ଏବେ ଘରେ ଘରେ ରାଜ କରିବାର ପ୍ରସ୍ତୁତିରେ ଜିଓ ! ୫ ଜୁଲାଇରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଏହି ସେବା

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଶୀଘ୍ର ଲୋକଙ୍କ ଘରେ ଘରେ ପହଞ୍ଚିବା ପାଇଁ ପ୍ରସ୍ତୁତି କରୁଛି। ଟେଲିକମ କମ୍ପାନୀରେ ଧମାଲ ମାଚାଇବା ପରେ ବହୁତ ଶୀଘ୍ର ଜିଓ ବ୍ରର୍ଡ଼ବ୍ୟଣ୍ଡ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛି। ଏହା ଦ୍ବାରା ଦେଶବାସୀଙ୍କୁ ହାଇ ସ୍ପିଡ଼ ଭଏସ କଲ ସହ ଡ଼ିଟିଏଚର ସୁବିଧା ମଧ୍ୟ ମିଳିବ। ଏହା ୬ମାସ ପର୍ୟ୍ୟନ୍ତ ମାଗଣା ମିଳିବ ବୋଲି ଜଣାପଡ଼ିଛି, ଏହାର କନେକସନ ନେବା ପାଇଁ ଗ୍ରାହକଙ୍କୁ ମାତ୍ର ୧୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ରିଲାଏନ୍ସ ଜିଓ ଅପ୍ଟିକଲ ଫାଇବର କେବଲ ଜରୀଆରେ ୧୦୦ ଏମବିପିଏସର ହାଇସ୍ପିଡ଼ ସେବା ଆରମ୍ଭ କରିବାକୁ ଯାଉଛି। ଏହା ଦ୍ବାରା ହ୍ବାର୍ଟ୍ସ ଆପ ଭଳି ଅନ୍ୟ କଲିଙ୍ଗ୍ ଆପକୁ ମଧ୍ୟ ବ୍ୟବହାର କରିପାରିବେ । ଏଥି ପାଇଁ ଆପଣଙ୍କୁ କୌଣସି ପ୍ରକାରର ଶ୍ଳୁକ ଦେବାକୁ ପଡ଼ିବନାହିଁ । ଏହାଛଡ଼ା ଘରେ ବସି ଅରାମରେ ଗ୍ରାହକ ଲାଇଭ ଟିଭିର ମଜା ମଧ୍ୟ ଉଠାଇ ପାରିବେ।

ଜିଓ ଏଥିପାଇଁ ଆସନ୍ତା ଜୂଲାଇ ୫ ତାରିଖରେ ‘ଆରଆଇଏଲ’ର ଏଜିଏମ୍ ସେବା ଘୋଷଣା କରିବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଯାଇଛି। ପ୍ରାଥମିକ ସ୍ତରରେ ରିଲାଏନ୍ସ ଏହି ସେବା ୨୦୦ରୁ ଅଧିକ ସହରରେ ଆରମ୍ଭ କରିବାକୁ ଯାଉଛି। ଏହି ସହର ମାନଙ୍କରେ ୫ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହର ମଧ୍ୟ ସାମିଲ ରହିଛନ୍ତି।

ତେବେ ଜିଓ ଏବେ କିଛି ନିର୍ଦ୍ଦିଷ୍ଟ ସହରର ଖାସ ଅଞ୍ଚଳ ଗୁଡ଼ିକରେ ଏହି ପ୍ରୋଜେକ୍ଟ ଆରମ୍ଭ କରିଛି। ଜିଓ ଟେଲିକମ୍ ଭଳି ଏହି ସେବାକୁ ମଧ୍ୟ ପ୍ରାରମ୍ଭ ୬ ମାସ ପର୍ୟ୍ୟନ୍ତ ସଂପୂର୍ଣ୍ଣ ମାଗଣା କରାଯିବ। ଏହା ଦ୍ବାରା ଗ୍ରାହକ ସହଜରେ ଯୋଡ଼ି ହେବା ସହ ଏହାର ସୁବିଧା ମଧ୍ୟ ଉଠାଇ ପାରିବେ।

ରିଲାଏନ୍ସ ଜିଓ ବ୍ୟବହାର କରୁଥିବା ଗ୍ରାହକ ସର୍ବ ପ୍ରଥମେ ଏହି ସେବାର ଲାଭ ଉଠାଇ ପାରିବେ। ପ୍ରଥମରୁ ଜିଓ ସହ ଯୋଡ଼ି ହୋଇ ରହିଥିବା ଗ୍ରହାକଙ୍କୁ ଅନେକ ପ୍ରକାରର ନିୟମ ଅବଲମ୍ବନ କରିବାକୁ ପଡ଼ିବ ନାହିଁ । ତେବେ ଏହି ସେବା ପ୍ରିପେଡ଼ ନୁହେଁ ବରଂ ପୋଷ୍ଟପେଡ଼। ଏଣୁ ଏଥିପାଇଁ ଗ୍ରାହକଙ୍କୁ ପଛରେ ବିଲ ଦେବାକୁ ପଡ଼ିବ।

Leave A Reply

Your email address will not be published.