Below header

ଏଇ ଲକ୍‌ଡାଉନ୍‌ରେ କେତେବେଳେ ବାହା ହେଲେ ଜଣା ନାହିଁ, ଏବେ ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦକ ପାଣ୍ଡ୍ୟା ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ଇନଷ୍ଟଗ୍ରାମ୍ରେ ସେ ପତ୍ନୀ ନତାସା ଏବଂ ମୁଁ ଖୁବଶୀଘ୍ର ଗୋଟିଏ ନୂଆ ଜୀବନକୁ ସ୍ବାଗତ କରିବାକୁ ଯାଉଛୁ ବୋଲି ହାର୍ଦ୍ଦିକ ସେୟାର କରିଛନ୍ତି। ଏହି ଟ୍ବିଟ୍ ପରେ ସୋସିଆଲ ମିଡିଆରେ ପାଣ୍ଡ୍ୟାଙ୍କୁ ଶୁଭେଚ୍ଛାର ସୂଅ ଛୁଟିଛି।

ନୂଆବର୍ଷର ଠିକ୍ ପୂର୍ବଦିନ ଅଚାନକ ନିଜ ନିର୍ବନ୍ଧ ଖବର ଦେଇ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲେ ଭାରତୀୟ କ୍ରିକେଟ୍ ଦଳର ରସିକିଆ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା। ସର୍ବିୟ ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକଙ୍କ ସହ ନିର୍ବନ୍ଧ କରି ନେଇଥିବା ଖବର ପାଣ୍ଡ୍ୟା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ତାଙ୍କ ମହିଳା ପ୍ରଶଂସକ ହିଁ ସବୁଠାରୁ ଅଧିକ ନିରାଶ ହୋଇଥିଲେ।

 

View this post on Instagram

 

One word for this couple. ❤ #hardikpandya #natasastankovic #lockdownwedding . . #viralbhayani @viralbhayani

A post shared by Viral Bhayani (@viralbhayani) on


ବିବାହ କରିବା ପୂର୍ବରୁ ହିଁ ନତାଶା ଗର୍ଭବତୀ ଥିବା ଏବଂ ସେ ଖୁବଶୀଘ୍ର ବାପା ହେବାକୁ ଯାଉଥିବା ଖବର ରବିବାର ସେ ନିଜ ଟ୍ବିଟର ଓ ଇନଷ୍ଟାଗ୍ରାମ ପୃଷ୍ଠାରେ ଘୋଷଣା କରିଛନ୍ତି। ନତାଶାଙ୍କ ସହ ଉଠାଇଥିବା ଏକ ଫଟୋ ମଧ୍ୟ ପାଣ୍ଡ୍ୟା ପ୍ରକାଶ ରିଛନ୍ତି। ଏଥିରେ ନତାଶାଙ୍କ ପେଟ ଉପରେ ପାଣ୍ଡ୍ୟା ହାତ ରଖିଥିବା ଦେଖିବାକୁ ମିଳୁଛି। ‘‘ନାତାଶା ଓ ମୋର ଜୀବନ ଯାତ୍ରା ବହୁତ ସୁଖଦ ରହିଛି। ଏହା ଆହୁରି ରୋଚକ ହେବାକୁ ଯାଉଛି। ଆମେ ଦୁଇ ଜଣ ଆମ ଜୀବନକୁ ଖୁବଶୀଘ୍ର ଜଣେ ନୂଆ ଆଗନ୍ତୁକଙ୍କୁ ସ୍ବାଗତ କରିବାକୁ ଯାଉଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.