ଶସ୍ତା ଏସି ବିକିବା ଆରମ୍ଭ କଲେ ମୋଦି ସରକାର, ଜାଣନ୍ତୁ କେମିତି କିଣିବେ

ଗ୍ରାହକଙ୍କ ପାଇଁ ଖୁସିଖବର । ଏସି ବିକ୍ରି କରିବା ଆରମ୍ଭ କଲେ ମୋଦି ସରକାର । ଏହି ଏସିର ଦାମ ଆପଣଙ୍କ ବଜେଟରେ ହେବା ସହିତ ଏହା କମ୍ ବିଦ୍ୟୁତ ବ୍ୟବହାର କରିବ। କେବଳ ଶସ୍ତା ନୁହେଁ ୩୦ ପ୍ରତିଶତ ଅଧିକ ଏଫିସିଏଣ୍ଟ ମଧ୍ୟ । ଏହି ଏସି ସରକାରଙ୍କ ଋଋଝଖ କମ୍ପାନୀ ଲଞ୍ଚ୍ କରିଛି। କମ୍ପାନୀ ୧.୫ ଟନ୍ ଇନଭର୍ଟର ଏସି ବିକ୍ରି କରିବା ଆରମ୍ଭ କରିସାରିଲେଣି । ଦିଲ୍ଲୀରେ ୧.୫ ଟନ୍ ସ୍ପ୍ଲିଟ୍ ଇନଭର୍ଟର ୫ ଷ୍ଟାର୍ ଏସିର ମୂଲ୍ୟ ଜିଏସଟି ସହ ଆସିବ ମାତ୍ର ୪୧୩୦୦ ଟଙ୍କା ।

କେମିତି କିଣିବେ :

ଏହାକୁ ଆପଣ ଘରେ ବସି ଗୋଟିଏ କ୍ଲିକରେ କିଣିପାରିବେ। ଯାହାର ମୂଲ୍ୟ ରହିଛି ମାତ୍ର ୪୧,୩୦୦ ଟଙ୍କା । ଏଥିରେ ଜିଏସଟି ଏବଂ ଟ୍ରାନ୍ସପୋର୍ଟେସନ୍ କଷ୍ଟ୍ ମଧ୍ୟ ସାମିଲ୍ ଅଛି । ଏହି ଏସି କିଣିବା ପାଇଁ ପ୍ରଥମେ www.eeslmart.in ଯାଇ ଅଲଲାଇନ୍ ପେମେଣ୍ଟ କରି କିଣି ପାରିବେ । କମ୍ପାନୀର ଦାବି ଯେ ବଜାରରେ ଉପଲବ୍ଧ କୌଣସି ୩ ଷ୍ଟାର୍ ଏସି ମଧ୍ୟରୁ ଏହା ୪୦ ପ୍ରତିଶତ ଏବଂ ୫ ଷ୍ଟାର୍ ଏସି ଠାରୁ ୨୦ ପ୍ରତିଶତ ଏଫିସିଏଣ୍ଟ । ଭୋଲ୍ଟାସର ଏହି ଏସି ଅନ୍ୟ କୌଣସି ସାମାନ୍ୟ ୩ ଷ୍ଟାର୍ ଏସି ମୁକାବିଲାରେ ୨୫୦୦ ରୁ ୩୦୦୦ ଟଙ୍କା ସଂଚୟ କରିବ ।

ଏହା ସହ ପଢନ୍ତୁ ଆର୍ଥିକ ବର୍ଷରେ ଓଡିଶାକୁ ମିଳିବ କେତେ ଟଙ୍କା ? ଜାଣନ୍ତୁ ..

ପ୍ରାଥମିକ ସ୍ତରରେ ୫୦ ହଜାର ଏସି ସପ୍ଲାୟ କରିବ କମ୍ପାନୀ । କମ୍ପାନୀ ଆଗାମୀ ବର୍ଷ ପର‌୍ୟ୍ୟନ୍ତ ୨ ଲକ୍ଷ ଲୋକଙ୍କୁ ଏସି ବିକ୍ରି କରିବାକୁ ଟାରଗେଟ ରଖିଛି। ଧ୍ୟାନ ରଖନ୍ତୁ ଏହି ଏସିକୁ ସେହି ଗ୍ରାହକ କିଣିପାରିବେ ଯେଉଁମାନଙ୍କ ନାମରେ ବିଦ୍ୟୁତ କନେକସନ ଅଛି। ବର୍ତ୍ତମାନ କେବଳ ଦିଲ୍ଲୀଅ, ଏନସିଆର ଏବଂ ମୁମ୍ବାଇରେ ମିଳିବ ଏହି ଶସ୍ତା ଏସି । ଧୀରେ ଧୀରେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଏହା ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.