ଅକ୍ଷୟଙ୍କ ଅପକମିଙ୍ଗ ଫିଲ୍ମରେ ସ୍କ୍ରିନ ସେୟାର କରିବେ ଏହି ଅଭିନେତ୍ରୀ, ଇନଷ୍ଟାରେ ସେୟାର କଲେ ଖୁସି

ଅଭିନେତା ଅକ୍ଷୟ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ‘ବେଲ୍ ବଟମ୍’ ପାଇଁ ଅନେକ ଦିନରୁ ଅଭିନେତ୍ରୀ ଖୋଜା ଚାଲିଥିଲା। ଏବେ ଅକ୍ଷୟଙ୍କୁ ତାଙ୍କ ଫିଲ୍ମ ପାଇଁ ହିରୋଇନ ମିଳିଯାଇଛି । ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ ୩୧ ବର୍ଷୀୟ ଅଭିନେତ୍ରୀ ବାଣୀ କପୁର । ବାଣୀ ନିଜେ ଇନଷ୍ଟା ଆକାଉଣ୍ଟରେ ଏହି ଖୁସି ଖବର ସେୟାର କରିଛନ୍ତି । ଅକ୍ଷୟଙ୍କ ସହିତ ଏକ ଫଟୋ ଅପଲୋଡ୍ କରି ସେ ଲେଖିଛନ୍ତି, ‘ଏହି ପ୍ରୋଜେକ୍ଟକୁ ନେଇ ଖୁବ୍ ଉତ୍ସାହିତ ରହିଛି । ସୁଟିଂକୁ ଅପେକ୍ଷା କରିଛି ।’

ରଞ୍ଜିତ ଏମ୍ ତିୱାରୀ ‘ବେଲ୍ ବଟମ୍’ର ନିର୍ଦ୍ଦେଶନା ଦାୟିତ୍ୱରେ ରହିଥିବା ବେଳେ କାହାଣୀ ଅସୀମ ଅରୋରା ଏବଂ ପରଭେଜ ଶେଖ୍ ଲେଖିଛନ୍ତି । ଆସନ୍ତାବର୍ଷ ଏପ୍ରିଲ ୨ରେ ଫିଲ୍ମଟି ମୁକ୍ତିଲାଭ କରିବାର ଯୋଜନା ରହିଛି । ପୂର୍ବରୁ ଏହି ପ୍ରୋଜେକ୍ଟରେ କ୍ରିତି ସାନନଙ୍କ ଭଉଣୀ ନୁପୂର ସାନନଙ୍କ କାଷ୍ଟ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା । ନୁପୂର ଏହା ଜରିଆରେ ଡେବ୍ୟୁ କରିବେ ବୋଲି ଶୁଣାଯାଉଥିଲା । ହେଲେ ଏବେ ବାଣୀ ବାଜି ମାରିନେଇଛନ୍ତି । ଏହା ମାଧ୍ୟମରେ ଅକ୍ଷୟ-ବାଣୀଙ୍କର ଯୋଡ଼ିକୁ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ, ବାଣୀ ୟଶରାଜ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସୁଶାନ୍ତଙ୍କ ଅପଜିଟ୍‌ରେ ନଜର ଆସିଲେ ବାଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.