ବଜାରରେ ଘୂରି ବୁଲୁଛି ୧୦୦ ଟଙ୍କିଆ ନକଲି ନୋଟ ! ଏଇଠି ରହିଛି ଅସଲି ନୋଟ ଜାଣିବାର ଉପାୟ,ନିଶ୍ଚୟ ପଢ଼ନ୍ତୁ ଏହି ରିପୋର୍ଟ

ବିମୁଦ୍ରୀକରଣ ପରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବଜାରକୁ ୨୦୦୦ ଏବଂ ୫୦୦ ଟଙ୍କାର ନୂଆ ନୋଟ ଜାରି କରିଥିଲେ। ଏହାପରେ ଧିରେ ଧିରେ ବଜାରକୁ ୧୦୦,୨୦୦,୫୦ ଏବଂ ୧୦ ଟଙ୍କାର ନୂଆ ନୋଟ ଆସିଲା। ସେହିଭଳି ଏବେ ୧୦୦ ଟଙ୍କିଆ ନୂଆ ନୋଟର ଚଳନ ବହୁତ ବଢ଼ିସଗଲାଣି। କିନ୍ତୁ ଏହି ସବୁ ଭିତରେ ଆପଣଙ୍କୁ ବହୁତ ସତର୍କରେ ରହିବାକୁ ପଡିବ, କାରଣ ବଜାରରେ ସବୁଠୁ ଅଧିକ ନକଲି ନୋଟ ୧୦୦ ଟଙ୍କିଆ ରହିଛି। ଏହାର ସୂଚନା ନିଜେ ଆରବିଆଇ ଦେଇଛି।
ଆରବିଆଇ ନିକଟରେ ନିଜର ବାର୍ଷିକ ରିପୋର୍ଟରେ କହିଛନ୍ତି ଯେ ୨୦୧୭-୨୦୧୮ ମସିହାରେ ବଜାରରୁ ଯେତିକି ନକଲି ନୋଟ ଜବତ ହୋଇଛି ସେଥିମଧ୍ୟରୁ ଅଧିକାଂଶ ନକଲି ନୋଟ 100 ଟଙ୍କାର ରହିଛି। ତେବେ ଆପଣଙ୍କ ପାଇଁ ଏବେ ଜାଣିବ ବହୁତ ଆବଶ୍ୟକ ଯେ ଆପଣ 100 ଟଙ୍କାର ଅସଲି ନୋଟକୁ ଜାଣିବେ କିପରି, ନଚେତ ଆପଣଙ୍କୁ କିଏ ଚୂନ ଲଗାଇଦେବ। ତେବେ ଆସନ୍ତୁ ଜାଣିବା ଅସଲି ନୋଟ ଚିହ୍ନିବାର ଉପାୟ।
ସର୍ବପ୍ରଥମେ ଆପଣଙ୍କୁ ଜଣାଇବୁ 100 ଟଙ୍କାର ଅସଲି ନୋଟ ଉପରେ ସାମ୍ନା ପଟ ଦୁଇ ଅଂଶରେ ଦେବନଗରୀରେ 100 ଲେଖା ହୋଇଛି। ନୋଟର ମଝିରେ ମହାତ୍ମା ଗାନ୍ଧିଙ୍କର ଫଟୋ ଲାଗିଛି। ଏହାଛଡା ଅସଲି ନୋଟ ଉପରେ RBI, भारत , INDIA ଏବଂ 100 ଛୋଟ ଅକ୍ଷରରେ ଲେଖା ହୋଇଛି।
ଏହା ସହିତ ନୋଟକୁ ମୋଡିବା ଦ୍ବାରା ନୋଟରେ ଲାଗିଥିବା ତାରର ରଙ୍ଗ ବଦଳିଥାଏ ଏବଂ ଏହା ସବୁଜରୁ ନୀଳ ହୋଇଯାଏ। ଏହାଛଡା ଅସଲି ନୋଟ ଉପରେ 100ର ୱାଟର ମାର୍କ ମଧ୍ୟ ରହିଛି। ସେହିଭଳି ନୋଟ ପଛରେ ଛପା ଯାଇଥିବା ବର୍ଷ, ସ୍ଲୋଗାନ, ଅଲଗା ଅଲଗା ଭାଷାରେ ଶହେ ଟଙ୍କା ଏବଂ ଆଶୋକ ସ୍ତମ୍ଭ ରହିଛି।
ଯଦି ଆପଣଙ୍କୁ ବୁଝିବାରେ ଅସୁବିଧା ହେଉଛି ତେବେ ଆପଣ paisaboltahai.rbi.org.in ୱେବସାଇଟରେ ନୂଆ ନୋଟର ପୂରା ସୂଚନା ଫଟୋ ଏବଂ ଗ୍ରାଫିକ୍ସ ସାହାଯ୍ୟରେ ବୁଝି ପାରିବେ। ଏହି ୱେବସାଇଟରେ ଆପଣଙ୍କୁ ସବୁ ନୋଟର ଫିଚର୍ସ ର ସୂଚନା ମିଳିପାରିବ।