Below header

Maruti ଜୁଲାଇ ୨୦୨୦ ଡିସକାଉଣ୍ଟ ଅଫର, Alto ଠାରୁ ଆରମ୍ଭ କରି Celerio ପର୍ଯ୍ୟନ୍ତ ସବୁ କାର ଉପରେ ବମ୍ପର ରିହାତି

ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (Maruti Suzuki India Limited) ଜୁଲାଇ ୨୦୨୦ ମାସରେ ବହୁତ ଆକର୍ଷଣୀୟ ରିହାତି ଏବଂ ଫାଇନାନ୍ସ ସ୍କିମ ଲଞ୍ଚ କରିବ। ଯାହାର ଆରମ୍ଭ ଏଣ୍ଟ୍ରି ଲେବଲ କାର ମାରୁତି ଅଲଟୋ ୮୦୦ (Maruti Alto 800)ର ସିଏନଜି ଏବଂ ପେଟ୍ରୋଲ ଉଭୟ ଭେରିୟଣ୍ଟରେ ଆରମ୍ଭ ହେଉଛି। ଯାହାକୁ ଗ୍ରାହକ ୧୮,୦୦୦ ଟଙ୍କା ନଗଦ ରିହାତି ଏବଂ ୧୫,୦୦୦ ଟଙ୍କାର ଏକ୍ସଚେଞ୍ଜ ରିହାତି ପାଇପାରିବେ।

marutiଏହିପରି ଭାବେ କମ୍ପାନୀ ମାରୁତିର ସମସ୍ତ ଭେରିୟଣ୍ଟ କାର ଉପରେ ୨୦,୦୦୦ ଟଙ୍କାର ନଗଦ ଡିସକାଉଣ୍ଟ ଏବଂ ୧୫,୦୦୦ ଟଙ୍କା ଏକ୍ସଚେଞ୍ଜ ସୁବିଧା ମିଳିବ। ସେହିପରି ମାରୁତି ସିଲେରିଓରେ ପେଟ୍ରୋଲ ଏବଂ ସିଏନଜି ଉଭୟ ଭେରିୟଣ୍ଟରେ ୨୫,୦୦୦ ଟଙ୍କାର ନଗଦ ଡିସକାଉଣ୍ଟ ଏବଂ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ରିହାତି ଦିଆଯିବ। ଏହାଛଡା କ୍ରୟ କରିବାରେ ଇନଷ୍ଟାଣ୍ଟ ଡିସକାଉଣ୍ଟ ଏବଂ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ଦିଆଯାଉଛି।

marutiଆଶାୟୀ ପ୍ରାର୍ଥୀ Tour S ପେଟ୍ରୋଲ ଏବଂ ସିଏନଜି କ୍ରୟ ଉପରେ ୧୫,୦୦୦ ଟଙ୍କାର ନଗଦ ରିହାତି ଏବଂ ୨୫,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସର ଲାଭ ଉଠାଇପାରିବେ। ସେହିପରି ମାରୁତି ଡିଜାୟର (Maruti Dzire) ଆଉଟଗୋଇଙ୍ଗ୍‌ ମଡେଲରେ ୨୫,୦୦୦ ନଗଦ ଏବଂ ୨୫,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ପାଇପାରିବେ। ଏହିପରି ଭାବେ ନୂଆ ମାରୁତି ଡିଜାୟର କ୍ରୟରେ ୧୦,୦୦୦ ଟଙ୍କାର ନଗଦ ଡିସକାଉଣ୍ଟ ଏବଂ ୨୫,୦୦୦ ଟଙ୍କାର ଏକ୍ସଚେଞ୍ଜ ରିହାତି ପାଇପାରିବେ।

s prescoମାରୁତି ସୁଜୁକି ଏସ-ପ୍ରେସୋ ସିଏନଜି ଏବଂ ପେଟ୍ରୋଲ ଉଭୟ ଭେରିୟଣ୍ଟର କ୍ରୟ ଉପରେ ଟୋଟାଲ ୨୦,୦୦୦ ଟଙ୍କାର ରିହାତି ମିଳିବ ସେହିପରି ଏକ୍ସଚେଞ୍ଜ ଅଫର ୨୦,୦୦୦ ଟଙ୍କାର ରିହାତି ପାଇପାରିବେ। କମ୍ପାନୀ ମାରୁତି ସ୍ୱିଫ୍ଟ କ୍ରୟ ଉପରେ ୧୫,୦୦୦ ଟଙ୍କାର ନଗଦ ରିହାତି ଏବଂ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ଦିଆଯାଉଛି।

maruti

ଗ୍ରାହକ ମାରୁତି ଇକୋ କାର୍ଗୋ ପେଟ୍ରୋଲ ଏବଂ ସିଏନଜି ଉଭୟ କ୍ରୟ ଉପରେ ମଧ୍ୟ ୧୦,୦୦୦ ଟଙ୍କାର ନଗଦ ଛୁଟି ଏବଂ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ପାଇପାରିବେ। ମାରୁତି ଓ୍ଵାଗନର ଆର ସିଏନଜି ଏବଂ ପେଟ୍ରୋଲ କ୍ରୟ ଉପରେ ୧୦,୦୦୦ ଟଙ୍କାର ନଗଦ ରିହାତି ଏବଂ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜର ଲାଭ ଉଠାଇପାରିବେ।

ecoମାରୁତି ସୁଜୁକି ନିଜର ଏମପିବି ମାରୁତି ଆର୍ଟିଗା କ୍ରୟ ଉପରେ କୌଣସି ରିହାତି ଦିଆଯାଉନାହିଁ। ସେହିପରି ମାରୁତି ଭିଟାରା ବ୍ରେଜା କାର କ୍ରୟ ଉପରେ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଡିସକାଉଣ୍ଟ ଦିଆଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜୁନରେ ବିକ୍ରି କରାଯାଇଥିବା କାରର ଲିଷ୍ଟ ଜାରୀ କରିଛି। ଯେଉଁଥିରେ ମାରୁତି ସୁଜୁକି ଦେଶରେ ୫୩ ହଜାରରୁ ବି ଅଧିକ କାର ବିକ୍ରି ହୋଇଛି। ଯେବେକି ମାରୁତି ଅଲଟୋ ୮୦୦ କାର ଲିଷ୍ଟରେ ନମ୍ବର ୧ରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.