ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆରେ ନିଯୁକ୍ତି ଜାରି, ପ୍ରତି ମାସରେ ପାଇବେ ୨.୫ ଲକ୍ଷ ଦରମା

ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଭାରତୀୟ ଖାଦ୍ୟ ନିଗମ) ପକ୍ଷରୁ ଜେନେରାଲ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଇଛୁକ ପାର୍ଥୀମାନେ ଏହି ପଦବୀରେ ନିଯୁକ୍ତି ପାଇଁ ଅଗଷ୍ଟ ୧୯ ତାରିଖ ପୂବର୍ରୁ ହିଁ ଆବେଦନ କରିପାରିବେ। ଟ୍ରାନ୍ସଫର ଡେପ୍ୟୁଟେସନ/ ଜେନେରାଲ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ଦୁଇଟି ପଦବୀ ଖାଲି ରହିଛି। ଦିଲ୍ଲୀ/NCR, ମୁମ୍ବାଇ, କୋଲକତା ଏବଂ ଗୁହାଟିରେ ଏହି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା

ଜେନେରାଲ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ପାର୍ଥୀ କୌଣସି ୟୁନିଭରସିଟିରୁ ସିଭିଲ/ ଇଲେକ୍ଟ୍ରିକାଲ/ ମେକାନିକାଲ ଇଞ୍ଜିନିୟରିଂର ଡିଗ୍ରୀ ହାସଲ କରିଥିବେ। ଏହା ବ୍ୟତୀତ ୧୦ ବର୍ଷ କାମ କରିଥିବାର ଅଭିଜ୍ଞତା ଥିବା ଆବଶ୍ୟକ।

JOBଚୟନ ପକ୍ରିୟା

ଆବେଦନକରିଥିବା ପାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ।

ବେତନ

ପାର୍ଥୀମାନଙ୍କ ଦରମା ୭ମ ପେ କମିଶନ ଆଧାରରେ ୧୦୦୦୦୦-୨୬୦୦୦୦ ଟଙ୍କା ମଧ୍ୟରେ ହେବ।

ଏହାସହ ପଢନ୍ତୁ: SBI ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ଏପରି କରନ୍ତୁ ଆବେଦନ

ଆବେଦନକାରୀମାନେ fci.gov.in ଜରିଆରେ ‘Appointment to the Post of General Manager(Engineering) on Transfer Deputation/Permanent Absorption Basis in the Food Corporation of India’ ରେ କ୍ଲିକ୍ କରି ଫର୍ମ ଡାଉନଲୋଡ୍ କରନ୍ତୁ। ଫର୍ମ ପୂରଣ କରି ଏଗ୍ଜୁକ୍ୟୁଟିଭ ଡାଇରେକ୍ଟର, ଫପୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ, ହେଡକ୍ବାଟର୍ସ, ବାରାଖଭା ଲେନ, ନୂଆଦିଲ୍ଲୀ, ୧୧୦୦୦୧ ରେ ପଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.