ସରକାର ଦେଲେ ବଡ଼ ଝଟ୍‌କା; ରଦ୍ଦ ହେବ ଲକ୍ଷ ଲକ୍ଷ ଲୋକଙ୍କ ରାସନ କାର୍ଡ! ପ୍ରସ୍ତୁତ ହୋଇସାରିଛି ତାଲିକା

ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ବି ଜଣେ ହିତାଧିକାରୀ, ତା’ ହେଲେ ବହୁତ ଜଲ୍‌ଦି ଆପଣଙ୍କ କାର୍ଡ ବି ରଦ୍ଦ ହୋଇ ଯାଇପାରେ। କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କର ରାସନ କାର୍ଡକୁ କ୍ୟାନ୍ସଲ କରି ଦିଆଯିବ। ଏଣିକି ଦେଶର ଲକ୍ଷାଧିକ ଲୋକଙ୍କୁ ମାଗଣା ରାସନର ସୁବିଧା ମିଳିବ ନାହିଁ।

ସରକାର କହିଛନ୍ତି ଯେ ଦେଶରେ ପାଖାପାଖି ୧୦ ଲକ୍ଷ ଲୋକ ଫର୍ଜି ଉପାୟରେ ମାଗଣାରେ ରାସନ ସୁବିଧାର ଫାଇଦା ଉଠାଉଛନ୍ତି। ଏ ସମସ୍ତ ଲୋକଙ୍କ ରାସନ କାର୍ଡକୁ ରଦ୍ଦ କରି ଦିଆଯିବ। ପାଖାପାଖି ୧୦ ଲକ୍ଷ ଲୋକଙ୍କ ରାସନ କାର୍ଡକୁ ଚିହ୍ନଟ କରାଯାଇଛି। ଏହି କାର୍ଡଗୁଡ଼ିକୁ ଖୁବ୍‌ ଜଲ୍‌ଦି ରଦ୍ଦ କରାଯିବ। ସରକାର ଏହାର ତାଲିକା ମଧ୍ୟ ପ୍ରସ୍ତୁତ କରି ନେଇଛନ୍ତି।

କହି ରଖୁଛୁ ଯେ ଯେଉଁ ବି ଲୋକଙ୍କର କାର୍ଡ ଫର୍ଜି ବା ନକଲି ମିଳିଛି, ସେହି ଲୋକମାନଙ୍କଠାରୁ ସରକାରଙ୍କ ତରଫରୁ ଆଦାୟ ମଧ୍ୟ କରାଯିବ। ସାରା ଦେଶରେ ବର୍ତ୍ତମାନ ସମୟରେ ପାଖାପାଖି ୮୦ କୋଟି ଲୋକ ମାଗଣା ରାସନ ସୁବିଧାର ଫାଇଦା ଉଠାଉଛନ୍ତି। ଏଣିକି ଆଗକୁ ଆଉ ଅଯୋଗ୍ୟ ରାସନ କାର୍ଡଧାରୀଙ୍କୁ ମାଗଣା ଗହମ, ଚାଉଳ ଏବଂ ଡାଲି ମିଳିବ ନାହିଁ।

ସରକାର କହିଛନ୍ତି ଯେ ଯେଉଁମାନେ ବି ଅଯୋଗ୍ୟ ଲୋକ ଅଛନ୍ତି, ସେମାନଙ୍କର ପୂରା ତାଲିକା ଡିଲରଙ୍କ ପାଖକୁ ପଠାଯିବ। ଏହାପରେ ଡିଲର ସେହି ଲୋକମାନଙ୍କୁ ରାସନ ସାମଗ୍ରୀ ଦେବେ ନାହିଁ। ଡିଲର ଏମିତି କାର୍ଡଧାରୀମାନଙ୍କ ନାମ ଚିହ୍ନଟ କରି ରିପୋର୍ଟ ଜିଲ୍ଲା ମୁଖ୍ୟାଳୟକୁ ପଠାଇବେ, ଯାହାପରେ ସେମାନଙ୍କ କାର୍ଡ ରଦ୍ଦ କରି ଦିଆଯିବ।

NFSA (national food security act)ରୁ ମିଳିଥିବା ସୂଚନା ମୁତାବକ, ଯେଉଁ ବି କାର୍ଡଧାରୀ ଇନ୍‌କମ ଟ୍ୟାକ୍ସ ଭରୁଛନ୍ତି କିମ୍ବା ଯାହାଙ୍କ ପାଖରେ ୧୦ ବିଘାରୁ ଅଧିକ ଜମି ଅଛି, ସେହି ଲୋକମାନଙ୍କ ନାମ ତାଲିକାରୁ କାଟି ଦିଆଯିବ। ଏମିତି ଲୋକଙ୍କୁ ମାଗଣା ରାସନ ମିଳିବ ନାହିଁ। ସେପଟେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ମାଗଣା ରାସନ ନେଇ ବେପାର କରୁଛନ୍ତି। ଏପରି ଲୋକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ କାର୍ଡକୁ ବି ରଦ୍ଦ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.