କେନ୍ଦୁଝର : ଟି.ଡ଼ି.ସି.ସି ମାଧ୍ୟମରେ ଖରିଫ ଋତୁ ପାଇଁ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ ଅଭିଯାନର ଉଦଘାଟନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଟି.ଡ଼ି.ସି.ସି ମାଧ୍ୟମରେ ଖରିଫ ଋତୁ ୨୦୨୦-୨୧ ପାଇଁ ମଣ୍ଡିରେ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ ଅଭିଯାନର ଉଦଘାଟନ ହୋଇଯାଇଛି । ଚାଷୀମାନଙ୍କ ଅତିରିକ୍ତ ଆୟଉତ୍ସ ଯୋଗାଇବା ସହ ମାଣ୍ଡିଆ ଚାଷୀ ମାନଙ୍କ ଉପଯୁକ୍ତ ମୂଲ୍ୟ ନିଶ୍ଚିତ କରାଇବା ଏବଂ ମାଣ୍ଡିଆ ଜାତୀୟ ଫସଲର ଆଞ୍ଚଳିକ ଉତ୍ପାଦନ ବୃଦ୍ଧି ପାଇଁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦେଶ୍ଯ।

ଡି.ଏମ.ଏଫ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ଜନଜାତି ତଥା ଖଣି ଅଂଚଳର ମାଣ୍ଡିଆ ଚାଷର ପ୍ରୋତ୍ସାହନ ନିମନ୍ତେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଏହା ଏକ ଅଂଶ ବିଶେଷ। ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହଭାଗିତା ଏବଂ ଏନ.ସି.ଡି.ଏସ ,ୱାସନଙ୍କ ବୈଷୟିକ ସହଯୋଗ ରହିଛି ।ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନରେ ବୃଦ୍ଧି , ଏହାର ପ୍ରକ୍ରିୟାକରଣ ଏବଂ ବିପଣନ ର ଅଭିବୃଦ୍ଧି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

farmerଏହାସହ ସରକାର ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୨୯୫/- ଟଙ୍କା ଦେଇ ମଣ୍ଡି ମାଧ୍ୟମରେ ମାଣ୍ଡିଆ କ୍ରୟ କରିବେ।ଏହି ବର୍ଷ କେନ୍ଦୁଝର ଜିଲ୍ଲାର ୭ଟି ବ୍ଲକ ଯଥା – ସଦର, ବାଂଶପାଳ, ହରିଚନ୍ଦନପୁର, ଝୁମ୍ପୁରା, ଯୋଡ଼ା, ଚମ୍ପୁଆ ଓ ହାଟଡିହି ବ୍ଲକରୁ ସରକାର ଚାଷୀମାନଙ୍କ ଠାରୁ ମାଣ୍ଡିଆ କ୍ରୟ କରିବେ । ଏହାସହ ଏହି ବର୍ଷ ସରକାର କେନ୍ଦୁଝର ଜିଲ୍ଲାର ୨,୩୦୦ ଚାଷୀଙ୍କ ଠାରୁ ୩,୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ମଣ୍ଡିକୁ ବିକ୍ରୟ ନିମନ୍ତେ ଆସୁଥିବା ସମସ୍ତ ମାଣ୍ଡିଆର ଏଫ.ଏ. କିଉ ମାନ ଯାଞ୍ଚ ହେବା ସହ ସଫାସୁତରା ମାଣ୍ଡିଆ କ୍ରୟ କରାଯିବ।

farmerମଣ୍ଡିରେ ମାଣ୍ଡିଆ ବିକ୍ରୟ ନିମନ୍ତେ ଚାଷୀ ନିଜର ଜମିପଟ୍ଟା ,ଭୋଟ ପରିଚୟ ପତ୍ର ,ଜାତୀୟ କରଣ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠା ଓ ଆଧାର ଇତ୍ୟାଦିର ନକଲ ନିକଟସ୍ଥ ଲ୍ୟମ୍ପସ କୁ ନେଇ ପଞ୍ଚିକରଣ କାରଇବାକୁ ପଡିବ। ମାଣ୍ଡିଆ କ୍ରୟ କରିବା ପାଇଁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ଼ (ଟି.ଡ଼ି.ସି.ସି) ହେଉଛି ରାଜ୍ୟ କ୍ରୟ ଏଜେନ୍ସି। ସୁବିଧାରେ ଚାଷୀ ମାଣ୍ଡିଆ ବିକ୍ରୟ ନିମନ୍ତେ ଅନଲାଇନ କୃଷକଙ୍କ ପଞ୍ଜିକରଣ ପାଇଁ ଏକ ମିଲେଟ୍-ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍ ସିଷ୍ଟମ୍ (M-PAS) ବିକଶିତ ହୋଇଛି। ଯାହା ସ୍ଥାନୀୟ NGO ର ବ୍ଲକ ସଂଯୋଜକ, ଅତିରିକ୍ତ ବ୍ଲକ ସଂଯୋଜକ ଓ ଗ୍ରାମସ୍ତରରେ କାମ କରୁଥିବା ସି.ଆର.ପି ମାନେ ଚାଷୀ ପଞ୍ଜିକରଣ ରେ ସାହାଯ୍ୟ କରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.