ଦେଶରେ ୪୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ ନୂଆ ପଜିଟିଭ କେସ

କରୋନା ସଂକ୍ରମିତ ସଂଖ୍ୟା ଦୁଇ ଦିନ ହେବ କମିଥିବା ନେଇ ଲକ୍ଷ କରାଯାଇଛି । ଏମିତିକି ୪୦ ହଜାର ତଳକୁ ଖସିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୩୮ ହଜାର ୩୧୦ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୋମବାର ୪୫ ହଜାର ୨୩୦
ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ଭିତରେ ୩୮
ହଜାର ୩୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୮୨
ଲକ୍ଷ ୬୭ ହଜାର ୬୨୩ ଛୁଇଁଥିବା ବେଳେ ସୁସ୍ଥ ସଂଖ୍ୟା ୭୬ ଲକ୍ଷ ଛୁଇଁଛି । ଯେବେକି, ଏଯାବତ ୧ ଲକ୍ଷ ୨୩ ହଜାର ୦୯୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇ ସାରିଲାଣି । ଯେବେକି ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୩୨୩ ଜଣ ଏହି ଭାଇରସକୁ ମାତ ଦେଇ ଆରୋଗ୍ୟ ଲାଭ କରିଛନ୍ତି ।

ଦେଶରେ 40 ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା, ଗତ 24 ଘଣ୍ଟାରେ 38 ହଜାର 310 ନୂଆ ପଜିଟିଭ କେସ ଖୁସିର କଥାଯେ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, କିଛି ଦିନ ହେବ ବଢିଚାଲିଛି ଦୈନିକ ସୁସ୍ଥ ସଂଖ୍ୟା । ଯଦି ମୋଟ ରୂପରେ ଦେଖାଯାଏ, ତେବେ ସୁସ୍ଥ ସଂଖ୍ୟା ୭୬ ଲକ୍ଷ ୩ ହଜାର ୧୨୧ ରେ ପହଂଚିଛି । ଅନ୍ୟପକ୍ଷରେ, ବର୍ତ୍ତମାନ ସମୟରେ ଦେଶରେ ୬ ଲକ୍ଷରୁ କମ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୨୦ ହଜାର ୫୦୩ ହ୍ରାସ ପାଇ ୫ ଲକ୍ଷ ୪୧ ହଜାର ୪୦୫ ରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.