Below header

୧୨୫ ଟଙ୍କା ରିଚାର୍ଜରେ ମନ ଭରି ମାସ ସାରା କରିପାରିବେ ଫୋନ, ଫ୍ରି କଲିଂ ସହିତ ପାଇବେ ଜବରଦସ୍ତ ଡାଟା

ମାତ୍ର ୧୨୫ ଟଙ୍କା ଖର୍ଚ୍ଚ କରି ଆପଣ ମାସ ସାରା ମନ ଭରି ମୋବାଇଲ ଚଲାଇ ପାରିବେ। ଆପଣ କୌଣସି ବି ନମ୍ବରକୁ ଫ୍ରି କଲ କରିବା ସହିତ ଡାଟାର ମଧ୍ୟ ଫାଇଦା ପାଇବେ। ଆମେ ଆପଣଙ୍କୁ ଏୟାରଟେଲ, ଭୋଡାଫୋନ-ଆଇଡିଆ ଏବଂ ରିଲାଏନ୍ସ ଜିଓର ଲମ୍ବା ବୈଧତା ବିଶିଷ୍ଟ ପ୍ଲାନ ବିଷୟରେ କହୁଛୁ। ଏଥିରେ ଆପଣ ମାତ୍ର ୧୨୫ ଟଙ୍କା ଖର୍ଚ୍ଚ କରି ପୁରା ମାସ ସାରା ଏହାର ଲାଭ ଉଠାଇପାରିବେ। ଏହି ବର୍ଷିକୀଆ ପ୍ଲାନରେ ଆପଣଙ୍କୁ ଅନେକ ପ୍ରକାର ଫାଇଦା ମଧ୍ୟ ମିଳିବ। ତାହେଲେ ଆସନ୍ତୁ ଜାଣିବା ସେହି ସବୁ ପ୍ଲାନ ବିଷୟରେ।

ଏୟାରଟେଲ : ଫ୍ରି କଲ ଏବଂ ୨୪GB ଡାଟା

airtellଏୟାରଟେଲରେ ଅଛି ସବୁଠୁ ବଢିଆ ପ୍ଲାନ। ଏୟାରଟେଲର ଏହି ପ୍ଲାନ ୧୪୯୮ ଟଙ୍କାର ଅଟେ। ଏୟାରଟେଲର ଏହି ପ୍ଲାନ ୩୬୫ ଦିନ ଅର୍ଥାତ ୧୨ ମାସ ଚାଲିବ। ଏହାଦ୍ୱାରା ଆପଣଙ୍କୁ ପ୍ରତି ମାସ ମୋବାଇଲ ରିଚାର୍ଜ ଖର୍ଚ୍ଚ ୧୨୪.୮ ଟଙ୍କା ପଡିବ। ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ଼ କଲିଂର ଫାଇଦା ମିଳିବ। ଅର୍ଥାତ ଆପଣ କୌଣସି ବି ନମ୍ବରକୁ ଫ୍ରିରେ କଲ କରିପାରିବେ। ଏହି ସୁବିଧା ଆପଣଙ୍କୁ ପୁରା ବର୍ଷ ମିଳିବ। ଏହାଛଡା ପ୍ଲାନରେ ୨୪ଜିବି ଡାଟା ମିଳିବ। ପ୍ଲାନରେ ୟୁଜର୍ସଙ୍କୁ ୩୬୦୦ ମେସେଜ ସୁବିଧା ମଧ୍ୟ ମିଳିବ।ପ୍ଲାନରେ ଆପଣଙ୍କୁ ଏୟାରଟେଲ Xstream ପ୍ରିମୀୟମର ଆକ୍ସେସ ମିଳିବ। ଏହାସହିତ ଫ୍ରି ହେଲୋଟ୍ୟୁନ ମଧ୍ୟ ମିଳିବ। ଏହାଛଡା ଆପଣଙ୍କ ମୋବାଇଲ ପାଇଁ ଆଣ୍ଟି-ଭାଇରସ ମଧ୍ୟ ମିଳିବ।

