ତୃତୀୟ ଲହର ପୂର୍ବରୁ ପଦକ୍ଷେପ ନେବାକୁ ୬ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ: ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକାକରଣ ଉପରେ ଫୋକସ୍

ନୂଆଦିଲ୍ଲୀ(କେନ୍ଯୁଜ୍): କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସତର୍କ ହୋଇ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ। କରୋନା ସଙ୍କଟ ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ।

କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା ଚିନ୍ତା ବଢାଇଛି। ଏହି ୬ଟି ରାଜ୍ୟରୁ ଦେଶର ପାଖାପାଖି ୮୦ ପ୍ରତିଶତ ସଂକ୍ରମଣ ମାମଲା ରହିଥିବା କହିଛନ୍ତି ମୋଦି। ତୃତୀୟ ଲହର ମୁକାବିଲା ପାଇଁ ୪ଟି ଫର୍ମୁଲା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକା ଉପରେ ରଣନୀତି କରିବାକୁ ଫୋକସ କରିଛନ୍ତି। ସଂକ୍ରମଣ ଅଧିକ ଥିବା ଅଞ୍ଚଳରେ ଟିକାକରଣ ଅତ୍ୟନ୍ତ ଜରୁରୀ। ଏହାସହ ପ୍ରାଥମିକ ସଂକ୍ରମଣ ଚିହ୍ନଟ ପାଇଁ ଆରଟିପିସିଆର ଟେଷ୍ଟ ବଢାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

ଥାର୍ଡ ୱେଭର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେବା ଆବଶ୍ୟକ। ଗତ କିଛି ଦିନ ମଧ୍ୟରେ ୟୁରୋପ ଓ ଆମେରିକାରେ କରୋନା ପଜିଟିଭି ସଂଖ୍ୟା ବୃଦ୍ଧି ପାଇଛି। ଏହା ଆମ ପାଇଁ ସତର୍କ ସୂଚନା ବୋଲି ଚେତେଇଛନ୍ତି ମୋଦି। ସାର୍ବଜନୀନ ସ୍ଥାନରେ ଭିଡ଼ ରୋକିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଜ୍ୟର କରୋନା ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.