ବିଭିନ୍ନ କାର ଉପରେ ଚାଲିଛି ଇୟର ଏଣ୍ଡ ରିହାତି, ମିଳୁଛି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ

କାର କ୍ରୟ ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ରିହାତି । ଚଳିତ ମାସରେ ଅନେକ SUV ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ମିଳିବ ଡିସକାଉଣ୍ଟ । ଯଦି ଆପଣ ମଧ୍ୟ ଏକ ନୂଆ ଏସୟୁଭି ସନ୍ଧାନରେ ଅଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ଆଣିଛୁୁ ମାର୍ଚ୍ଚରେ ସବୁଠାରୁ ଅଧିକ ଡିସକାଉଣ୍ଟ ଥିବା କାର ଲିଷ୍ଟ ।

କାର କ୍ରୟ ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ରିହାତି । ଚଳିତ ମାସରେ ଅନେକ SUV ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ମିଳିବ ଡିସକାଉଣ୍ଟ । ଯଦି ଆପଣ ମଧ୍ୟ ଏକ ନୂଆ ଏସୟୁଭି ସନ୍ଧାନରେ ଅଛନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ଆଣିଛୁୁ ମାର୍ଚ୍ଚରେ ସବୁଠାରୁ ଅଧିକ ଡିସକାଉଣ୍ଟ ଥିବା କାର ଲିଷ୍ଟ ।

ମାର୍ଚ୍ଚ ସହିତ ଫାଇନାନ୍ସିଆଲ ଇୟର ୨୦୨୨-୨୩ ମଧ୍ୟ ଶେଷ ହେବାକୁ ଯାଉଛି । ୧ ଏପ୍ରିଲ ଠାରୁ କାର ଉପରେ ନୂଆ ଆରଡିଇ ନର୍ମ୍ସ ଲାଗୁ ହୋଇଯିବ । ଏମିତିରେ ଅନେକ କମ୍ପାନୀ ନିଜ କାରର ଷ୍ଟକକୁ ଖାଲି କରିବାରେ ଲାଗିପଡିଛନ୍ତି । ଏମିତିରେ ଗ୍ରାହକଙ୍କ ପାଇଁ ଏହି ନୂଆ ଏସୟୁଭି ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ରିହାତି ଦିଆଯାଉଛି । ଯଦି ଆପଣ ମଧ୍ୟ ଏକ ନୂଆ ଏସୟୁଭି ଖୋଜରେ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ବଢ଼ିଆ ମଉକା । ତାହେଲେ ଆସନ୍ତୁ ଜାଣିବା ସେହି କାର ବିଷୟରେ ଯେଉଁଥିରେ ମିଳୁଛି ବମ୍ପର ଡିସକାଉଣ୍ଟ ।

ସିଟ୍ରୋଏନ୍‌ ସି୫ ଏୟାରକ୍ରସ

ସିଟ୍ରୋଏନ୍‌ ନିକଟରେ ନିଜର ସି୫ ଏୟାରକ୍ରସ ଏସୟୁଭିର ନୂଆ ଭର୍ସନ ଲଞ୍ଚ୍‌ କରିଛି । ଏବଂ ପୂର୍ବ ମଡେଲର ୟୁନିଟ୍ସ କ୍ରୟ ଉପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ ଦିଆଯାଉଛି । ସି୫ ଏୟାରକ୍ରସ ଏକ ବହୁତ ଦମଦାର ଏସୟୁଭି । ଏହି ଏସୟୁଭିର ପ୍ରାରମ୍ଭିକ ଏକ୍ସ-ଶୋରୁମ ଦାମ୍‌ ୩୭.୧୭ ଲକ୍ଷ ଟଙ୍କା ରହିଛି ।

ଜିପ୍‌ ମେରିଡିଆନ୍‌

ଜିପ୍‌ ମେରିଡିଆନ୍‌ ଏକ ଆମେରିକୀ ଏକ୍ସୟୁଭି । ଏହାର ବହୁତ ଖାସ୍‌ ଭ୍ୟାରିୟଣ୍ଟ ଉପରେ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ ମିଳୁଛି । ଜିପ୍‌ ମେରିଡିଆନକୁ ଭାରତୀୟ ବଜାରରେ ମହିନ୍ଦ୍ରା ସ୍କୋର୍ପିୟନ ଉପରେ ଏବଂ ଟୋୟୋଟା ଫର୍ଚ୍ୟୁନର ତଳେ ପ୍ଳେସ କରାଯାଇଛି । ଜିପ୍‌ ମେରିଡିଆନ ଏସୟୁଭିର ପ୍ରାରମ୍ଭିକ ଦାମ ଏକ୍ସ ଶୋରୁମ ଅନୁଯାୟୀ ରହିଛି ୩୦.୧୦ ଲକ୍ଷ ଟଙ୍କା ।

ଭକ୍ସଓ୍ଵାଗନ ଟାଇଗୁନ୍‌

ଭାରତୀୟ ବଜାରରେ ଜିପ୍‌ ମେରିଡିୟାନ୍‌ ଏବଂ ସ୍କୋଡା ଡୋଡିୟାକ ସହ ମୁକାବିଲା କରୁଛି ଭକ୍ସଓ୍ଵାଗନ ଟାଇଗୁନ୍‌। ଏହି ଏସୟୁଭି ଉପରେ ୧.୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ ଅଫର କରାଯାଉଛି । VW Tiguan SUV ର ପ୍ରାରମ୍ଭିକ ଏକ୍ସ ଶୋରୁମ ଦାମ୍‌ ୩୩ ଲକ୍ଷ ୪୯ ହଜାର ଟଙ୍କା ରହିଛି ।

Jeep Compass

ଜିପ୍‌ ଏପ୍ରିଲ ୨୦୨୩ ପୂର୍ବରୁ ଏହି ଏସୟୁଭିକୁ କିଣିଲେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ ପାଇବାର ମଉକା ମିଳିବ । Jeep Compass SUVର ପ୍ରାରମ୍ଭିକ ଏକ୍ସ ଶୋରୁମ ଦାମ୍‌ ୨୦,୯୯ ଲକ୍ଷ ଟଙ୍କା ରହିଛି । ଏହା ଏହି ବଜେଟର ସବୁଠାରୁ ପାଓ୍ଵାରଫୁଲ କାର ମଧ୍ୟରୁ ଗୋଟିଏ ।

MG Astor

ଏମଜି ଏଷ୍ଟର ଫିଚର ସହିତ ଆସୁଥିବା ସବୁଠାରୁ ଶସ୍ତା କାର ମଧ୍ୟରୁ ଗୋଟିଏ । କମ୍ପାନୀ ମାର୍ଚ୍ଚ ମାସରେ ଏହି ଏସୟୁଭି କ୍ରାୟ ଉପରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । MG Astor SUV ର ପ୍ରାରମ୍ଭିକ ଏକସ୍‌ ଶୋରୁମ ଦାମ୍‌ ୧୦.୫୧ ହଜାର ଟଙ୍କା ।

ଯଦି ଆପଣ ଗୋଟେ ଭଲ କାର କମ୍‌ ବଜେଟ ସନ୍ଧାନରେ ଅଛନ୍ତି ତାହେଲେ ଏହି ମଉକା ଆପଣଙ୍କ ପାଇଁ ଏକଦମ୍‌ ବେଷ୍ଟ ରହି। ତାହେଲେ ଆଉ ଡେରି ନକରି ଜଲଦି କିଣନ୍ତ ଡିସକାଉଣ୍ଟର ଲାଭ ଉଠାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.