ଚିକେନପ୍ରେମୀ ସାବଧାନ ! ଚିକେନ୍ ଖାଉଥିଲେ ହେବ ଏହି ଭୟଙ୍କର ରୋଗ, କାମ ଦେବନି କୌଣସି ଔଷଧ

ଆପଣଙ୍କ ମନପସନ୍ଦର ଭୋଜନ ଚିକେନ ନୁହେଁ ତ? ଯଦି ହଁ ତାହେଲେ ସାମାନ୍ୟ ସତର୍କ ହୋଇଯାନ୍ତୁ । ପ୍ରୋଟୀନ, ଭିଟାମିନ ଏବଂ ମିନେରାଲରେ ଭରପୂର ଚିକେନ ଆପଣଙ୍କ ଶରୀରର ପ୍ରତିରୋଦକ କ୍ଷମତାକୁ କମ୍‌ କରିପାରେ ।

ଆରେ ବାପରେ ଏ ଥଣ୍ଡା ସର୍ଦ୍ଦି, କାଶ ଭଲ ହେବାର ନାଁ ହିଁ ଧରୁନି । ଜ୍ୱର ଛାଡୁଛି ପୁଣି ହଉଛି, ଯେତେ ବି ଔଷଧ ଖାଇଲେ ବି କିଛି କାମ କରୁନି…କିଛି ଏମିତି କଥା ଆପଣ ଘରେ କିମ୍ବା କେଉଁଠି କାହା ଠାରୁ ଶୁଣିଥିବେ ନିଶ୍ଚିତ । ତେବେ କଣ ଆପଣଙ୍କୁ ଜଣାଅଛି ଏମିତି ହେବା ପଛରେ କାରଣ କଣ ? ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ କଥା କହିବା ପୂର୍ବରୁ ଆମେ ପଚାରିବାକୁ ଚାହିଁବୁ ଆପଣଙ୍କ ମନପସନ୍ଦର ଭୋଜନ ଚିକେନ ନୁହେଁ ତ?

ଯଦି ହଁ ତାହେଲେ ସାମାନ୍ୟ ସତର୍କ ହୋଇଯାନ୍ତୁ । ପ୍ରୋଟୀନ, ଭିଟାମିନ ଏବଂ ମିନେରାଲରେ ଭରପୂର ଚିକେନ ଆପଣଙ୍କ ଶରୀରର ପ୍ରତିରୋଦକ କ୍ଷମତାକୁ କମ୍‌ କରିପାରେ । କେବଳ ଏତିକି ନୁହେଁ ଚିକେନ କାରଣରୁ ଆପଣଙ୍କ ଶରୀରରେ ଆଣ୍ଟିବାୟୋଟିକ୍ସ, ଆଣ୍ଟି ଭାଇରାଲ୍, ଆଣ୍ଟି ଫଙ୍ଗଲ ଓ ଆଣ୍ଟିପାରାସିଟିକ୍ସ ମେଡିସନ୍ ର ପ୍ରଭାବ ବହୁ ମାତ୍ରାରେ କମିଯାଏ । ଆଜ୍ଞା ହଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ କହିଛି ଚିକେନ୍ ଦୁନିଆର ସବୁଠାରୁ ଭୟଙ୍କର ୧୦ ରୋଗ ମଧ୍ୟରୁ ଗୋଟିଏର କାରଣ ହୋଇପାରେ । ହୁ କହିଛି ଚିକେନ୍ ଖାଇବା ଦ୍ୱାରା ଲୋକମାନେ ଦ୍ରୁତ ଗତିରେ ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସର ଶିକାର ହୋଇଯାଆନ୍ତି ।

