Below header

ଆସନ୍ତା କାଲିଠୁ ଆରମ୍ଭ ହେଉଛି Maruti Suzuki Baleno ର ବୁକିଂ, ଏବେଠୁ ଲାଇନ ଲଗେଇଲେଣି ଗ୍ରାହକ

ଦେଶର ବୃହତ୍ତମ କାର ନିର୍ମାତା Maruti Suzuki ର ଲୋକପ୍ରିୟ ମଡେଲ Baleno ର ନୂଆ ଏବଂ facelift ଭର୍ସନ ପାଇଁ ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ତେବେ ବର୍ତ୍ତମାନ ସାମ୍ନାକୁ ଆସୁଥିବା ରିପୋର୍ଟ ଅନୁଯାୟୀ, ଏହି କାର ପାଇଁ ଆପଣଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ସୂଚନା ଅନୁଯାୟୀ, କମ୍ପାନୀ ଫେବ୍ରୁଆରି ମାସରେ Baleno facelift ଲଞ୍ଚ କରିବାକୁ ଯାଉଛି ଏବଂ ଏହାର ବୁକିଂ ଶୀଘ୍ର ଆରମ୍ଭ ହେବ।

ଏପର୍ଯ୍ୟନ୍ତ ପ୍ରକାଶିତ ସୂଚନା ଅନୁଯାୟୀ, କମ୍ପାନୀ ଫେବୃଆରୀ ୧୦ ରେ ମାରୁତି ସୁଜୁକି facelift ଲଞ୍ଚ କରିବ। ଏହି ଲୋକପ୍ରିୟ କାରକୁ ପସନ୍ଦ କରୁଥିବା ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର। ଯଦି ଆପଣ ଏହି କାର୍ କିଣିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଆସନ୍ତା କଲି ଅର୍ଥାତ ଫେବୃଆରୀ ୧, ୨୦୨୨ ରୁ ବୁକ୍ କରିପାରିବେ। ଏହାର ଅର୍ଥ ହେଉଛି ଆପଣ ଆଉ ଗୋଟିଏ ଦିନରେ କାର୍ ବୁକ୍ କରିପାରିବେ ।

ନୂତନ ମଡେଲ ବିଷୟରେ ଲିକ୍ ହୋଇଥିବା ସୂଚନା ଅନୁଯାୟୀ, Maruti Baleno ୨୦୨୨ଏକ ନୂଆ ଓ ଚୌଡା ଗ୍ରୀଲ୍ ସହିତ ଉନ୍ନତ ହେଡଲ୍ୟାମ୍ପ ମଧ୍ୟ ପାଇବେ। ଏହା ସହିତ ମାରୁତି ସୁଜୁକି Baleno HUD, ESP, ୬ ଏୟାରବ୍ୟାଗ ଏବଂ ବୟରଲେସ ଚାର୍ଜିଂ ସୁବିଧା ଭଳି ପ୍ରିମିୟମ ଫସେଲିଟି ସହିତ ଆସିବ ବୋଲି ଆଶା କରାଯାଉଛି।

Marutiର ସର୍ବୋତ୍ତମ ବିକ୍ରୟ କାର ମଧ୍ୟରୁ Baleno ଅପଡେଟ୍ ହୋଇଥିବା ଭର୍ସନରେ ଫ୍ରଣ୍ଟ୍ ବମ୍ପର, LED Signature ସହିତ ନୂଆ cissplit taillights, dual tone alloy ଚକ ଏବଂ ଉନ୍ନତ ରିଅର ବମ୍ପର ବି ମିଳିବ।

ଯଦି କାରର ଅନ୍ୟାନ୍ୟ ଫିଚର ବିଷୟରେ କହିବା ସେଥିରେ Toyota ଦ୍ୱାରା ବିକଶିତ ଏକ ଫ୍ଲୋଟିଂ ଟଚସ୍କ୍ରିନ ଇନଫୋଟେନ୍ମେଣ୍ଟ ସିଷ୍ଟମ, ଏକ ହେଡ ଅପ୍ ଡିସପ୍ଲେ, ବୟରାଲ
ଚାର୍ଜିଂ ସୁବିଧା, କ୍ରୁଜ୍ କଣ୍ଟ୍ରୋଲ୍, ପୁସ୍-ବଟନ୍ ଇଞ୍ଜିନ୍ ଷ୍ଟାର୍ଟ / ଷ୍ଟପ୍ ନୂଆ ଏୟାର କଣ୍ଡିସିନର ଭେଣ୍ଟସ୍ ଅନ୍ତର୍ଭୁକ୍ତ ରହିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.