ଗ୍ରାହକଙ୍କୁ ଲାଗିଲା ବଡ ଝଟକା : ଆଜିଠାରୁ ମହଙ୍ଗା ହେଲା ଗ୍ୟାସ୍‌ ସିଲିଣ୍ଡର, ଏବେ ଦେବାକୁ ହେବ ଏତିକି ଟଙ୍କା

ଜୁନ୍‌ ୧ ତାରିଖରୁ ଭାରତରେ ଅନଲକ୍ ୧.୦ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରୁ ସାଧାରଣ ଲୋକଙ୍କୁ ଲାଗିଛି ଏକ ବଡ଼ ଝଟକା। ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ସବସିଡି ବିନା ଏଲପିଜି ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଇଛନ୍ତି। ଆଜିଠାରୁ ୧୯ କିଲୋଗ୍ରାମ ଏବଂ ୧୪.୨ କିଲୋଗ୍ରାମର ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ତେଲ କମ୍ପାନୀଗୁଡିକ ପ୍ରତ୍ୟେକ ମାସ ଆରମ୍ଭରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ପ୍ରତ୍ୟେକ ରାଜ୍ୟରେ ଟିକସ ଭିନ୍ନ ହୋଇଥାଏ ଏବଂ ଏଲପିଜି ମୂଲ୍ୟ ସେହି ଅନୁଯାୟୀ ଭିନ୍ନ ହୋଇଥାଏ ।

gas

ଆଇଓସିଏଲ୍ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୧.୫୦ ଟଙ୍କା ମହଙ୍ଗା ହୋଇଛି। ଏହା ପରେ ଏହାର ମୂଲ୍ୟ ୫୯୩ ଟଙ୍କା ହେଲା, ଯାହା ପୂର୍ବରୁ ୫୮୧.୫୦ ଟଙ୍କା ଥିଲା। କୋଲକାତାରେ ଏହାର ମୂଲ୍ୟ ୫୮୪.୫୦ ରୁ ୬୧୬ ଟଙ୍କାକୁ ବୃଦ୍ଧି ପାଇଛି, ମୁମ୍ବାଇରେ ଏହା ୫୭୯ରୁ ୫୯୦.୫୦ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ଏହା ପୂର୍ବରୁ ୫୬୯.୫୦ ଟଙ୍କା ଥିଲା, ଯାହା ଆଜିଠାରୁ ୬୦୬.୫୦ ଟଙ୍କା ହୋଇଛି ।

ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୧୦ ଟଙ୍କା ମହଙ୍ଗା ହୋଇଛି। ଏହା ପରେ ଏହାର ମୂଲ୍ୟ ୧୧୩୯.୫୦ ଟଙ୍କା ହେଲା, ଯାହା ପୂର୍ବରୁ ୧୦୨୯.୫୦ ଟଙ୍କା ଥିଲା। କୋଲକାତାରେ ଏହାର ମୂଲ୍ୟ ୧୦୮୬ରୁ ୧୧୩୯.୫୦ ଟଙ୍କାକୁ ବୃଦ୍ଧି ପାଇଛି, ମୁମ୍ବାଇରେ ଏହା ୯୭୮ରୁ ୧୦୮୭.୫୦ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ଏହା ପୂର୍ବରୁ ୧୧୪୪.୫୦ ଟଙ୍କା ଥିଲା, ଯାହା ଆଜିଠାରୁ ୧୨୫୪ ଟଙ୍କା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.