ଭୋଡଫୋନ : ୧୨୫ ଟଙ୍କାରେ ଅନଲିମିଟେଡ଼ କଲ ଏବଂ ଡାଟା

idea1ଭୋଡଫୋନ-ଆଇଡିଆ ପାଖରେ ମଧ୍ୟ ଏକ ବହୁତ ବଢିଆ ପ୍ଲାନ ରହିଛି। ଯେଉଁଥିରେ ଆପଣଙ୍କୁ ମାସକର ମୋବାଇଲ ଖର୍ଚ୍ଚ ୧୨୫ ଟଙ୍କା ପଡିବ।ଭୋଡଫୋନର ଏହି ପ୍ଲାନ ୧୪୯୯ ଟଙ୍କାର ଅଟେ। ଏହି ପ୍ଲାନ ୩୬୫ ଦିନର ଅଟେ ଅର୍ଥାତ ୧୨ ମାସ ବା ଗୋଟେ ବର୍ଷ। ଏହି ପ୍ଲାନ ରିଚାର୍ଜ କରିବା ପରେ ଆପଣଙ୍କୁ ସବୁ ମାସର ମୋବାଇଲ ଖର୍ଚ୍ଚ ୧୨୪.୯ ଟଙ୍କା ପଡିବ। ପ୍ଲାନରେ ଆପଣଙ୍କୁ ୨୪ଜିବି ଡାଟା ମିଳିବ। ଏହାଛଡା ୩,୬୦୦ sms ପଠାଇବାର ସୁବିଧା ରହିଛି। ଏହି ପ୍ଲାନରେ ୪୯୯ ଟଙ୍କାର ଭୋଡଫୋନ ପ୍ଲେ ସବସ୍କ୍ରିପ୍ସନ ଏବଂ ୯୯୯ ଟଙ୍କା ବିଶିଷ୍ଟ ZEE5 ସବସ୍କ୍ରିପ୍ସନ ଫ୍ରି ମିଳିବ।

ଜିଓ : ୧୧୮ ଟଙ୍କାରେ ୨୪gb ଡାଟା ଏବଂ କଲିଂ

jioଜିଓ ପାଖରେ ୧,୨୯୯ ଟଙ୍କାର ଏହି ଖାସ ପ୍ଲାନ ରହିଛି। ଏହି ପ୍ଲାନରେ ୩୩୬ ଦିନ ପର୍ଯ୍ୟନ୍ତ ବୈଧତା ରହିଛି ଅର୍ଥାତ ୧୧ ମାସ। ଯଦି ଆପଣ ଜିଓର ଏହି ପ୍ଲାନ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ପ୍ରତି ମାସ ୧୧୮ ଟଙ୍କା ପଡିବ। କିନ୍ତୁ ଜିଓର ଏହି ପ୍ଲାନରେ ଆପଣଙ୍କୁ ସବୁ ନମ୍ବରକୁ ଫ୍ରି କଲିଂର ଫାଇଦା ମିଳିବନାହିଁ। ଜିଓର ଏହି ପ୍ଲାନରେ ଜିଓ ଟୁ ଜିଓ କଲିଂ ସମ୍ପୂର୍ଣ୍ଣ ଭାବରେ ମାଗଣା। ସେହିପରି ଅନ୍ୟ ନମ୍ବରକୁ କଲ କରିବା ପାଇଁ ଆପଣଙ୍କୁ ୧୨,୦୦୦ ନନ ଜିଓ ମିନିଟ ମିଳିବ। ଏହାଦ୍ୱାରା ଆପଣ କୌଣସି ବି ନମ୍ବରକୁ କଲ କରିପାରିବେ। ଏହି ପ୍ଲାନରେ ଆପଣଙ୍କୁ ୨୪GB ଡାଟା ମିଳିଥାଏ। ଜିଓର ଏହି ପ୍ଲାନରେ ଆପଣ ୩,୬୦୦ sms ସୁବିଧା ମିଳିବ। ଏହାଛଡା ଜିଓ ଆପସ୍ କଂପଲିମେଟ୍ରି ସବସ୍କ୍ରିପ୍ସନ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.