ଏଠାରେ ଲୋକ ବିନା ପୋଷାକରେ ଆସୁଛନ୍ତି ଅଫିସ, କାରଣ ଜାଣିଲେ ତାଜୁବ ହୋଇଯିବେ ଆପଣ

ଆଜି ବି ଦୁନିଆରେ ଅନେକ ଦେଶ ଅଛି । ଯେଉଁଠାରେ ଅଜବ ନିୟମ ପ୍ରଣୟନ କରାଯାଇଛି ଏବଂ ଏହା ଠିକ ହେଉ କି ଭୁଲ ସେଠାକାର ଲୋକଙ୍କୁ ଏହାକୁ ଅନୁସରଣ କରିବାକୁ ପଡିଥାଏ । କେଉଁଠି ମୁଣ୍ଡକୁ ଘୋଡାଇ ରଖିବାକୁ ପଡିଥାଏ ତ ଆଉ କେଉଁଠି ବିଚରେ ନଗ୍ନ ଭାବେ ବୁଲିବାର ସମ୍ପୂର୍ଣ୍ଣ ଅଧିକାର ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଆପଣ କାହାକୁ ଅଫିସ ଉଲଗ୍ନ ହୋଇ ଯିବାର ଦେଖିଛନ୍ତି କି ? ବୋଧହୁଏ ନା ତାହେଲେ ଆସନ୍ତୁ ଜାଣିବା ଏହିପରି ଏକ ଅଜବ ନିୟମ ବିଷୟରେ ।

ଏପରି ଏକ ଦେଶ ଅଛି ଯେଉଁଠାରେ ଲୋକମାନେ ବିନା ପୋଷାକରେ ଅଫିସକୁ ଯାଆନ୍ତି । ଯଦିଓ ପୂର୍ବରୁ ସେଠାରେ ଲୋକମାନେ ଆନୁଷ୍ଠାନିକ ପୋଷାକ ପିନ୍ଧୁଥିଲେ । କିନ୍ତୁ ଦିନେ ଏପରି କିଛି ଘଟିଗଲା ଯେ ଲୋକମାନେ ପୋଷାକ ନ ପିନ୍ଧି ଅଫିସକୁ ଯାଇ କାମ କରିବା ଆରମ୍ଭ କଲେ ।

ସୂଚନା ଅନୁଯାୟୀ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ଏକ ଅଭିଭାଷଣରେ କହିଥିଲେ ଯେ “ଆଧୁନିକତା, ଆଇଟି-ଟେକ୍ନୋଲୋଜି, ଘରୋଇକରଣ – ଏହା ସବୁ ସ୍ପଷ୍ଟ। ଆମେ ସେଗୁଡିକୁ ପରାସ୍ତ କରିଛୁ କିନ୍ତୁ ସବୁକିଛି ଅତି ସରଳ ଭାବରେ, ଜଣେ ଅନାବୃତ ହୋଇ କାର୍ଯ୍ୟ କରିବା ଉଚିତ୍।” ( “Innovations, IT-technologies, privatisation – it is all clear. We’ve conquered all of them. But everything is very simply, one should get undressed and work”) ଯଦିଓ ତାଙ୍କ କହିବାର ଅର୍ଥ ଥିଲା ଯେ ଝାଳ ବୋହି ଡ୍ରେସ ଉତାରିବା ପର୍ଯ୍ୟନ୍ତ କାମ କରନ୍ତୁ କିନ୍ତୁ ଲୋକମାନେ ସେମାନଙ୍କୁ ପରିହାସ କରି ଏହି ଅର୍ଥକୁ ଅନର୍ଥ କରିଦେଲେ ଏବଂ ଅଫିସରେ ନଗ୍ନ ହୋଇ କାମ କରିବାର ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.