Below header

ଏଲଆଇସିର ବେଷ୍ଟ ପଲିସି,ମାତ୍ର ୨୩୩ ଟଙ୍କା ଜମା କରି ପାଆନ୍ତୁ ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ୍‌

କଣ ଆପଣ ଏମିତି ପଲିସିରେ ନିବେଶ କରିବା କରିବା ପାଇଁ ଭାବୁଛନ୍ତି ଯେଉଁଥିରେ ଆପଣଙ୍କୁ ଅନେକ ବେନିଫିଟ୍ସ ମିଳିପାରିବ। ଯଦି ଏମିତି ପଲିସି ସନ୍ଧାନରେ ଅଛନ୍ତି ତାହେଲେ ଆପଣ ଏଲଆଇସିର ଜୀବନ ଲାଭ ପଲିସିରେ ନିବେଶ କରିପାରିବେ। ଏଥିରେ ପ୍ରତିଦିନ କେବଳ ୨୩୩ ଟଙ୍କା ଜମା କରି ଆପଣ ମାତ୍ର କିଛି ବର୍ଷରେ ୧୭ ଲକ୍ଷ ଟଙ୍କା ପାଇପାରିବେ। କେବଳ ଏତିକି ନୁହେଁ ଏଥିରେ ଆପଣଙ୍କୁ ଅନ୍ୟ ବେନିଫିଟ୍ସ ମଧ୍ୟ ମିଳିବ। ତାହେଲେ ଆସନ୍ତୁ ଜାଣିବା ଏଲଆଇସିର ଏହି ଖାସ୍‌ ବିମା ବିଷଷୟରେ ଯାହା ଆପଣଙ୍କୁ ୧୭ ଲକ୍ଷ ଟଙ୍କାର ମାଲିକ ବନାଇପାରିବ।

ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ବେଷ୍ଟ ରିଟର୍ଣ୍ଣ ପାଇଁ ବେଶ୍‌ ଜଣାଶୁଣା ଏଲଆଇସି ଜୀବନ ଲାଭ ପଲିସିରେ ଆପଣ ଡେଥ୍‌ କ୍ଲେମ ସମତେ ଆହୁରି ଅନେକ ବେନିଫିଟ୍ସ ପାଇପାରିବେ। ଏହା ଭାରତୀୟ ଜୀବନ ବିମା ନିଗମର ନନ-ଲିଙ୍କଡ ପଲିସି। ଏଥିରେ ଏକ ସିମିତ ପ୍ରିମିୟମ ଭରିବାକୁ ହୋଇଥାଏ। ଏହା ଏକ ଲିମିଟେଡ ପିରିୟଡ ପ୍ଲାନ। ଏଥିରେ ପିଲାଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଯେମିତିକି ସେମାନଙ୍କ ପଢ଼ାଖର୍ଚ୍ଚ ବାହାଘର ଖର୍ଚ୍ଚ ଆଦି ପାଇଁ ନିବେଶ କରିବା ଏକ ବହୁତ ଭଲ ଅପ୍ଦନ ହେବ ଆପଣଙ୍କ ପାଇଁ।

କେଉଁମାନେ ନେଇପାରିବେ ଏହି ପଲିସି?

  • ଏଥିରେ ୮ ରୁ ୫୯ ବର୍ଷିୟ ବୟସର ବ୍ୟକ୍ତି ନିବେଶ କରିପାରିବେ।
  • ଅତିକମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିବା ଜରୁରୀ।
  • ଅଧିକତମ ନିବେଶ ୨ ଲକ୍ଷ ଟଙ୍କାରୁ ଉପରେ ଯେତେ ବି କରିପାରିବେ।
  • ଏଥିରେ ୧୬, ୨୧ ଏବଂ ୨୫ ବର୍ଷ ପର୍ଯ୍ୟନ୍ତ ପଲିସି ପିରିୟଡ ନେବା ଜରୁରୀ।
  • ଏଲଆଇସି ଜୀବନ ଲାଭ ପଲିସିର ବେନିଫିଟ୍ସ
  • ଏଥିରେ ନିବେଶକଙ୍କୁ ଲୋନ ନେବାର ସୁବିଧା ଦିଆଯାଇଥାଏ।
  • ଲୋନର ଫାଇଦା ନ୍ୟୁନତମ ୩ ବର୍ଷ ପର୍ଯ୍ୟନ୍ତ ପ୍ରିମିୟ ଭରିବା ଦ୍ୱାରା ମିଳିଥାଏ।
  • ପ୍ରିମିୟମରେ ଟ୍ୟାକ୍ସ ଛାଡ ମଧ୍ୟ ମିଳିଥାଏ।
  • ପଲିସିଧାରକଙ୍କ ମୃତ୍ୟୁ କିମ୍ବା ଭିନ୍ନକ୍ଷମ ହୋଇଗଲେ ନମିନିଙ୍କୁ ବିମା ରାଶି ଏବଂ ଅନ୍ୟ ବେନିଫିଟ୍ସ ଦିଆଯାଇଥାଏ।

ତେବେ ଆସନ୍ତୁ ଆଉଥରେ ବିସ୍ତାରିତ ଭାବରେ ଏହି ପଲିସି ବିଷୟରେ ବୁଝିବା। ଧରିନିଅନ୍ତୁ ଆପଣ ୨୩ ବର୍ଷ ବୟସରେ ୧୬ ବର୍ଷର ଟର୍ମ ପ୍ଲାନ ଏବଂ ୧୦ ଲକ୍ଷ ସମ ଆସ୍ୟୁର୍ଡ ଅପ୍ସନ ଚୟନ କରିଛନ୍ତି। ତାହେଲେ ଏମିତିରେ ଆପଣଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୨୩୩ ଟଙ୍କା ଭରିବାକୁ ହେବ। ଏମିତିରେ ମୋଟ ରାଶି ୮,୫୫,୧୦୭ ଟଙ୍କା ହୋଇଯାଏ, ଯାହା ଆପଣଙ୍କୁ ଭରିବାକୁ ହେବ। ୧୬ ବର୍ଷ ପରେ ଅର୍ଥାତ ଆପଣଙ୍କୁ ଯେତେବେଳେ ୩୯ ବର୍ଷ ବୟସ ହୋଇଯିବ ଆପଣଙ୍କୁ ମ୍ୟାଚୁରିଟୀ ରାଶି ୧୭,୧୩,୦୦୦ ଟଙ୍କା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.