ଟିକେଟ ଥିବା ସତ୍ତ୍ୱେ ପିଲାଙ୍କୁ ମିଳିଲାନି ଷ୍ଟାଡିଅମକୁ ଯିବାକୁ ଅନୁମତି, ଧାରଣାରେ ବସିପଡିଲେ କୁନି ଫ୍ୟାନ୍ସ : ଦେଖନ୍ତୁ ଭିଡିଓ
କ୍ରିକେଟ ଖେଳ ଦେଖିବାର କ୍ରେଜ ସମସ୍ତଙ୍କ ପାଖରେ ରହିଥାଏ। ଆଉ ଆଜିକାଲିର ପିଲାମାନେ କ୍ରିକେଟ ଖେଳିବା ପାଇଁ ହେଉ ଅବା ଖେଳ ଦେଖିବା ପାଇଁ ପ୍ରାୟ ପାଗଳ ହୋଇପଡନ୍ତି। ଏମିତି ଏକ ଭିଡିଓ ପିଲାଙ୍କର ଭାଇରଲ ହେଉଛି, ଯେଉଁଥିରେ ସେମାନଙ୍କ ପାଖରେ ଷ୍ଟାଡିଅମ ଭିତରକୁ ଯିବାକୁ ଟିକେଟ ଥିବା ସତ୍ତ୍ୱେ ଏଣ୍ଟ୍ରି ପାଇଁ ଅନୁମତି ମିଳିନଥିଲା। ଫଳରେ ପିଲାମାନେ ଷ୍ଟାଡିଅମ ବାହାରେ ହିଁ ଧାରଣାରେ ବସିପଡିଥିଲେ।
ପାକିସ୍ତାନ ସୁପରଲିଗ୍କୁ ନେଇ ସମଗ୍ର ଦେଶରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ବଢିଯାଇଛି। ଆଉ ଏଥିରେ ପିଲାମାନେ ମଧ୍ୟ ସାମିଲ। ଭାରତ ଭଳି ପାକିସ୍ତାନରେ ମଧ୍ୟ ଲୋକଙ୍କ ମଧ୍ୟରେ କ୍ରିକେଟ ମାନିଆ ଦେଖିବାକୁ ମିଳେ। କରୋନାର ତୃତୀୟ ଲହରି ଚାଲିଥିବା ବେଳେ କରାଚିର ନ୍ୟାସନାଲ ଷ୍ଟାଡିଅମରେPSL ର ୭ମ ସିଜନ ଆୟୋଜନ କରାଯାଉଛି। ଷ୍ଟାଡିଅମରେ ଖେଳ ଦେଖିବା ପାଇଁ ଫ୍ୟାନ୍ସ ଲମ୍ବା ଲାଇନ ମଧ୍ୟ ଲଗାଇଥିଲେ। ମ୍ୟାଚ ଦେଖିବା ପାଇଁ ପରିବାର ଲୋକଙ୍କ ସହିତ ପିଲାମାନେ ମଧ୍ୟ ଲାଇନରେ ଛିଡା ହୋଇଥିଲେ। ଏହି ସମୟରେ ୧୨ ବର୍ଷରୁ କମ୍ ବୟସ ପିଲାମାନଙ୍କୁ ସିକ୍ୟୁରିଟି ଗାର୍ଡ ଭିତରକୁ ଏଣ୍ଟ୍ରି କରିବାକୁ ମନା କରିଦେଇଥିଲେ। ସେମାନଙ୍କ ପାଖରେ ଟିକେଟ ଥିବା ସତ୍ତ୍ୱେ ସେମାନଙ୍କୁ ଷ୍ଟାଡିଅମ ଭିତରକୁ ଯିବାକୁ ମନା କରିଦେଇଥିଲେ। ସେମାନେ ଭିତରକୁ ନ ଛାଡିବା ଯୋଗୁଁ ଷ୍ଟାଡିଅମରେ ଧାରଣାରେ ପିଲାମାନେ ବସିପଡିଥିଲେ।
Cute kids protesting at National Stadium gates 😊😊😊#PSL7 #PZvQG pic.twitter.com/0S7jKzDnfV
— ٰImran Siddique (@imransiddique89) January 28, 2022
କ୍ରିକେଟ ପାଇଁ ପାଗଳ ଥିବା ପିଲାମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଥିଲା। ଭିଡିଓରେ ପିଲାମାନେ ଧାରଣାରେ ଷ୍ଟାଡିଅମ ବାହାରେ ବସିଛନ୍ତି।PSL ମ୍ୟାନେଜମେଣ୍ଟ ବିପକ୍ଷରେ କ୍ରୋଧ କରି ନାରାବାଜୀ ମଧ୍ୟ ଦେଇଥିଲେ। ଯେଉଁମାନେ କରୋନାର ଦୁଇଟି ଯାକ ଟିକା ନେଇଥିଲେ, ସେମାନଙ୍କୁ ହିଁ ଏଣ୍ଟ୍ରି ପାଇଁ ଅନୁମତି ମିଳିଥିଲା। ଯେହେତୁ ଏହିସବୁ ପିଲାଙ୍କ ବୟସ ୧୨ ବର୍ଷରୁ କମ୍ ସେମାନେ ଟିକା ନେଇ ନଥିଲେ। ତେଣୁ ଏଣ୍ଟ୍ରି ପାଇଁ ଅନୁମତି ମିଳିନଥିଲା।