ଆସିଲା ଦେଶର ସବୁଠାରୁ ଶସ୍ତା Sunroof କାର, CNGର ବି ମିଳୁଛି ଅପ୍ସନ

ଟାଟା ମୋଟର୍ସ ସେହି କାର ନିର୍ମାଣକାରୀ କମ୍ପାନୀ ମଧ୍ୟରୁ ଗୋଟିଏ । ଯାହା ଏହି ତାଲିକାରେ ସବୁଠୁ ଆଗରେ ଅଛି । କାର ନିର୍ମାଣକାରୀ କମ୍ପାନୀ ନିକଟରେ ନିଜର ଅଲଟ୍ରୋଜ୍‌ ହ୍ୟାଚବ୍ୟାକ ମଡେଲ ଲାଇନଅପରେ ସନରୁଫ ଦେବା ଆରମ୍ଭ କରିଛି ।

ସେ ଯୁଗ ପଳେଇଲାଣି ଯେତେବେଳେ ସନରୁଫକୁ ସବୁଠୁ ଖାସ୍‌ ଫିଚର ବୋଲି ମାନୁଥିଲେ ଲୋକେ । ଆଉ ସନରୁଫ କାର ଲଗଜୁରୀ କାର ପର୍ଯ୍ୟନ୍ତ ହିଁ ସୀମିତ ଥିଲା । ବର୍ତ୍ତମାନ ମାସ-ସେଗମେଣ୍ଟ କାର ମଧ୍ୟରେ ବି ଏହା ବହୁତ ଲୋକପ୍ରିୟ ଫିଚର । ଟାଟା ମୋଟର୍ସ ସେହି କାର ନିର୍ମାଣକାରୀ କମ୍ପାନୀ ମଧ୍ୟରୁ ଗୋଟିଏ । ଯାହା ଏହି ତାଲିକାରେ ସବୁଠୁ ଆଗରେ ଅଛି । କାର ନିର୍ମାଣକାରୀ କମ୍ପାନୀ ନିକଟରେ ନିଜର ଅଲଟ୍ରୋଜ୍‌ ହ୍ୟାଚବ୍ୟାକ ମଡେଲ ଲାଇନଅପରେ ସନରୁଫ ଦେବା ଆରମ୍ଭ କରିଛି । ଯାହାପରେ ଏହା ଭାରତର ସବୁଠାରୁ ଶସ୍ତା ସନରୁଫ ଅଫର କରୁଥିବା କାର ବନିଯାଇଛି । ଟାଟା ଅଲଟ୍ରୋଜର ସନରୁଫ ଭ୍ୟାରିୟଣ୍ଟସର ଦାମ୍‌ ୭.୯୦ ଲକ୍ଷ ଟଙ୍କାରୁ ୧୦.୫୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏହାର ମିଡ ସ୍ପେକ XM+ ଟ୍ରିମ ଠାରୁ ସନରୁଫ ମିଳିବାକୁ ଲାଗେ । ଏହାର ମୋଟ ୧୬ ଭ୍ୟାରିୟଣ୍ଟସରେ ସନରୁଫ ମିଳୁଛି । ଯେଉଁଥିରେ ତିନୋଟି ସିଏନଜି ଭ୍ୟାରିୟଣ୍ଟ ରହିଛି ।

