ମଣିଷ ଦେହର ଝାଳରୁ ଉତ୍ପନ୍ନ ବିଦ୍ୟୁତ ଶକ୍ତିରେ କରିପାରିବେ ଫୋନ ଚାର୍ଜ, ରିସର୍ଚ୍ଚରୁ ମିଳିଲା ସୂଚନା

ଆଧୁନିକ ଜ୍ଞାନ କୌଶଳ ତଥା ବିଜ୍ଞାନର ଉନ୍ନତିରେ ଦେଶର ଉନ୍ନତି ହୋଇଥାଏ । ଏଥିପାଇଁ ସମସ୍ତ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ ।ବିଜ୍ଞାନର ଉନ୍ନତି ଆଜିର ସମୟରେ ଅନେକ ହେଲାଣି । ଏହାର ଜ୍ୱଳନ୍ତ ନମୁନା ମଧ୍ୟ ଆମେ ଅନେକ ବାର ଦେଖିଛେ । ଏବେ ରିସର୍ଚ୍ଚର ମାନେ ଏକ ବୈଜ୍ଞାନିକ ପଦ୍ଧତି ଆପଣାଇ ନୂଆ ଉପାୟ ଉଦ୍ଭାବନ କରିଛନ୍ତି । ଏହି ଉପାୟରେ ମଣିଷ ଶରୀରରୁ ବାହାରୁଥିବା ଝାଳରୁ ବିଦ୍ୟୁତ ଶକ୍ତି ପ୍ରସ୍ତୁତ କରାଯାଇ ପାରିବ । ଏଭଳି ଏକ ମେସିନ ଏବେ ତିଆରି ହୋଇଛି, ଯଦ୍ୱାରା ଯେକୌଣସି ବ୍ୟକ୍ତିଙ୍କର ଝାଳକୁ ନେଇ ବିଦ୍ୟୁତ ଶକ୍ତିର ଉତ୍ପାଦନ କରାଯିବ ।

ଏହି ମେସିନକୁ ଆଙ୍ଗୁଠିରେ ଆପଣ ପିନ୍ଧି ପାରିବେ । ଏହାଦ୍ୱାରା ଶରୀରୁ ନିର୍ଗତ ହେଉଥିବା ଝାଳରେ ଥିବା ସୋଡିୟମ ଅଂଶ ମେସିନରେ ଲାଗିବା ମାତ୍ରେ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେବ । ସାଧାରଣତଃ ଆଙ୍ଗୁଠିରେ ଝାଳ ଅଧିକ ବାହାରିଥାଏ । ଏହାକୁ ସ୍ମାର୍ଟ ସ୍ପଙ୍ର୍ଗ ମାଟେରିଆଲରେ ଏକାଠି କରି ପରେ ଏହାକୁ କଣ୍ଡକ୍ଟର୍ସ ଦ୍ୱାରା ପ୍ରୋସେସ କରାଯାଏ ।

ଏହି ପ୍ରୋଟୋ ଟାଇପ ଡିଭାଇସ କମ ମାତ୍ରାରେ ପାୱାର ଜେନେରେଟ କରିଥାଏ । ୩ ମାସ ଲଗାଇବା ପରେ ଏଥିରୁ ଉତ୍ପନ୍ନ ବିଜୁଳି ସାହାଯ୍ୟରେ ଆପଣ ନିଜ ଫୋନକୁ ଚାର୍ଜ କରିପାରିବେ । ଏହା ୨୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ସିନିୟର ପ୍ରଫେସର ଜୋସେଫ ବାଙ୍ଗ କହିଛନ୍ତି ଯେ, ଆମ ଫିଙ୍ଗର ଟିପ୍ସରେ କୌଣସି କାମ ନକଲେ ମଧ୍ୟ କମ ମାତ୍ରାରେ ଝାଳ ରହିଥାଏ । ତେଣୁ ଏହି ମେସିନ ସାହାଯ୍ୟରେ ଆପଣ ସହଜରେ ବିଦ୍ୟୁତ ଜେନେରେଟ କରିପାରିବେ ।

ରିସର୍ଚ୍ଚରୁ ଜଣା ପଡିଛି ଯେ, ୧୯ ଘଣ୍ଟା ଶୋଇବା ପରେ ୪୦୦ ମିଲିଜୁଲ୍ସର ଏନର୍ଜି ବାହାରିଥାଏ । ଏହାଦ୍ୱାରା ଇଲେକଟ୍ରିକ ହାତ ଘଣ୍ଟା ମଧ୍ୟ ଚାର୍ଜ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.