Mahindra Bolero Neoର ଦମଦାର ଏଣ୍ଟ୍ରି, ଶସ୍ତାଦାମ ସହ ରହିଛି ଶାନଦାର ଫିଚର୍ସ

ଦେଶର ପ୍ରମୁଖ ବାହନ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ବେଷ୍ଟ ଏସୟୁଭି Mahindra Bolero Neo ଲଞ୍ଚ କରିଛି । ଆକର୍ଷକ ଲୁକରେ ଦମଦାର ଇଞ୍ଜିନ କ୍ଷମତା ସହିତ ବଜାରକୁ ପ୍ରବେଶ କରିଛି Mahindra Bolero Neo । ଏହାର ଦାମ ୮.୪୮ ଲକ୍ଷ ରହିଛି । କମ୍ପାନୀ ଏହି ଗାଡ଼ିରେ ୯ଟି ସିଟ ରଖିଛି ।

ତେବେ କମ୍ପାନୀର ସିଇଓ ବିଜୟ ନାକରା କହିଛନ୍ତି ଯେ, କମ୍ପାନୀ ତରଫରୁ ନୂଆ କମ୍ପାକ୍ଟ ଏସୟୁଭିର ଦମଦାର ମଡେଲ ଖୁବଶୀଘ୍ର ବଜାର ପ୍ରବେଶ କରିବ । ଯାହାକୁ Mahindra Bolero Neo+ କୁହାଯିବ । ଏହା ପ୍ରଥମଠୁ ୪୦୦ ରୁ ୪୧୦ ମିମି ଲମ୍ବା ରହିବ । ଯାହାର କ୍ୟାବିନ ଭିତରେ ଅନେକ ସ୍ପେଶ ମଧ୍ୟ ରହିବ ।

Mahindra Bolero Neo+ରେ କମ୍ପାନୀ  LED ଡେ ଟାଇମ ରନିଂ ଲାଇଟସ୍ ସହ ହେଡଲ୍ୟାମ୍ପ , ନୂଆ ଫଙ୍ଗ ଲ୍ୟାମ୍ପ, ଅପଡେଟେଡ ଫ୍ରଣ୍ଟ ବମ୍ପର, ବ୍ରାଣ୍ଡର ନୁଆ ୬-ସ୍ଲେଟ କ୍ରୋମ ଗ୍ରିଲ , ବ୍ଲାକ ଆଉଟ ସି ପିଲର, ପ୍ଲାଷ୍ଟିକ କ୍ଲୋଡିଂ, ନୂଆ ହ୍ୱିଲସ୍ ଦିଆଯାଇଛି ।

କମ୍ପାନୀ ଏଥିରେ 2.2 ଲିଟର କ୍ଷମତା ବିଶିଷ୍ଟ ଡିଜେଲ ଇଞ୍ଜିନର ବ୍ୟବହାର ପାଇଁ ସୁବିଧା ରଖିଛି । ଯାହା ଆଟୋମେଟିକ ଏବଂ ମାନୁଆଲ ଉଭୟ ଟ୍ରାନ୍ସମିଶନ ଗିୟରବକ୍ସ ସହ ସାମ୍ନାକୁ ଆସିବ । ଏହା  100hp ପାୱର ଏବଂ 260Nmର ଟ୍ରାକ ଜେନେରେଟ କରିଥାଏ । ଏହାବ୍ୟତିତ କମ୍ପାନୀ ଏଥିରେ ଫୁଏଲ ସେବିଙ୍ଗ ଇଞ୍ଜିନ ଷ୍ଟାର୍ଟ ଟେକ୍ନୋଲୋଜି ଦେଇଛି । ଯାହା ଟିୟୁବି ୩୦୦ରେ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.