ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି

ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ଓଡ଼ିଆ ଝିଅ। ଓଡ଼ିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ଜାତିସଂଘରେ ନିଯୁକ୍ତି ମିଳିଛି। ଜୁଲାଇ ୧ରେ ସେ ଜାତିସଂଘରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ବୈଶାଳୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ଟପ୍ପର। ୨୦୧୬ରେ ଅକ୍ସଫୋର୍ଡରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍‌ ନେସନ୍‌ସର ଇଣ୍ଟରନ୍ୟାସନାଲ ସିଭିଲ ସର୍ଭିସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ସେ ୟୁଏନ୍‌ ମିଶନରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ।

UN declares April 5 as International Day of Conscience

ବୈଶାଳୀଙ୍କ ଘର ପୁରୀରେ। ତାଙ୍କ ବାପା ରାଧାବିନୋଦ ମହାନ୍ତି ଜଣେ ଯନ୍ତ୍ରୀ ଓ ମା’ ମାନସୀ ପ୍ରଧାନ ଜଣେ ସାମାଜିକ କର୍ମୀ ତଥା ଲେଖିକା। ପୁରୀର ବ୍ଲେସ୍‌ଡ ସେକ୍ରାମେଣ୍ଟ ହାଇସ୍କୁଲ ଓ ଭୁବନେଶ୍ୱରର କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରୁ ସେ ଶିକ୍ଷା ସମାପ୍ତ କରିଥିଲେ। ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଶେଷ କରିଥିଲେ। ଏଥିସହ ସେ କେତେକ ଅନ୍ତର୍ଜାତୀୟ ପ୍ରକାଶନରେ ମଧ୍ୟ ଆର୍ଟିକଲ ଲେଖିଛନ୍ତି। କେବଳ ଶିକ୍ଷାକ୍ଷେତ୍ରରେ ନୁହେଁ ନୃତ୍ୟକଳା କ୍ଷେତ୍ରରେ ମଧ୍ୟ ବୈଶାଳୀଙ୍କ ଖ୍ୟାତି ରହିଛି। ସେ ଅକ୍ସଫୋର୍ଡ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା କରି ଓଡ଼ିଶୀ ପ୍ରଶିକ୍ଷଣ ଦେଉଛନ୍ତି। ଏବେ ଜାତିସଂଘରେ ନିଯୁକ୍ତି ପାଇବା ପରେ ବୈଶାଳୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.