ସମାନ ଟ୍ରିମରେ ବିନା ସନରୁଫ ଭ୍ୟାରିୟଣ୍ଟ ତୁଳନାରେ ଅଲଟ୍ରୋଜ ସନରୁଫ ସହ ଲେସ ଭ୍ୟାରିୟଣ୍ଟର ଦାମ୍‌ ୪୫୦୦୦ ଟଙ୍କା ଅଧିକ । ଏହାକୁ ଟକ୍କର ଦେଉଥିବା ମାରୁତି ବଲେନୋରେ ସନରୁଫ ଆସୁନାହିଁ । ଏବଂ ହ୍ୟୁଣ୍ଡାଇ ଆଇ୨୦ ଏସଟା ଏବଂ ଏସଟା ‘ଓ’ ଟ୍ରିମ୍ସରେ ସନରୁଫ ମିଳୁଛି । ଯାହାର ଦାମ ୯.୦୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ । ଯଦିଓ ଦକ୍ଷିଣ କୋରିୟା ବାହନ ନିର୍ମାଣକାରୀ କମ୍ପାନୀ ବହୁତ ଜଲଦି ସିଙ୍ଗଲ-ପ୍ୟାନ ସନରୁଫ ସହିତ ହ୍ୟୁଣ୍ଡାଇ ଏକ୍ସଟର ମାଇକ୍ରୋ ଏସୟୁଭି ଆଣିବାକୁ ଯାଉଛି । ଏହାର ଟପ୍‌ ଟ୍ରିମ୍ସରେ ସନରୁଫ ମିଳିବ । ଏହା ହ୍ୟୁଣ୍ଡାଇର ସବୁଠାରୁ ଶସ୍ତା ହେବ ଏବଂ ତାସହିତ ସନରୁଫ ସହିତ ଆସୁଥିବା ସବୁଠାରୁ ଶସ୍ତା କାର ମଧ୍ୟ ହେବ ।

ଇଞ୍ଜିନ୍‌ ଅପ୍ସନ୍‌

ଟାଟା ଅଲଟ୍ରୋଜ ମଡେଲ ଲାଇନଅପ୍‌1.2L NA ପେଟ୍ରୋଲ, 1.2L ଟର୍ବୋ ପେଟ୍ରୋଲ ଏବଂ 1.5L ଡିଜେଲ ଇଞ୍ଜିନ ଅପ୍ସନ ସହିତ ଆସିଥାଏ । NA ଏବଂ ଟର୍ବୋଚାର୍ଜଡ ପେଟ୍ରୋଲ ଇଞ୍ଜ୍‌ କ୍ରମଶଃ 86bhp ଏବଂ 110bhp ଜେନେରେଟ୍‌ କରିଥାଏ । ସେହିପରି ଡିଜେଲ ଇଞ୍ଜିନ ୯୦ବିଏଚପି ଜେନେରେଟ କରିଥାଏ । ଏହା ୫ ସ୍ପିଡ ଗିୟରବକ୍ସ ଷ୍ଟାଣ୍ଡାର୍ଡ ଆସିଥାଏ, ସେହିପରି ୬ ସ୍ପିଡ ଡିସିଟି ଅଟୋମେଟିକ ଟ୍ରାନ୍ସମିଶନ କେବଳ 1.2L NA ପେଟ୍ରୋଲ ଇଞ୍ଜିନ ସହିତ ଉପଲବ୍ଧ ରହିଛି ।

ନିକଟରେ କାର ନିର୍ମାଣକାରୀ କମ୍ପାନୀ ଟାଟା ଅଲଟ୍ରୋଜ ରେଞ୍ଜରେ ୬ ସିଏନଜି ଭ୍ୟାରିୟଣ୍ଟ ଯୋଡି ହୋଇଛି । ଯାହାର ଦାମ ୭.୫୫ ଲକ୍ଷ ଟଙ୍କାରୁ ୧୦.୫୫ ଲକ୍ଷ ଟଙ୍କା ମଧ୍ୟ ରହିଛି । ଏଥିରେ ଡୁଆଲ ସିଲିଣ୍ଡର ସିଏନଜି ସେଟଅପ ସହିତ ୧.୨ଏଲ ପେଟ୍ରୋଲ ଇଞ୍ଜିନର ଉପଯୋଗ କରାଯାଇଛି । ସିଏନଜି ମୋଡରେ ଏହି ଇଞ୍ଜିନ ୭୭ ବିଏଚପି ପିକ ପାଓ୍ଵାର ଏବଂ ୧୦୩ଏନଏମ ଟର୍କ ଜେନେରେଟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.