ଆପଣ ତ ଜାଣିଛନ୍ତି ଆମିଷ ପ୍ରିୟ ଲୋକମାନେ ପ୍ରାୟ ଚିକେନ୍ ଖାଇବାକୁ ଭଲ ପାଆନ୍ତି । ବିଶେଷ କରି ଛୋଟ ପିଲାମାନେ ବେଶୀ ମାତ୍ରାରେ ଚିକେନ ପ୍ରିୟ । ଯେତେବେଳେ ଏହି ଚିକେନ୍ ଆମ ଶରୀରକୁ ଯାଇଥାଏ ସେତେବେଳେ ବହୁ ଆଣ୍ଟିବାଓଟିକ୍ସକୁ ଶରୀରରେ ପରିବର୍ତ୍ତିତ କରି ଦେଇଥାଏ । ଫଳରେ ଆମ ଶରୀରରେ ସମୟ ସହିତ ଆଣ୍ଟିବାଓଟିକ୍ସକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ଏବଂ ଏହି ଆଣ୍ଟିବାଓଟିକ୍ ଶରୀରରେ କାମ କରିବା ବନ୍ଦ କରି ଦେଇଥାଏ ।

ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେଉଁ ଚିକେନ୍ ରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ ଭରପୁର ମାତ୍ରାରେ ରହିଛି ତାହା କେମିତି ରୋଗର କାରଣ ପାଲଟୁଛି । ଆଜିକାଲି କୁକୁଡା ଫାର୍ମରେ ଚିକେନ୍ କୁ ଭଲ ଓ ସ୍ୱାସ୍ଥ୍ୟପ୍ରଦ କରିବା ଲାଗି ଏମାନଙ୍କୁ ଅଧିକ ମାତ୍ରାରେ ଆଣ୍ଟି ବାୟୋଟିକ୍ ମେଡିସିନ୍ ଦିଆଯାଉଛି । ଏହାଦ୍ୱାରା ଚିକେନ୍ ଶରୀରରେ ବହୁ ମାତ୍ରାରେ ଆଣ୍ଟିବାଓଟିକ୍ ଜମା ହୋଇଯାଉଛି । ଯେତେବେଳେ ଏହାକୁ ନେଇ ବ୍ୟକ୍ତି ଖାଇଥାଏ ସେତେବେଳେ ଏହାର ପ୍ରଭାବ ତା ଶରୀର ଉପରେ ପଡୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଯେତେବେଳ ଏହି ଚିକେନ୍ ଶରୀର ମଧ୍ୟକୁ ଯାଇଥାଏ ସେତେବେଳେ ଏହା ଶରୀର ମଧ୍ୟରେ ବହୁ ଆଣ୍ଟିବାଓଟିକକୁ ପରିବର୍ତ୍ତିତ କରି ଦେଇଥାଏ । ଯଦ୍ଦ୍ୱାରା ଶରୀରରେ ସମୟ ସହିତ ଆଣ୍ଟିବାଓଟିକକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ ଓ ଆଣ୍ଟିବାଓଟିକ୍ ମେଡିସିନ୍ ଶରୀରରେ କାମ କରିବା ବନ୍ଦ କରି ଦେଇଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ ଚିକେନ୍ ଖାଇବା ଦ୍ୱାରା ଏମଏମଆର୍ ଅର୍ଥାତ୍ ଆଣ୍ଟି ମାଇକ୍ରୋବାୟଲ ରେଜିଷ୍ଟାନ୍ସ ହୋଇଥାଏ । ଏହା ଦ୍ୱାରା ଶରୀରର ଆଣ୍ଟିବାଓଟିକ୍ କିଛି ସମୟ ଭିତରେ ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସ ସ୍ଥିତିକୁ ଆସିଯାଏ । ଫଳରେ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ସଂକ୍ରମଣ ହେବାରେ ଲାଗିଥାଏ । ଏହାର ଚିକିତ୍ସା ବହୁତ ମୁସ୍କିଲ ହୋଇପାରେ । ହୁ ଏହି ଏମଏମଆର୍ କୁ ଦୁନିଆର ସବୁଠାରୁ ଭୟଙ୍କର ୧୦ ରୋଗ ମଧ୍ୟରୁ ଗୋଟିଏ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.