ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ, ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱର(କେନ୍ଯୁଜ୍): ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ। ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ଯୁବକଙ୍କୁ ନିଜ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍।

note

ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।