Below header

ହୋଲି ସ୍ପେଶାଲ୍ ଅଫର୍, ମାତ୍ର ୮୯୯ ଟଙ୍କାରେ କରନ୍ତୁ ବିମାନଯାତ୍ରା

ହୋଲି ପାଇଁ ସ୍ପେଶାଲ୍ ଅଫର୍ । ମାତ୍ର ୮୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା । ଉଭୟ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ରୁଟ୍ ପାଇଁ ଏଭଳି ସ୍ପେଶାଲ୍ ଅଫର୍ ଘୋଷଣା କରିଛି ଇଣ୍ଡିଗୋ ଏୟାରଲାଇନ୍ସ । ତେବେ ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ୫ ମାର୍ଚ୍ଚରୁ ୭ ମାର୍ଚ୍ଚ ମଧ୍ୟରେ ଟିକେଟ୍ ବୁକ୍ କରିବାକୁ ପଡିବ ।

ଏହି ଅଫର ଅନୁଯାୟୀ ଦେଶର କୌଣସି ସ୍ଥାନକୁ ବିମାନଯାତ୍ରାର ଆରମ୍ଭ ମାତ୍ର ୮୯୯ ଟଙ୍କାରୁ ହେବ । ସେହିପରି ଅନ୍ତରାଷ୍ଟ୍ରୀୟ ବିମାନଯାତ୍ରାର ଆରମ୍ଭ ୩୩୯୯ ଟଙ୍କାରୁ ହେଉଛି । ଏହା ସହ ଏହି ଟିକେଟର ମୂଲ୍ୟ ଅଲ୍ ଇନକ୍ଲୁସିଭ୍ । ଅର୍ଥାତ୍ ଆପଣଙ୍କଠାରୁ ଅନ୍ୟ କୌଣସି ଚାର୍ଜ ନିଆଯିବନି । ତେବେ ୧୯ ମାର୍ଚ୍ଚରୁ ୨୮ ସେପ୍ଟେମ୍ବର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀ ଏହି ଅଫରର ଫାଇଦା ଉଠାଇପାରିବେ ।

ରୁଟ୍ସ :
ଅଫର ଅନୁଯାୟୀ, ଦିଲ୍ଲୀ – ଅହମ୍ମଦାବାଦ, ଦିଲ୍ଲୀ – କୋଲକାତା ଏବଂ ବେଙ୍ଗାଲୁରୁ – କୋଲାକାତା ପାଇଁ ଟିକେଟ୍ ମୂଲ୍ୟ ଯଥାକ୍ରମେ ୨୧୯୯,୨୮୯୯ ଏବଂ ୨୩୯୯ ଟଙ୍କା । ସେହପରି ବେଙ୍ଗାଲୁରୁ – ଅହମ୍ମଦାବାଦ,ବେଙ୍ଗାଲୁରୁ – ଦିଲ୍ଲୀ, ଏବଂ ବେଙ୍ଗାଲୁରୁ – କୋଲକାତା ଭଳି ରୁଟ ପାଇଁ ଟିକେଟ୍ ମୂଲ୍ୟ ଯଥାକ୍ରମେ ୧୭୯୯,୨୮୯୯ ଏବଂ ୩୧୯୯ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.