Below header

ଖୋର୍ଦ୍ଧା: ଲକଡାଉନରେ ହନ୍ତସନ୍ତ ଟାଙ୍ଗିର ଲୋନ ଆଣି ଅଟୋ କରିଥିବା ଚାଳକ, ଚୁକ୍ତିଭିତ୍ତିକ ଅଟୋକୁ ଗମନାଗମନ ଅନୁମତି ଦେବାକୁ ସରକାରଙ୍କୁ କଲେ ନିବେଦନ

ଟାଙ୍ଗି(କେନ୍ୟୁଜ): ସାରା ଭାରତରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିପାଇଁ ସାରା ଦେଶ ଏବେ ଲକଡାଉନ  ଓ ଏହାର ପ୍ରଭାବରେ ଖୋରଧା ଜିଲ୍ଲା ବାଲୁଗାଁ,ବାଣପୁର, ନାଚୁଣି, ସୁନଖଳା, ନାଭଲ ଛକ ଗମ୍ଭୀମୁଣ୍ଡା,ବଡ଼କୁଳ ଓ ଟାଙ୍ଗୀ, କୁହୁଡି, ଚଣ୍ଡେଶ୍ଵର, କଳୁପଡା, ଭୂଷଣ୍ଡପୁର, ନିରାକାରପୁର, ଓ ଚାନ୍ଦପୁର, ଚମ୍ପାଗଡ, ରାମେଶ୍ଵର ଅଞ୍ଚଳରେ ପାଞ୍ଚ ହଜାରରୁ ଉର୍ଦ୍ଧ ଅଟୋ ରିକ୍ସା ସମ୍ପୂର୍ଣ୍ଣ ଲକ ଡାଉନରେ ପଡି ରହିଛି ।

auto 2  ଏପଟେ ରୋଜଗାର ନାହିଁ ସେପଟେ ପ୍ରାଇଭଟ ସଂସ୍ଥାରୁ ଋଣ କରି ଗାଡ଼ି କରିଛନ୍ତି ଲୋକ । ମାସିକ କିସ୍ତି ଦେଇ ପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଏହାକୁ ବୃତ୍ତି କରିଥିବା ହଜାର ହଜାର ଗ୍ରାମାଞ୍ଚଳର ଅଟୋ ଚାଳକ ମାନେ ନାନା ଅସୁବିଧାରେ ରହିଛନ୍ତି । ଏଣୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ନାହିଁ ।

ଏଣୁ ଲୋକ ମାନେ ଡାକ୍ତର ପାଖକୁ କିମ୍ବା ଅତି ଆଵଶ୍ୟକୀୟ କାର୍ଯ୍ୟରେ ଗମନାଗମନ ପାଇଁ ନାନା ଅସୁବିଧା ସମୁଖୀନ ହେଉଛନ୍ତି । ଏଣୁ ସରକାର ଚୁକ୍ତି ଭିତିକ କିଛି ଅଟୋକୁ ଗମନାଗମନ ଅନୁମତି ଦେବାକୁ ବିଭିନ୍ନ ଅଟୋ ମହାସଂଘ ତରଫରୁ ସରକାରଙ୍କୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.