NCL ରେ ଖାଲିପଡିଛି ଅନେକ ପଦବୀ, ମିଳୁଛି ଆକର୍ଷଣୀୟ ଦରମା

କରୋନା ମହାମାରୀ ଅନେକ ଲୋକଙ୍କ ଚାକିରି ଛଡାଇନେଇଛି ତ ଆଉ କେଉଁଠି କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ଏମିତିରେ ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ୍ କେମିକାଲ ଲ୍ୟାବରେଟୋରୀରେ ଟେକ୍ନିକାଲ ଅଫିସର, ସିନିୟର ଟେକ୍ନିକାଲ ଅଫିସର, ଆୟାର ସେଫ୍ଟି ଅଫିସର ତଥା ଆହୁରି ଅନେକ ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିର ସୁଯୋଗ ମିଳିଛି। ୧୦ମ ପାସ୍ରୁ ନେଇ ଗ୍ରାଜୁଏଟ୍ ପ୍ରାର୍ଥୀ ଯାଏ ଚାକିରି ସୁଯୋଗ ରହିଛି। କେବଳ ଲିଖିତ ପରୀକ୍ଷା ଦେଇ ଇଚ୍ଛୁକ ପ୍ରାର୍ଥୀ ଚାକିରିଟିଏ ପାଇପାରିବେ। ସିନିୟର ପଦରେ ଭର୍ତ୍ତି ଡାଇରେକ୍ଟ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ । ଇଚ୍ଛୁକ ପ୍ରାର୍ଥୀ ସବୁ ତଥ୍ୟ ନୋଟିଫିକେସନରେ ଚେକ୍ କରିବା ପରେ ଅନ୍ଲାଇନ୍ ଆବେଦନ କରିପାରିବେ ।

ପଦବୀ ବିବରଣୀ: ୪୫
ଟେକ୍ନିସିଆନ: ୨୦
ଟେକ୍ନିକାଲ ଆସିଷ୍ଟାଣ୍ଟ : ୧୦
ଟେକ୍ନିକାଲ ଅଫିସର : ୧୨
ସିନିୟର ଟେକ୍ନିକାଲ ଅଫିସର: ୦୨
ସିନିୟର ଟେକ୍ନିକ୍ ଅଧିକାରୀ ( ଫାୟାର ସେଫ୍ଟି ଅଫିସର) ୦୧

ଯୋଗ୍ୟତା: ଅଫିସର ପଦବୀ ପାଇଁ ପ୍ରାର୍ଥୀଙ୍କୁ ସଂପୃକ୍ତ ଟ୍ରେଡ୍ରେ ବି.ଇ /ବି.ଟେକ୍ ର ଡିଗ୍ରୀ ତଥା ନିର୍ଦ୍ଧାରିତ ଅଭିଜ୍ଞତା ରହିଥିବା ବେଳେ ଟେକ୍ନିସିଆନ ପଦବୀ ପାଇଁ ୧୦ମ ପାସ୍ କରିବା ସହିତ ଆଇଟିଆଇ ପାସ୍ କରିଥିବା ଆବଶକ।

ଆବେଦନ ଶୁକ୍ଳ: UR/EWS/OBC ପ୍ରାର୍ଥୀଙ୍କ ପାଇଁ ଆବେଦନରାଶି ୧୦୦ଟଙ୍କା । ଅନ୍ୟ ସଂରକ୍ଷିତ କାଟାଗୋରୀ ପ୍ରାର୍ଥୀଙ୍କ ପାଇଁ ଆବେଦନ ନିଃଶୁକ୍ଳ ରହିଛି।

job

ବୟସ ସୀମା: ସିନିଅର ଟେକ୍ନିକାଲ ଅଫସର ପଦବୀ ପାଇଁ ୪୦ ବର୍ଷ ରହିଥିବା ବେଳେ ଟେକ୍ନିକାଲ ଅଫିସର ପଦବୀ ପାଇଁ ୩୦ ବର୍ଷ ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ, ଏବଯ ଟେକ୍ନିସିଆନ ପଦବୀ ପାଇଁ ୨୮ ବର୍ଷ ରହିଛି।

ଗୁରୁତ୍ବପୂର୍ଣ୍ଣ ତାରିଖ: ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୦୨ ନଭେମ୍ୱରରୁ ଆରମ୍ଭ ହୋଇଯାଇଛି। ଅନ୍ଲାଇନ୍ ଆବେଦନ କରିବାର ଶେଷ ତାରିଖ ୦୨ ଡିସେମ୍ୱର ରହିଛି । ପ୍ରାର୍ଥୀଙ୍କର ନିଜର ଫର୍ମର ହାର୍ଡ କପି ୩୧ ଡିସେମ୍ୱର ସୁଦ୍ଧା ଉକ୍ତ ଠିକଣାରେ ପଠାଇପାରିବେ ।

ଫର୍ମ ପଠାଇବାର ଠିକଣା:
ପ୍ରଶାସନିକ ଅଧିକାରୀ
ସିଏସ୍ଆଇଆର୍- ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା
ଡା. ହୋମୀ ଭାଭା ମାର୍ଗ, ପୁନେ – ୪୧୧୦୦୮ ( ମହାରାଷ୍ଟ୍ର)

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ..

https://testchampion.jagranjosh.com/free-pdf-page?file=ncl-recruitment-2020-notification.pdf

https://www.ncl-india.org/files/JoinUs/JobVacancies/PermanentJobs.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.