ଦୁବାଇରେ ଫସିଲେ ଓଡ଼ିଆ ଶ୍ରମିକ, ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ 

ଗଞ୍ଜାମ(କେନ୍ୟୁଜ୍): ପୁଣି ଫସିଲେ ଓଡ଼ିଆ ଶ୍ରମିକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ମାଣିକପୁର ଓ କୈରାସି ଗାଁର ୧୮ ଜଣ ଶ୍ରମିକ  ଦୁବାଇ ଯାଇ ଫସିଯାଇଛନ୍ତି  । ଗାଁର ଜଣେ ଦଲାଲ ମାସିକ ୩୫ ହଜାର ଟଙ୍କା ଦିଆଯିବ ବୋଲି କହି ୭ମାସ ତଳେ ଦୁବାଇର ନେଇଥିଲେ  । ତେବେ ସେଠାରେ କାମ ବଦଳରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି  । ଏପରିକି ଖାଇବାକୁ ଦେଉନଥିବା ଓ ଏହାର ପ୍ରତିବାଦ କଲେ ମାଡ଼ ମରାଯାଉଥିବା ମଧ୍ୟ ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି  ।  ଏନେଇ ଫସି ରହିଥିବା ଶ୍ରମିକ ମାନେ ଏକ ଭିଡିଓ ମାଧ୍ୟମରେ ତାଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକଙ୍କୁ  ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.