘୋଷ ଏବଂ ରିଘମ କଲ୍ୟାଣ ରହିଛନ୍ତି। ଏହି ଶୋ ଖୁବ୍‌ ଲୋକପ୍ରିୟତା ସାଉଁଟିଛି। ଶୋର ଜଜ୍‌ ନେହା କକ୍କର ଏବଂ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଭିତରେ ଥିବା ରିଲେସନସିପକୁ ନେଇ ମଧ୍ୟ ‘ଇଣ୍ଡିଆନ୍‌ ଆଇଡଲ୧୧’ ମଧ୍ୟ ଖୁବ୍‌ ଚର୍ଚ୍ଚାର ଶିର୍ଷରେ ଥିଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ଇଣ୍ଡିଆନ୍‌ ଆଇଡଲ ୧୧’ର ବିଜେତା ସନି ହିନ୍ଦୁସ୍ତାନୀ ପଞ୍ଜାବର ଭଟିଣ୍ଡାର ଅଟନ୍ତି। ଅଡିସନ୍‌ ଠାରୁ ହିଁ ସନି ଚର୍ଚ୍ଚାରେ ଥିଲେ। ତାଙ୍କର ସ୍ୱର ନୁସରତ୍‌ ଫତେହ ଅଲ୍ଳୀ ଖାନଙ୍କ ସହିତ ମେଳ ଖାଏ ବୋଲି କୁହାଯାଏ। ଯାହାପରେ ତାଙ୍କ ଗୀତ ଶୁଣିବା ପରେ ତିନି ଜଣ ଜଜ୍‌ ଆଶ୍ଚର୍ଯ୍ୟ ହୋଇଥିଲେ।