LICର ଏହି ସ୍କିମରେ ଆପଣଙ୍କୁ ବିବାହ ପାଇଁ ମିଳିବ ୨୭ ଲକ୍ଷ ଟଙ୍କା

ଆସିଲା ଏଲଆଇସିର ନୂଆ ଜବଦରସ୍ତମ ସ୍କିମ। ଯାହାର ଫାଇଦା ଏବେ ସମସ୍ତେ ଉଠାଇପାରିବେ। ଏଲଆଇସିର ଏହି ସ୍କିମରେ ୧୨୧ ଟଙ୍କା ଜମା କରିଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା। ଜାଣନ୍ତୁ କିପରି କରିବେ ଆପ୍ଲାଏ।

marriage
p.c : abplive.com

ଏଲଆଇସି ଏହି ସ୍କିମ ଖାସ କରି ଝିଅମାନଙ୍କ ପାଇଁ ଆଣିଛି।ଏଲଆଇସି କନ୍ୟାଦାନ ପଲିସିରେ ଏହି ବେନିଫିଟ ମିଳିବ। ଏଲଆଇସିର ଏହି ସ୍କିମରେ ଅନେକ ଗରିବ ପରିବାର ମଧ୍ୟ ସହଯୋଗ ପାଇପାରିବେ। ଏହି ସ୍କିମ ଅନ୍ତର୍ଗତ ଝିଅମାନଙ୍କର ବିବାହ ଚିନ୍ତା ଦୂର ହୋଇଯିବ।
ତେବେ ଏହି ପଲିସିର ଫାଇଦା ଉଠାଇବା ପାଇଁ ପ୍ରଥମେ ଫର୍ମ ଭରିବାକୁ ପଡ଼ିବ। ଏଥିପାଇଁ ଜାଣି ରଖନ୍ତୁ ଜରୁରୀ ଦସ୍ତାବିଜ:
-ଆଧାର କାର୍ଡ
-ଆୟ ପ୍ରମାଣ ପତ୍ର
– ପରିଚୟ ପ୍ରମାଣ ପତ୍ର
-ଠିକଣା ପ୍ରମାଣ ପତ୍ର
-ପାସପୋର୍ଟ ସାଇଜ ଫଟୋ

lic
pc: samayam telugu

ଏହାବ୍ୟତିତ ଆଦେବନ ଫର୍ମରେ ଆପଣଙ୍କ ହସ୍ତାକ୍ଷର ମଧ୍ୟ ଦରକାର। ପ୍ରଥମ ପ୍ରିମିୟମ ପାଇଁ ଚେକ୍‌ କିମ୍ବା କ୍ୟାସ ସହ ଜନ୍ମ ପ୍ରମାଣ ପତ୍ର ଦରକାର। ଏଥିପାଇଁ ଆପଣ ଜନ୍ମ ପ୍ରମାଣ ପତ୍ର ମଧ୍ୟ ଦେବେ। ତେବେ ଏହି ପଲିସିର ଫାଇଦା ଆପଣ ୨୫ ବର୍ଷ ପରିବର୍ତ୍ତେ ୧୩ ବର୍ଷରେ ମଧ୍ୟ ପାଇପାରିବେ। ଏହି ଟଙ୍କାକୁ ଆପଣ କେବଳ ବିବାହ ନୁହେ ବରଂ ଝିଅର ପଢ଼ିବା ଖର୍ଚ୍ଚରେ ବ୍ୟବହାର କରିପାରିବେ।

Marriage
Image Credit: Newstrack

ତେବେ ଯଦି ଆପଣ ନିଜ ଝିଅ ପାଇଁ ଏହି ପଲିସି ନେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ବୟସ ୩୦ ବର୍ଷ ହୋଇଥିବା ଜରୁରୀ। ଏହାସହ ଝିଅର ବୟସ ୧ ବର୍ଷ ହୋଇଥିବା ଜରୁରୀ। ଏହି ପଲିସି ୨୫ ବର୍ଷ ପାଇଁ ହୋଇଥିଲେ ମଧ୍ୟ ପ୍ରିମିୟମ କେବଳ ୨୨ ବର୍ଷ ପର୍ଯ୍ୟନ୍ତ ମିଳିବ। ବାକି ୩ ବର୍ଷର କିଛି ପ୍ରିମିୟମ ଦେବାକୁ ପଡ଼ିବ ନାହିଁ।

LIC

ଯଦି ପଲିସି ନେବା ପରେ ପଲିସି ଧାରକ ଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାରକୁ ଏହାର ପ୍ରିମିୟମ ଦେବାକୁପଡ଼ିବ ନାହିଁ। ଯଦି ମୃତ୍ୟୁ ଦୁର୍ଘଟଣା ଜନିତ ହୁଏ ତେବେ ୧୦ ଲକ୍ଷ ଟଙ୍କା ଆକୁମେସନ ମିଳିବ। ଯଦି ମୃତ୍ୟୁ ଅନ୍ୟ କାରଣ ପାଇଁ ହୋଇଥାଏ ତେବେ ଏଥିପାଇଁ ୫ ଲକ୍ଷ ଟଙ୍କା ମିଳିବ। ଏହାସହ ପରିବାର କୁ ମାଚ୍ୟୁରିଟି ପର୍ଯ୍ୟନ୍ତ ୫୦ ହଜାର ଟଙ୍କା ମିଳିବ। ଏଥିରେ ଡେଥ ବେନିଫିଟ ମଧ୍ୟ ସାମିଲ ଅଛି। ୨୫ ବର୍ଷ ପରେ ୨୭ ଲକ୍ଷ ଟଙ୍କା ନୋମିନୀକୁ ଦିଆଯିବ । ଏଥିରେ ମାସକୁ ଆପଣ ୩୬୦୦ ଟଙ୍କା ଭରିବାକୁ ହେବ। ଆପଣ ଚାହିଁଲେ କମ ପ୍ରମିୟମରେ ମଧ୍ୟ ପଲିସି କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.